ଆଇପିଏଲ୍ ୨୦୨୨ ପାଇଁ ଖେଳାଳି ରିଟେନ ତାଲିକା ପ୍ରକାଶ , ଜାଣନ୍ତୁ କେଉଁ ଖେଳାଳି ରହିଲେ ଦଳରେ ଆଉ କିଏ ଗଲେ ନିଲାମୀ ପାଇଁ….

ସଂସ୍କାର: ଆସନ୍ତା ବର୍ଷ ହେବାକୁ ଥିବା ୧୫ ତମ ଆଇପିଏଲ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ନଭେମ୍ବର ୩୦ ସୁଦ୍ଧା ଖେଳାଳିଙ୍କ ରିଟେନ ତାଲିକା ପ୍ରକାଶ କରିବା ପାଇଁ ବିସିସିଆଇ ଆଇପିଏଲ ଟିମ ଗୁଡିକର ପ୍ରାଞ୍ଚାଇଜକୁ କହିଥିଲା। ଏହିକ୍ରମରେ ପ୍ରାଞ୍ଚାଇଜମାନେ ମଧ୍ୟ କେଉଁ ଖେଳାଳିଙ୍କୁ ଦଳରେ ରଖିବେ ଓ କାହାକୁ ନିଲାମୀ ପାଇଁ ପଠାଇବେ ତାହାର ଏକ ତାଲିକା ପ୍ରସ୍ତୁତ କରିଛନ୍ତି।

ଗୋଟିଏ ପଟେ ଆଇପିଏଲ୍‌-୨୦୨୨ ସଂସ୍କରଣରେ ୧୦ ଟି ଦଳ ଅଂଶଗ୍ରହଣ କରିବେ। ଦଳଗୁଡିକ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ, ମୁମ୍ବାଇ ଇଣ୍ଡିଆନ୍ସ , ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, କୋଲକାତା ନାଇଟ୍ ରାଇଡର୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ସନ୍ ରାଇଜର୍ସ ହାଇଦ୍ରାବାଦ, ପଞ୍ଜାବ କିଙ୍ଗସ୍, ରାଜସ୍ଥାନ ରୟାଲ୍ସ ଓ ନୂଆ ଦୁଇ ଦଳ ଲକ୍ଷ୍ନୌ ଏବଂ ଅହମ୍ମଦାବାଦ।

ଆଇପିଏଲ୍ ୨୦୨୨ ସଂସ୍କରଣ ପାଇଁ ମେଗା ନିଲାମ ପୂର୍ବରୁ ସେମାନଙ୍କ ଦ୍ୱାରା ରଖାଯାଇଥିବା ଖେଳାଳିଙ୍କ ନାମ ନିଶ୍ଚିତ କରିଛନ୍ତି ପ୍ରତ୍ୟେକ ଦଳ। ପ୍ରତ୍ୟେକ ଫ୍ରାଞ୍ଚାଇଜ୍ ସେମାନଙ୍କର ମୂଳ ଦଳରୁ ସର୍ବାଧିକ ୪ କ୍ରିକେଟର ସର୍ବାଧିକ ଦୁଇ ବିଦେଶୀ ତାରକା ରଖିବାକୁ ଅନୁମତି ଦିଆଯାଇଛି। ଏହା ବ୍ୟତୀତ ଲକ୍ଷ୍ନୌ ଏବଂ ଅହମ୍ମଦବାଦ ଭଳି ନୂତନ ଦଳ ପ୍ରତି ପୁଲରୁ ୩ ଜଣ ଖେଳାଳିଙ୍କୁ ନେଇପାରିବେ।

୨୦୨୨ ସଂସ୍କରଣର ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ପାଇଁ ମେଗା ନିଲାମ ପୂର୍ବରୁ ୮ଟି ଫ୍ରାଞ୍ଚାଇଜ ରିଟେନ କରିଥିବା ଖେଳାଳିଙ୍କ ତାଲିକା ଘୋଷଣା କରିଛନ୍ତି । ପ୍ରତ୍ୟେକ ଫ୍ରାଞ୍ଚାଇଜ କେବଳ ୪ଜଣ ଖେଳାଳିଙ୍କୁ ରିଟେନ କରିପାରିବା ନେଇ ନିୟମ ରହିଥିଲା। ତେବେ ଦୁଇଜଣ ଭାରତୀୟ ଓ ଦୁଇଜଣ ବିଦେଶୀ ଖେଳାଳି କିମ୍ବା ୩ଜଣ ଭାରତୀୟ ଜଣେ ବିଦେସୀ ଖେଳାଳିଙ୍କୁ ଗୋଟିଏ ଫ୍ରାଞ୍ଚାଇଜ ରିଟେନ କରିବା ନେଇ ସମୀକରଣ ରହିଥିଲା । ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମା ଯଥାକ୍ରମେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି), ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଓ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଜର୍ସିରେ ନଜର ଆସିବେ ।

ପଢନ୍ତୁ ସଂପୂର୍ଣ୍ଣ ତାଲିକା :

୧) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି, ଗ୍ଳେନ ମାକ୍ସୱେଲ୍, ମହମ୍ମଦ ସିରାଜଙ୍କୁ ଦଳରେ ରଖିଛି। ଆରସିବି ପାଖରେ ବାକି ଖେଳାଳିଙ୍କୁ ନିଲାମରେ କିଣିବା ପାଇଁ ୫୭ କୋଟି ବଳକା ଅର୍ଥ ରହିଛି।

୨) ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା , ଜଶପ୍ରୀତ ବୁମରା , ସୂର୍ଯ୍ୟକୁମାର ଯାଦବ , କିରଣ ପୋଲାର୍ଡଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ରିଟେନ କରିଛି। ମୁମ୍ବାଇ ପାଖରେ ବାକି ଖେଳାଳିଙ୍କୁ ନିଲାମରେ କିଣିବା ପାଇଁ ବଳକା ଅର୍ଥ ୪୮ କୋଟି ଟଙ୍କା ରହିଛି।

୩) ପଞ୍ଜାବ କିଙ୍ଗ୍ସ: ମୟଙ୍କ ଅଗ୍ରୱାଲ , ଅର୍ଶଦୀପ ସିଂହଙ୍କୁ ଦଳରେ ରିଟେନ କରିଛି ପଞ୍ଜାବ କିଙ୍ଗ୍ସ। ଆଉ ନିଲାମରେ ଖେଳାଳି କିଣିବା ପାଇଁ ଦଳ ଅର୍ଥ ରଖିଛି ୭୪ କୋଟି।

୪) ସନରାଇଜର୍ସ ହାଇଦ୍ରାବାଦ: କେନ ୱିଲିୟମସନ , ଅବଦୁଲ ସମାଦ, ଉମ୍ରାନ ମଲିକଙ୍କୁ ଦଳରେ ରିଟେନ କରିଛି ହାଇଦ୍ରାବାଦ ଫ୍ରାଞ୍ଚାଇଜ୍। ଆଉ ନିଲାମୀରେ ଖେଳାଳି କିଣିବା ପାଇଁ ବଳକା ଅର୍ଥ ରଖିଛି ୬୮ କୋଟି।

୫) ଚେନ୍ନାଇ ସୁପର କିଙ୍ଗ୍ସ: ରବିନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂହ ଧୋନି, ମୋଇନ ଅଲୀ , ଋତୁରାଜ ଗାଏକ୍ବାଡଙ୍କୁ ଦଳରେ ରିଟେନ କରିଛି ଚେନ୍ନାଇ। ଆଉ ବଳକା ଅର୍ଥ ୪୮ କୋଟି ନିଲାମୀ ପାଇଁ ସଂଚୟ କରି ରଖିଛି ଫ୍ରାଞ୍ଚାଇଜ୍।

୬) ଦିଲ୍ଲୀ କ୍ୟାପିଟାଲ୍ସ: ଋଷଭ ପନ୍ତ , ଅକ୍ଷର ପଟେଲ , ପୃଥ୍ବୀ ଶ, ଆନରିଚ ନର୍କିଆଙ୍କୁ ଦଳରେ ରିଟେନ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଆଉ ଦିଲ୍ଲୀ ପାଖରେ ବଳକା ଅର୍ଥ ରହିଛି ୪୭.୫ କୋଟି । ଯେଉଁଥିରେ କି ସେ ନିଲାମୀରେ ନୂଆ ଖେଳାଳିଙ୍କୁ କିଣିବ।

୭) କୋଲକାତା ନାଇଟ ରାଇଡର୍ସ: ଆନ୍ଦ୍ରେ ରସେଲ, ବରୁଣ ଚକ୍ରବର୍ତ୍ତୀ , ଭେଙ୍କଟସ ଆୟର , ସୁନୀଲ ନାରିନଙ୍କୁ ରିଟେନ କରିଛି । ବଳକା ଅର୍ଥ ୪୮ କୋଟି ନିଲାମୀରେ ଖେଳାଳି କିଣିବା ପାଇଁ ରଖିଛି।

୮) ରାଜସ୍ଥାନ ରୟାଲ୍ସ: ସଞ୍ଜୁ ସାମସନ , ଜସ୍‌ ବଟଲର , ଜଶସ୍ବୀ ଜୟଶ୍ବାଲଙ୍କୁ ରିଟେନ କରିଛି ରାଜସ୍ଥାନ ରୟାଲ୍ସ। ନିଲାମ ପାଇଁ ବଳକା ରାଶି ୬୨ କୋଟି ରଖିଛି ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜ୍।

Leave a Reply

Your email address will not be published. Required fields are marked *