ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଘଟଣା : ଗିରଫ ହେଲା ବ୍ଲାକମେଲର ପିଣ୍ଟୁ, ନାବାଳିକାଙ୍କୁ କହୁଥିଲା ମୁଁ ତୋ ସହିତ ରିଲେଶନ ରଖିବାକୁ ଚାହେଁ….

ସଂସ୍କାର : ଦଶରଥପୁର ଧୁଦୁରାନ୍ତ ପଞ୍ଚାୟତ ଅଧିନସ୍ଥ ଗଣନତି ପାଟଣା ଗାଁରେ ହୋଇଥିବା ପ୍ରେମୀଯୁଗଳର ଆତ୍ମହତ୍ୟାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି। ମଙ୍ଗଳପୁର ଥାନା ଅନ୍ତର୍ଗତ ଗଣପତି ପାଟଣା ଗ୍ରାମର ପ୍ରେମୀ ଯୁଗଳ ଆତ୍ମହତ୍ୟା ଘଟଣାରେ ଉଭୟଙ୍କୁ ବ୍ଲାକ ମେଲ କରୁ୍ଥିବା ଅଡିଓ ଭାଇରାଲ ପରେ ବ୍ଲାକ ମେଲର ପ୍ରଦୀପ ଦାସ ଓରଫ ପିଣ୍ଟୁଆ କୁ ଗିରଫ କରିଛି ପୋଲିସ।

ସୂଚନା ଅନୁସାରେ ଜାନୁଆରୀ ଦୁଇ ତାରିଖ ରେ ଗାଁ ପାଖ ଏକ ବରଗଛରେ ପ୍ରତାପ ଦାସ ଓ ଜଣେ ନାବାଳିକା ଆତ୍ମହତ୍ୟା କରି ସେମାନଙ୍କ ମୃତ୍ୟୁ ର କାରଣ ପିଣ୍ଟୁଆ ବୋଲି କହିଥିଲେ । ଏମିତିକି ପିଣ୍ଟୁ ଭାଇ ନମ୍ବରରୁ ମେସେଜ ବି ନାବାଳିକାଙ୍କ ପାଖକୁ ଆସିଥିଲା । ଯେଉଁଥିରେ ମୋ ସହ ଥରେ ରିଲେସନ ରଖ କହି ସେ ବାଧ୍ୟ କରୁଥିବା ବି ଅଭିଯୋଗ ହୋଇଥିଲା।

ଏମିତି କି ମୃତ୍ୟୁ ପୂର୍ବରୁ ବି ପ୍ରେମୀ ଯୁଗଳ ପିଣ୍ଟୁ ହିଁ ମୁଖ୍ୟ କାର୍ପେଟଦାର ବୋଲି କହିବା ସାଙ୍ଗକୁ ସେମାନଙ୍କ ପ୍ରେମ ସମ୍ପର୍କ କଥା ଜାଣି ସେ ବ୍ଳାକମେଲ କରୁଥିଲା ତେଣୁ ଆତ୍ମହତ୍ୟା କରୁଛୁ ବୋଲି ସ୍ପଷ୍ଟ କହିଥିଲେ । ଏହି ମାମଲରେ ଦାୟି କରିଥିବା ଅଡିଓ ଓ କିଛି ହ୍ବାଟସପ ଚାଟ ଭାଇରାଲ ହେବା ପରେ ମୃତ ଯୁବକ ଙ୍କ ପରିବାର ତରଫରୁ ଅଭିଯୁକ୍ତ କୁ ଗିରଫ ଲାଗି ମାମଲା ଦାୟର କରାଯାଇଥିଲା । ଫଳରେ ଏବେ ପୁଲିସ ସେହି ପିଣ୍ଟୁଙ୍କୁ ଗିରଫ କରିଛି । ତେବେ ଆଗକୁ ପୁଲିସ ତଦନ୍ତ କେଉଁ ଦିଗରେ ଯାଉଛି ତାକୁ ହିଁ ଅପେକ୍ଷା ।

Leave a Reply

Your email address will not be published. Required fields are marked *