ଶୀତଦିନ ଆସିବାରୁ ଘରିଲା କରୋନା ଭୟ, ଏହି ଦେଶରେ ଫେରିଲା ଲକଡାଉନ୍

ସଂସ୍କାର : ଗତ ଦୁଇ ବର୍ଷ ହେବ କରୋନା ରୋଗ ସମସ୍ତଙ୍କର ଚିନ୍ତାର କାରଣ ହୋଇଛି। ତେବେ ଗତ ଏପ୍ରିଲ ମାସ ପରେ ଗୁରୁବାର ପୁଣିଥରେ ଚାଇନାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ହୋଇଛି। ଗତ ୨୪ ଘଣ୍ଟାରେ ୧୦,୨୦୦ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ରାଜଧାନୀ ବେଜିଂରେ ବି ଅଧିକାଂଶ ସମୟ ପଜିଟିଭ ହାର ବୃଦ୍ଧି ହେଉଛି ।

ଏବେ ଏହି କରୋନା ମହାମାରୀକୁ ନିୟନ୍ତ୍ରଣ କରିବାକୁ ଟପ ଲିଡରଶିପ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି।ଦେଶର କିଛି ସ୍ଥାନରେ ଲକଡାଉନ କରାଯାଇଛି ଓ କିଛି ସ୍ଥାନରେ ଲୋକଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ପରିବହନ ବି ଏହାଦ୍ୱାରା ପ୍ରଭାବିତ ହୋଇଛି।

ବ୍ଲୁମବର୍ଗ ସ୍ଥାନୀୟ ଜଣେ ଅଧିକାରୀଙ୍କ ସୂଚନାକୁ ନେଇ କହିଛି, ରାଜଧାନୀରେ ଗୁରୁବାର ୧୧୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ଗୁଆଂଗଝୋଉରେ ୨,୩୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାର କାରଣ ହେଉଛି ବର୍ତ୍ତମାନ ଚାଇନା ଏହାର କୋଭିଡ ନୀତିରେ ପତ୍ୟେକ ଆଡଜସମେଣ୍ଟରେ ବହୁତ ସତର୍କ । ଏବେ ଚାଇନାର ଶୂନ କୋଭିଡ ନୀତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ଜନସାଧାରଣଙ୍କୁ ନିରାଶ କରିଛି ଓ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତିକୁ କ୍ଷତି ପହଞ୍ଚାଇଛି ।

Leave a Reply

Your email address will not be published. Required fields are marked *