ହିନ୍ଦୀ ସିନେଜଗତକୁ ଗ୍ରହଣ ଲାଗିଲା : ଇରଫାନ୍ ଓ ଋଷି ପରେ କୁଲ୍‌ମୀତ କହିଲେ ଅଲବିଦା

କରୋନା ଯୋଗୁ ଗୋଟିଏ ପଟେ ଦେଶବ୍ୟାପୀ ତାଲାବନ୍ଦ ଆଉ ସେପଟେ ଗୋଟିଏ ପରେ ଗୋଟିଏ ଖୋଲି ଚାଲିଛନ୍ତି ମୃତ୍ୟୁର ଦ୍ଵାର । ସତେ ଯେମିତି ଭାରତୀୟ ସିନେଜଗତକୁ ଗ୍ରହଣ ଲାଗିଯାଇଛି ।  ଅପ୍ରେଲ ୨୯ରେ ଇର୍‌ଫାନ ଖାନ, ୩୦ରେ ଋଷି କପୁର ଏବଂ ମଇ ୧ରେ ଫିଲ୍ମ ଇଣ୍ଡଷ୍ଟ୍ରିର ଆଉଜଣେ ବ୍ୟକ୍ତିତ୍ଵଙ୍କ ଇହଲୋକରୁ ବିଦାୟ ନେଇଛନ୍ତି ।

ସୂଚନା ଅନୁଯାୟୀ ବିଗତ ୩୦ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ସହିତ ଜଡ଼ିତ ଥିବା କୁଲମୀତ ମକ୍କର ‘ଦ ଫିଲ୍ମ ଆଣ୍ଡ୍ ଟେଲିଭିଜନ୍‌ ପ୍ରଡ୍ୟୁସର୍‌ ଗିଲ୍ଡ ଅଫ୍‌ ଇଣ୍ଡିଆ’ର ସି.ଇ.ଓ.ଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳଙ୍କୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲାବେଳେ ହିନ୍ଦୀ ସିନେ ଜଗତର ବଡ଼ ବଡ଼ ନିର୍ଦ୍ଦେଶକ, ପ୍ରଯୋଜକ ଓ ଅଭିନେତା ତାଙ୍କ  ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ସାରେଗାମା କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ରିଲିୟାନ୍ସ ଏଣ୍ଟର୍‌ଟେନ୍‌ମେଣ୍ଟରେ ବି ସେ କାମ କରିଛନ୍ତି । ଏହା ସହିତ ସେ ବିଗ୍ ମ୍ୟୁଜିକ୍ ଆଣ୍ଡ ହୋମ୍‌ ଏଣ୍ଟର୍‌ଟେନ୍‌ମେଣ୍ଟ ସଂସ୍ଥାପକ ଓ ସିଇଓ ମଧ୍ୟ ଥିଲେ । ଶ୍ରେୟା ଏଣ୍ଟର୍‌ଟେନ୍‌ମେଣ୍ଟର ଅଧ୍ୟକ୍ଷ ମଧ୍ୟ ରହିଛନ୍ତି କୁଲମୀତ ମକ୍କର । ୨୦୧୦ ମସିହାରେ ପ୍ରଡ୍ୟୁସର ଗିଲ୍ଡର ସି.ଇ.ଓ. ରୂପେ କାର୍ଯ୍ୟଭାର ସମ୍ଭାଳି ଥିଲେ ସେ ।

Leave a Reply

Your email address will not be published. Required fields are marked *