ଗୋଟିଏ ସାପକୁ ଘେରି ରହିଛନ୍ତି ୨୦ରୁ ଊର୍ଦ୍ଧ୍ୱ କୁକୁଡ଼ା, ଦେଖନ୍ତୁ ଭିଡ଼ିଓ

ସଂସ୍କାର : କୁହାଯାଏ ଯେଉଁଠି ଏକତା ଥାଏ ସେଠାରେ ବିରୋଧୀଙ୍କ ଶକ୍ତି କାମ ଦିଏନି । ତେବେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଏହି ଭାଇରାଲ ଭିଡ଼ିଓରେ।

ସାପ ସବୁଠାରୁ ବିଷଧର । ତାର ଗୋଟିଏ ଚୋଟରେ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ଏହି ଭିଡ଼ିଓରେ ଆପଣ କିଛି ଓଲଟା ଦେଖିବାକୁ ପାଇବେ । ଗୋଟିଏ ସାପ ଭୟରେ ରହିଥିବାବେଳେ ତାକୁ ଚାରିପଟୁ ଘେରିରହିଛନ୍ତି କେତେକ କୁକୁଡ଼ା । କୁକୁଡାଟି ଯେତେବେଳେ ନିଜର ଶିକାର ଖାଦ୍ୟ ଖାଉଥାଏ ସେହିସମୟରେ ଗୋଟିଏ ସାପ ଆସି ତାକୁ ଆକ୍ରମଣ କରୁଛି ।

ସେହି ସମୟରେ କୁକୁଡ଼ା ଉପରକୁ ଆକ୍ରମଣ ହେଉଥିବା ଦେଖି ଅନ୍ୟ କୁକୁଡ଼ାମାନେ ଏକଜୁଟ ହୋଇ ସାପକୁ ଘେରିରହିଥିବା ଭିଡ଼ିଓ ଏବେ ବେଶ୍ ଚର୍ଚ୍ଚାରେ ରହିଛି । ମାୟୋରସ ଡୋ ମୋନୋଡୋ ନାମକ ଏକ ୟୁଟ୍ୟୁବ ଆକାଉଣ୍ଟରୁ ଏହି ଭିଡ଼ିଓକୁ ଶେୟାର କରାଯାଇଛି । ଏପର୍ଯ୍ୟନ୍ତ ଏହି ଭିଡ଼ିଓକୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଦର୍ଶକ ଦେଖିସାରିଲେଣି।

ଦେଖନ୍ତୁ ଭାଇରାଲ ଭିଡ଼ିଓ :

Leave a Reply

Your email address will not be published. Required fields are marked *