ପ୍ରେମୀଯୁଗଳଙ୍କ ପ୍ରେମକୁ ମିଳିଲାନି ବିବାହର ସ୍ବୀକୃତି କଲେ ଆତ୍ମହତ୍ୟା କିନ୍ତୁ ଶେଷକୃତ୍ୟ ପୂର୍ବରୁ ମୃତ ଦେହର କରାଇଲେ ବାହାଘର

ସଂସ୍କାର : ପ୍ରେମ ଏପରି ଏକ ସ୍ପର୍ଶ, ଯାହାକୁ ଥରେ ଛୁଇଁଯାଏ, ତା’ କବଳରୁ ବର୍ତ୍ତିବା ଭାରି କଷ୍ଟ। ଆଉ ଆପଣ ଯାହାକୁ ପ୍ରେମ କରୁଥିବେ ତାହା ପାଇଁ ଆପଣ ନିଜର ସବୁ କିଛି ଦେବାକୁ ପ୍ରସ୍ତୁତ ହୋଇଯାଆନ୍ତି। ପ୍ରଥମେ ଜଣେ ଝିଅ ଓ ପୁଅଙ୍କ ମଧ୍ୟରେ ପ୍ରେମ ହୁଏ, ଆଉ ତାପରେ ସେମାନେ ଦୁହେଁ ଦୁହିଁଙ୍କୁ ଭଲପାଇବା ସହ ବିବାହ କରିବା ପାଇଁ ମନ ବଲାନ୍ତି। କିନ୍ତୁ ପ୍ରେମୀଯୁଗଳଙ୍କ ଏହି ବିବାହ ସମୟରେ ଫାଟ ସୃଷ୍ଟି କରନ୍ତି ସେମାନଙ୍କର ପରିବାର। ଆଉ ପରିବାର ଆଗରେ ବିବାହ କରିବା ପାଇଁ କାକୁତି ମିନତୀ ହୁଅନ୍ତି ପ୍ରେମୀଯୁଗଳ। କିନ୍ତୁ ପରିବାର ଲୋକେ ବାହାଘର ନ କରିବା ଜିଦ ରେ ଅଟଳ ରହିବା ଯୋଗୁଁ ଅନେକାଂଶରେ ଦେଖାଯାଇଛି ଯେ, ପ୍ରେମୀ ଯୁଗଳ ଦୁହେଁ ଆତ୍ମହତ୍ୟା ଭଳି ଏକ କଠୋର ନିଷ୍ପତ୍ତି ନେଇଯାନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ମୁମ୍ବାଇରେ।

ବଞ୍ଚିଥିବା ବେଳେ ପ୍ରେମୀଯୁଗଳଙ୍କ ଭଲପାଇବାକୁ ସ୍ବୀକୃତି ଦେଲେ ନାହିଁ ପରିବାର । ବିବାହ କରିବା ପାଇଁ ପରିବାର ଲୋକଙ୍କ ଆଗରେ କେତେ କାକୁତି ମିନତୀ ହୋଇଥିଲେ ସେ ଦୁହେଁ । ଭଲପାଇବା ସମୟରେ ସାତ ଜନ୍ମର ସାଥି ହେବା ବଂଚିବା ପାଇଁ ଦେଖିଥିଲେ ଅନେକ ସ୍ବପ୍ନ। କିନ୍ତୁ ସେମାନଙ୍କର ସବୁ ଆଶା, ବିଶ୍ବାସ ଓ ସ୍ୱପ୍ନକୁ ଭାଙ୍ଗିରୁଜି ଚୂରମାର କରିଦେଲେ ପରିବାର ଲୋକେ। ସେହି କାରଣରୁ ସେମାନେ ମୃତ୍ୟୁକୁ ହିଁ ଏକମାତ୍ର ବିକଳ୍ପ ବୋଲି ବାଛିନେଲେ। ଶେଷରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଲେ। ସେପଟେ ବଞ୍ଚିଥିବା ବେଳେ ପ୍ରେମକୁ ସ୍ବୀକୃତି ଦେଇନଥିବା ପରିବାର ସଦସ୍ୟ ଶେଷକୃତ୍ୟ ପୂର୍ବରୁ ସେମାନଙ୍କ ବିବାହ କରିଛନ୍ତି। ଏମିତି ଏକ ଘଟଣା ମହାରାଷ୍ଟ୍ରର ଜଳଗ୍ରାମ ଜିଲ୍ଲା ସ୍ଥିତ ବଡେ ଗାଁରେ ଦେଖିବାକୁ ମିଳିଛି।

ସୂଚନା ଆନୁଯାୟୀ, ପଲାଡ ଗାଁରେ ରହୁଥିବା ୨୨ ବର୍ଷୀୟ ମୁକେଶ ସୋନେଓ୍ବାନେ ଏବଂ ୧୯ ବର୍ଷୀୟା ନେହା ଠାକରେ ପରସ୍ପରକୁ ବହୁତ ଭଲ ପାଉଥିଲେ। ଦୁଇ ଜଣ ସାମନ ଗୋତ୍ରର ହୋଇଥିଲେ ବି ତାଙ୍କର ପ୍ରେମକୁ ସ୍ବୀକୃତି ଦେଇନଥିଲେ ପରିବାର ଲୋକେ। ପରିବାର ଲୋକେ ରାଜି ନ ହେବା କାରଣରୁ ମୁକେଶ ଏବଂ ନେହା ନିରାଶ ହୋଇଥିଲେ। କିଛି ବିକଳ୍ପ ଖୋଜିନପାରି ଶେଷରେ ଜୀବନକୁ ଶେଷ କରିବାକୁ ଚିନ୍ତା କରିଥିଲେ। ତେବେ ଗତ ରବିବାର ଦିନ ସକାଳେ ଦୁହେଁ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ମୁକେଶଙ୍କ ପରିବାର ପକ୍ଷରୁ ନେହାଙ୍କ ଘରକୁ ବିବାହ ପ୍ରସ୍ତାବ ଯାଇଥିଲା। କିନ୍ତୁ ନେହାଙ୍କ ଘର ଲୋକେ ଏହି ବିବାହ ପ୍ରସ୍ତାବକୁ ମନା କରିଦେଇଥିଲେ। ତାପରେ ଦୁହେଁ ଆତ୍ମହତ୍ୟା କରିଥିଲେ। ଘଟଣାସ୍ଥଳରୁ ଯଦିଓ କୌଣସି ସୁଇସାଇଡ୍‌ ନୋଟ୍‌ ମିଳିନାହିଁ କିନ୍ତୁ ଆତ୍ମହତ୍ୟା ପୂର୍ବରୁ ମୁକେଶ ହ୍ବାଟସ୍‌ଆପ୍‌ ଷ୍ଟାଟସ୍‌ରେ ‘ଗୁଡବାୟ’ ବୋଲି ଲେଖିଥିଲେ ବୋଲି ତାଙ୍କ ସାଙ୍ଗ ମାନେ ପୋଲିସ ନିକଟରେ କହିଛନ୍ତି।

Leave a Reply

Your email address will not be published. Required fields are marked *