ଆପଣ ଜାଣିଛନ୍ତି କି ମହିଳା କଣ୍ଡୋମ କ’ଣ? ଆସନ୍ତୁ ଜାଣିବା ଏହାର ବ୍ୟବହାର ଓ ଲାଭ ।

ମହିଳା କଣ୍ଡୋମ କ’ଣ?

ମହିଳା କଣ୍ଡୋମ ଏକ ସାଧାରଣ କଣ୍ଡୋମ ପରି, ଯାହା ଆପଣଙ୍କୁ sexual ସୁରକ୍ଷା ଦେଇଥାଏ । ଯଦିଓ ଏଗୁଡିକ ଏପର୍ଯ୍ୟନ୍ତ ବହୁତ ଲୋକପ୍ରିୟ ନୁହେଁ, ମହିଳା କଣ୍ଡୋମ ଧୀରେ ଧୀରେ ଭାରତୀୟ ମହିଳାମାନଙ୍କ ମଧ୍ୟରେ ଗ୍ରହଣୀୟ ହେବାରେ ଲାଗିଛି ।

ମହିଳା କଣ୍ଡୋମ ହେଉଛି ନିୟମିତ କଣ୍ଡୋମ ପାଇଁ ଏକ ବିକଳ୍ପ, ଯାହା ଗର୍ଭଧାରଣ ଏବଂ STD ରୁ ପ୍ରାୟ ସମାନ ସୁରକ୍ଷା ଯୋଗାଇଥାଏ । ସାଧାରଣ କଣ୍ଡୋମ ଏବଂ ମହିଳା କଣ୍ଡୋମ ମଧ୍ୟରେ ପାର୍ଥକ୍ୟ ହେଉଛି ଯେ ଏହାକୁ ଲିଙ୍ଗରେ ପିନ୍ଧିବା ପରିବର୍ତ୍ତେ ଗର୍ଭଧାରଣକୁ ରୋକିବା ଏବଂ STD ରୁ ସୁରକ୍ଷା ପାଇଁ ଏହି କଣ୍ଡୋମ ଯୋନୀରେ ଭର୍ତ୍ତି କରାଯାଇଥାଏ । ମହିଳା କଣ୍ଡୋମକୁ ଆଭ୍ୟନ୍ତରୀଣ କଣ୍ଡୋମ ମଧ୍ୟ କୁହାଯାଏ ।

ଏହି ଉତ୍ପାଦର ସୀମିତ ଚାହିଦା ହେତୁ ଭାରତୀୟ ମହିଳାଙ୍କ ପାଇଁ ମହିଳା କଣ୍ଡୋମ କିଣିବା ସହଜ ନୁହେଁ । କେବଳ ହାତଗଣତି ନିର୍ମାତା ଏହି ଉତ୍ପାଦ ପ୍ରସ୍ତୁତ କରନ୍ତି ଏବଂ ଏହାର ବଣ୍ଟନ ପୁରୁଷ କଣ୍ଡୋମ ପରି ମୁଖ୍ୟ ସ୍ରୋତ ନୁହେଁ । ପୁରୁଷ କଣ୍ଡୋମର ବାର୍ଷିକ ଉତ୍ପାଦନ ପରିମାଣ ମହିଳା କଣ୍ଡୋମ ତୁଳନାରେ 500 ଗୁଣ ଅଧିକ ।

ମହିଳା କଣ୍ଡୋମ କିପରି କାମ କରେ :

ମହିଳାଙ୍କ ଦ୍ୱାରା ବ୍ୟବହୃତ ଏହି କଣ୍ଡୋମକୁ “ଭିତର କଣ୍ଡୋମ” ମଧ୍ୟ କୁହାଯାଏ । ନରମ ପ୍ଲାଷ୍ଟିକରେ ନିର୍ମିତ ଏହି କଣ୍ଡୋମ ଯୋନୀ ଭିତରେ ଲଗାଯାଇଥାଏ । ମହିଳା କଣ୍ଡୋମ ଯୋନିର ଭିତର ଅଂଶକୁ ଆଚ୍ଛାଦନ କରେ ଏବଂ ପୁରୁଷର ଶୁକ୍ରାଣୁକୁ ମହିଳାଙ୍କ ଭିତରେ ତିଆରି ଅଣ୍ଡା ପାଖରେ ପହଞ୍ଚିବାରେ ରୋକିଥାଏ ।

ମହିଳା କଣ୍ଡୋମ କେବଳ ଅବାଞ୍ଛିତ ଗର୍ଭଧାରଣକୁ ରୋକିବା ପାଇଁ ଏକ ଉପାୟ ନୁହେଁ, ବରଂ ଏହାକୁ ବ୍ୟବହାର ଦ୍ଵାରା ଯୌନ ସଂକ୍ରମଣ ରୋଗ ଅର୍ଥାତ STD ହେବାର ସମ୍ଭାବନା ମଧ୍ୟ ହ୍ରାସ ପାଇଥାଏ ।

ମହିଳା କଣ୍ଡୋମର ଉପକାରିତା :

ମହିଳା କଣ୍ଡୋମର ଅନେକ ଲାଭ ଅଛି । ଗର୍ଭଧାରଣକୁ ରୋକିବା ଏବଂ STD ରୁ ସୁରକ୍ଷା ଯୋଗାଇବା ମହିଳା କଣ୍ଡୋମର ସବୁଠାରୁ ବଡ ସୁବିଧା ବୋଲି ବିବେଚନା କରାଯାଏ । ମହିଳା କଣ୍ଡୋମ ନାଇଟ୍ରାଇଲ୍ ନାମକ ଏକ ନରମ ପ୍ଲାଷ୍ଟିକ୍ ପଦାର୍ଥରେ ତିଆରି, ଯାହା ସେମାନଙ୍କୁ ସଂପୂର୍ଣ୍ଣ ହାଇପୋ ଆଲର୍ଜେନିକ୍ (ହାଇପୋ ଆଲର୍ଜେନିକ୍: ଅଣ-ଆଲର୍ଜେନିକ୍) କରିଥାଏ । ମହିଳା କଣ୍ଡୋମ ଯୌନାଙ୍ଗ ର ସମ୍ବେଦନଶୀଳ ଚର୍ମରେ କୌଣସି ଅସୁବିଧା ସୃଷ୍ଟି କରେ ନାହିଁ । ଏହାର ଅନ୍ୟାନ୍ୟ ଲାଭ ନିମ୍ନରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି ।

ମହିଳା କଣ୍ଡୋମ ନିରାପଦ ଏବଂ ଆରାମଦାୟକ ଅଟେ ।

ମହିଳାଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।

ପିରିୟଡ଼ ସମୟରେ ମଧ୍ୟ ବ୍ୟବହାର କରାଯାଇପାରିବ ।

ଯୌନ ସମ୍ପର୍କର 8 ଘଣ୍ଟା ପୂର୍ବରୁ ଆପଣ ଏହାକୁ ଯୋନୀରେ ଲଗାଇପାରିବେ ।

ଯଦି ତୁମର ଚର୍ମ ଆଲର୍ଜି ଥାଏ ତଥାପି ଏହାକୁ ବ୍ୟବହାର କରିପାରିବେ ।

ଆପଣ ଏହାକୁ ପାଣି କିମ୍ବା ସିଲିକନ୍ ଯୁକ୍ତ ଲ୍ୟୁବରିକେଟସ ସହିତ ବ୍ୟବହାର କରିପାରିବେ ।

ଏହାର ବ୍ୟବହାର ମହିଳାମାନଙ୍କର ହରମୋନ୍ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।

ମହିଳା କଣ୍ଡୋମ ପୁରୁଷ କଣ୍ଡୋମ ଅପେକ୍ଷା ଏକ ବଡ଼ ଅଂଶକୁ ଆବୃତ କରେ । ଏହା labia (ଯୋନିର ଭିତର ଅଂଶ), Perineum (ଯୋନି ଏବଂ ମଳଦ୍ୱାର ମଧ୍ୟରେ ଥିବା ଅଂଶ) ଏବଂ ଲିଙ୍ଗର ତଳ ଅଂଶ ସହିତ ଜଡିତ ରୋଗକୁ ମଧ୍ୟ ରୋକିଥାଏ ।

ମହିଳା କଣ୍ଡୋମ HPV ସଂକ୍ରମଣ ଏବଂ Herpes ଆଶଙ୍କା ହ୍ରାସ କରିଥାଏ ।