ଦେଖନ୍ତୁ ଭିଡ଼ିଓ: ଯୁବତୀ ଆଣିଲେ ସଙ୍ଗିନୀ ଅଭିଯୋଗ, କହିଲେ “4 ବର୍ଷ ଯାକ OYO ନେଇ କଲା ସେକ୍ସ ଆଉ ଏବେ ଛାଡିଦେଲା

ସଂସ୍କାର: ପ୍ରେମିକ ଘର ସାମ୍ନାରେ ବସିଛି ଆଉ ଏକ ପ୍ରେମିକା। ବିବାହ କରିବା ପାଇଁ ଜିଦ୍ ନେଇ ପ୍ରେମିକର ଘର ସମ୍ମୁଖରେ ବସିଛନ୍ତି ପ୍ରେମିକା ଆଉ ତାଙ୍କ ପରିବାର ଆଉ ଗାଁ ଲୋକେ। ସମସ୍ତେ ଏହି ଯୁବତୀଙ୍କୁ ସପୋର୍ଟ କରୁଛନ୍ତି। ଗାଁ ଲୋକେ ବି ଶୀତ ରାତିରେ ଯୁବତୀଙ୍କ ସହିତ ପ୍ରେମିକର ଗାଁ ଦାଣ୍ତରେ ବସିଛନ୍ତି।

ତେବେ ଯୁବତୀ ଜଣକ ରାଜ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ, ମୋ ନାଁ ପ୍ରିୟଙ୍କା ମଲିକ। ଜଣେ ପୁଅ 4 ବର୍ଷ ପୂର୍ବେ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ପ୍ରେମ କରୁଥିଲେ। ସେ ମୋ ସହିତ ଶାରୀରିକ ସମ୍ପର୍କ ବି ରଖିଲେ। କିନ୍ତୁ 4 ବର୍ଷ ହେବ ଆମ ଘର ଲୋକ କିମ୍ବା ତାଙ୍କ ଘର ଲୋକ ଏହି ସବୁ ବିଷୟରେ ଅବଗତ ନ ଥିଲେ।

ଯୁବତୀ ଜଣକ ଆହୁରି ବି କହିଛନ୍ତି ଯେ, “ଯେତେବେଳେ ଆମ ପ୍ରେମ ସମ୍ପର୍କ ବିଷୟରେ ଆମ ଘର ଲୋକ ଜାଣିଲେ ସେ ଡରିଗଲେ। ଆଉ ମୋତେ ଭୁବନେଶ୍ୱର ନେଇ ବହୁତ ଦିନ ରଖିଲେ। ଆଉ ବର୍ତ୍ତମାନ କହୁଛନ୍ତି ମୁଁ ତତେ ଜାଣିନି, ତୁ କିଏ ? ବୋଲି କହୁଛନ୍ତି। ମୋ ବାପା ମା କୁ ଜୀବନରୁ ମାରିଦେଵ ବୋଲି ଧମକ ଦେଇଛି।

ତେବେ ଯୁବତୀ କହିଛନ୍ତି ଯେ, ସେ ଯେହେତୁ ମୋ ସହିତ 4 ବର୍ଷ ହେବ ପ୍ରେମ କରୁଥିଲେ , ମୋର ଦେହ ସହିତ ଖେଳିଛନ୍ତି। ତେଣୁ ମୋର ଦାବି ହେଉଛି ମୁଁ ତାଙ୍କ ଘରର ବୋହୁ ହେବି। ତେବେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା ଅଞ୍ଚଳରେ।

Leave a Reply

Your email address will not be published. Required fields are marked *