ଫେସବୁକରେ ମାତିଛନ୍ତି ଲୁଟେରା ଆଞ୍ଜେଲ ପ୍ରିୟା ! ଏହି ମହିଳା ଜଣକ ଫେସ୍‌ବୁକରେ ଫେକ୍ ଆକାଉଣ୍ଟ ଖୋଲି ଲୁଟିଛନ୍ତି ଲକ୍ଷାଧିକ ଟଙ୍କା

ସଂସ୍କାର : ଲୋକଙ୍କୁ ଲୁଟିବାର ନୂଆ ମାଧ୍ୟମ ସାଜିଛି ସାମାଜିକ ଗଣମାଧ୍ୟମ ଫେସବୁକ୍। ଆଉ ଏହି ଫେସବୁକ୍ ମାଧ୍ୟମରେ ଲୋକଙ୍କୁ ଲୁଟୁଛନ୍ତି ଅନେକ ଚାଲାକ୍ ଚତୁର ଝିଅ। ଅନେକ ଝିଅ କିମ୍ବା ମହିଳା ନିଜକୁ ଚାଲାକ୍ ଭାବି ଫେସବୁକରେ ଏକ ଫେକ୍ ଆକାଉଣ୍ଟ ଖୋଲି ଅନେକ ଧନିକ କିମ୍ବା ସମ୍ଭ୍ରାନ୍ତ ପରିବାରର ପିଲାଙ୍କୁ ଲୁଟିଚାଲିଛନ୍ତି। ତେବେ ସେମାନେ ଭାବୁଛନ୍ତି ଯେ, ଏହିପରି ଲୁଚି ଲୁଚି ବିଲେଇ ପରି କ୍ଷୀର ପିଇଲେ କେହି ଜାଣିପାରିବେ ନାହିଁ, ଆଉ ସେମାନେ ନିଜର ଏହି ଲୁଟିବା ଶୈଳୀକୁ ଜାରି ରଖିବେ।

ତେବେ ଏହିପରି ଏକ ଘଟଣା ଘଟିଛି ରାଜ୍ୟ ରାଜଧାନୀରେ। ଏଠାରେ ଜଣେ ଆଞ୍ଜେଲ ପ୍ରିୟାଙ୍କୁ ଗିରଫ କରିଛି ପୋଲିସ୍। ଗିରଫ ହୋଇଥିବା ମହିଳା ଜଣକ ଫେସବୁକରେ ଏକ ଫେକ୍ ଆକାଉଣ୍ଟ ଖୋଲି ଯୁବକମାନଙ୍କୁ ଲୁଟୁଥିବାର ଅଭିଯୋଗ ହୋଇଛି। ଏହି ଅଭିଯୁକ୍ତ ମହିଳା ଜଣକ ଫେସବୁକରେ ଫ୍ରେଣ୍ଡସିପ କରି ସମ୍ଭ୍ରାନ୍ତ ପରିବାରର ଯୁବକଙ୍କଠାରୁ ଲୁଟୁଥିଲେ । ଏପରିକି ଟଙ୍କା ଓ ସୁନା ଗହଣା ବି ଲୁଟି ଫେରାର୍ ହୋଇଯାଉଥିଲା ଏହି ମହିଳା। ଅନେକ ଯୁବକଙ୍କୁ ବ୍ଲାକମେଲ କରି ଟଙ୍କା ମାଗୁଥିଲେ ଏହି ମହିଳା । କିନ୍ତୁ ମହିଳାଙ୍କ ଚାଲାକ୍ ବେଶୀ ଦିନ ଗଲା ନାହିଁ ଶେଷରେ ମହିଳାଙ୍କୁ ବାନ୍ଧିଛି କମିଶନରେଟ ପୋଲିସ।

ମହିଳାଙ୍କ ଘଟଣା ଆଉ ଗିରଫ ସମ୍ବନ୍ଧରେ ସୂଚନା ଦେଇଛନ୍ତି ଡିସିପି ଉମାଶଙ୍କର ଦାସ । ଗିରଫ ମହିଳାଙ୍କଠାରୁ ୬ ଲକ୍ଷ ଟଙ୍କାରୁ ଅଧିକ ସୁନାଗହଣା ସହିତ ଲକ୍ଷାଧିକ ଟଙ୍କା ଜବତ ମଧ୍ୟ ହୋଇଛି । ତେବେ ମହିଳାଙ୍କ ସହ ଆଉ କିଏ କିଏ ସାମିଲ ଅଛନ୍ତି କି ନାହିଁ ସେନେଇ ତଦନ୍ତ ଚାଲିଛି । ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

Leave a Reply

Your email address will not be published. Required fields are marked *