ଲୋକପ୍ରିୟ ଗୀତିକାର କୁମାର ସାନୁ କରୋନା କବଳରେ : ପଢନ୍ତୁ ପୁରା ରିପୋର୍ଟ ‌

ସୋସିଆଲ ମିଡ଼ିଆରୁ ସୂଚନା ମିଳିଛି ଯେ କରୋନା କବଳରେ ଏବେ ଲୋକପ୍ରିୟ ଗୀତିକାର କୁମାର ସାନୁ । ଫେସ୍‌ବୁକ୍‌ରେ ତାଙ୍କ ସୋସିଆଲ୍‌ ମିଡିଆ ଟିମ୍‌ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସୂଚନା ସହିତ ଏକଥା ବି ଲେଖା ହୋଇଛି ଯେ ଦୁର୍ଭାଗ୍ୟବଶତଃ ସାନୁଦା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଦୟାକରି ତାଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରନ୍ତୁ । ଧନ୍ୟବାଦ ।

ତେବେ ନିକଟ ଅତୀତରେ କୁମାର ସାନୁ ଏକ ସାକ୍ଷାତକାରରେ ତାଙ୍କ ଅ‌ାମେରିକା ଗସ୍ତ ଯୋଜନା ବିଷୟରେ କହିଥିଲେ । ସେ ସାକ୍ଷାତକାରରେ କହିଥିଲେ ଯେ ମୁଁ ମୋ ପରିବାର ସହିତ ସମୟ ବିତାଇବା ପାଇଁ ଆମେରିକା ଯିବାକୁ ଯୋଜନା କରୁଛି । ‌ଅକ୍ଟୋବର ୨୦ ତାରିଖରେ ହେବାକୁ ଥିବା ମୋ ଜନ୍ମଦିନରେ ମୁଁ ମୋ ପତ୍ନୀ ସାଲୋନି, ଝିଅ ଶାନନ୍ ଓ ଆନ୍ନାବେଲଙ୍କ ସହିତ ସମୟ ବିତେଇବାକୁ ଚାହୁଁଛି ।

ଏ ଖବର ମିଳିଲା ପରେ କିନ୍ତୁ କୁମାର ସାନୁଙ୍କ ପତ୍ନୀ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ କୁମାର କରୋନା ପଜିଟିଭ ଚିହ୍ନଟ ହୋଇଥିବା ହେତୁ ସେ ତାଙ୍କୁ ନଭେମ୍ବର ୮ ତାରିଖ ପରେ ହିଁ ଦେଖା କରିବେ । ଯଦି ସେ ନିଜକୁ ସୁସ୍ଥ ଅନୁଭବ କରିବେ ତେବେ ଯାଇ ଆମେରିକା ଆସିବେ ନହେଲେ ଝିଅ ସମେତ ସେ କୁମାରଙ୍କୁ ଭେଟିବାକୁ ମୁମ୍ବାଇରେ ପହଞ୍ଚିବେ ।

ସୂଚନା ଯୋଗ୍ୟ ଯେ କୁମାର ସାନୁଙ୍କ ପୁଅ ଜାନ କୁମାର ସାନୁ ଏବେ ବିଗ୍ ବୋସ୍ ସିଜିନ୍‌-୧୪ ରେ ଭାଗ ନେଇଛନ୍ତି । ତାଙ୍କ ପୁଅକୁ ସମର୍ଥନ କରିବାକୁ କିଛି ଦିନ ତଳେ କୁମାର ସାନୁ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ଶେୟାର କରି ତାଙ୍କ ପ୍ରଶଂସକଙ୍କୁ ଅନୁରୋଧ ମଧ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *