ଭୁବନେଶ୍ୱରରେ ମାତିଛନ୍ତି ଲେଡି ଲୁଟେରା , ହୋଇଯାଆନ୍ତୁ ସାବଧାନ , ନହେଲେ ଯିବ ଧନ ସହ ଜୀବନ

ସଂସ୍କାର : ଆପଣ ପଛ ପଟ ପକେଟରେ ପର୍ସ ରଖୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ। କାରଣ ରାଜଧାନୀରେ ମାତିଛନ୍ତି ଲେଡି ଲୁଟେରା ଗ୍ୟାଙ୍ଗ। ମହିଳାମାନେ ମଧ୍ୟ ନିଜ ପର୍ସ, ଗହଣା ଆଦି ଜିନିଷକୁ ଯତ୍ନର ସହ ରଖନ୍ତୁ। ଯାତ୍ରା କରୁଥିବା ସମୟରେ କିମ୍ବା ବସ, ଅଟୋ ଆଦି ଅପେକ୍ଷା କରୁଥିବା ସମୟରେ ସଜାଗ ରୁହନ୍ତୁ। କାରଣ କୌଣସି ମୁହୂର୍ତ୍ତରେ ବି ଆପଣଙ୍କ ପର୍ସ ଚୋରି ହୋଇପାରେ। ଆମେ ଏକଥା ଏଥିପାଇଁ କହୁଛୁ କାରଣ ରସୁଲଗଡରେ ଛକରେ ଦେଖିବାକୁ ମିଳିଛି ଏମିତି ଏକ ଘଟଣା।

ରାଜଧାନୀରେ ପ୍ରତିଦିନ ଲୁଟ୍ ପାଟ୍ ଭଳି ଖବର ସାମନାକୁ ଆସୁଥିବାବେଳେ ଆଜି ପୁଣି ରାଜଧାନୀରେ ପକେଟ ମରା ନାବାଳିକା ଗ୍ୟାଙ୍ଗ ଦେଖିବାକୁ ମିଳିଛି । ରସୁଲଗଡ ଅଞ୍ଚଳରେ ଏହି ଗ୍ୟାଙ୍ଗର କିଛି ସଦସ୍ୟ ଜଣେ ଯାତ୍ରୀଙ୍କ ବ୍ୟାଗରୁ ଲୁଟ୍ କରିବାକୁ ଉଦ୍ୟମ କରୁଥିଲେ । ହେଲେ ସୌଭାଗ୍ୟ ବଶତଃ କାବୁ କରିନେଇଥିଲେ ସ୍ଥାନୀୟ ଲୋକ । ଏହାପରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ରାସ୍ତାରେ ଯାଉଥିବା ମହିଳାଙ୍କୁ ଟର୍ଗେଟ୍ କରୁଥିଲେ ଏହି 4 ଜଣିଆ ନାବାଳିକା ଗ୍ୟାଙ୍ଗ । ରସୁଲଗଡ ଛକରେ ଅଟୋକୁ ଅପେକ୍ଷା କରିଥିବା  ଜଣେ ଯୁବତୀଙ୍କ ପର୍ସ ଲୁଟିବାକୁ ଉଦ୍ୟମ କରୁଥିଲା ଏହି ଗ୍ୟାଙ୍ଗ । ଏତିକିବେଳେ ସ୍ଥାନୀୟ ଲୋକେ ଘେରି ଯାଇ ଏହି ଗ୍ୟାଙ୍ଗର ଜଣଙ୍କୁ କାବୁ କରିନେଇଥିଲେ । ଯେଉଁ ଯୁବତୀଙ୍କ ପର୍ସ ଚୋରି କରିବାକୁ ଉଦ୍ୟମ କରୁଥିଲା ସେହି ଯୁବତୀ ଜଣଙ୍କ ତାଙ୍କୁ ନିର୍ଦ୍ଧୁମ ମାଡ ମାରିଥିବା ଦେଖିବାକୁ ମିଳିଛି । ଏନେଇ ଅଭିଯୋଗ ହେବା ପରେ ସହିଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହି ଗ୍ୟାଙ୍ଗର ଜଣେ ନାବାଳିକା ସଦସ୍ୟକୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *