ପ୍ରେମ ବିବାହ, ଛାଡପତ୍ର ଏବଂ ପରେ ହତ୍ୟା, କିଛି ଏଭଳି ଥିଲା ମହିଳା କନେଷ୍ଟବଳଙ୍କ ଜୀବନ କାହାଣୀ…

ସଂସ୍କାର: ଉତ୍ତରପ୍ରଦେଶର ରାଜଧାନୀରେ ହତ୍ୟା କରାଯାଇଥିବା ମହିଳା କନଷ୍ଟେବଳଙ୍କ ଜୀବନ ସହ ଜଡିତ ଅନେକ କଥା ବର୍ତ୍ତମାନ ଲୋକଲୋଚନକୁ ଆସିଛି। ମହିଳା କନଷ୍ଟେବଳଙ୍କ ହତ୍ୟା ପରେ ତାଙ୍କର ସମଗ୍ର ପରିବାର ଶୋକରେ ଅଛନ୍ତି ଏବଂ ପରିବାରର ପ୍ରଥମ ଉଦ୍ଦେଶ୍ୟ ହେଉଛି ଝିଅର ହତ୍ୟାକାରୀଙ୍କୁ ଦଣ୍ଡ ମିଳିବା ଉଚିତ। ବିଜନୋରର ନଜୀବବାଦ୍‌ରେ ଅବସ୍ଥିତ ମହାଭତପୁର ବିଲାଉଚ ଗାଁର ଜଣେ ମହିଳା କନଷ୍ଟେବଳ, ଯାହାଙ୍କର ନାମ ରୁଚି ସିଂ , ତାଙ୍କୁ ହତ୍ୟା କରାଯାଇଥିଲା। ରୁଚିଙ୍କ ପିତା ଜଣେ ସାଧାରଣ କୃଷକ ଅଟନ୍ତି।

ମହିଳା କନଷ୍ଟେବଳ ରୁଚି ସିଂ, ତାଙ୍କ ପରିବାରର ଏକମାତ୍ର ଝିଅ ଥିଲେ। ରୁଚିଙ୍କର ଆଉ ଦୁଇ ଜଣ ଭାଇ ଅଛନ୍ତି, ଯେଉଁଥିରେ ବଡ ଭାଇ ଅଙ୍କିତ, ଯିଏ କି ୨ ବର୍ଷ ପୂର୍ବେ ବିବାହ କରିଥିଲେ। ସେ ବର୍ତ୍ତମାନ ତାଙ୍କ ପିତାଙ୍କ ସହିତ ଚାଷ କାର୍ଯ୍ୟ କରନ୍ତି। ଆଉ ସାନ ଭାଇ ଶୁଭମ୍ ପୋଲିସର SI ପଦ ପାଇବା ପାଇଁ ପାଠ ପଢୁଛି।

ମହିଳା କନଷ୍ଟେବଳ ଭାବରେ ନିଯୁକ୍ତି ପାଇବା ପାଇଁ ରୁଚି ସିଂ ପରୀକ୍ଷା ଦେଇଥିଲେ, ଯେଉଁଥିରେ ସେ ପାସ୍ ହୋଇଥିଲେ। ସେ ୨୦୧୯ ମସିହାରେ ମୋରାଦାବାଦରେ ପୋଲିସ କନେଷ୍ଟବଳ ପାଇଁ ତାଲିମ ନେଉଥିଲେ। ଏହି ସମୟ ମଧ୍ୟରେ ରୁଚି ସିଂ ତାଙ୍କ ସହ ତାଲିମ ନେଉଥିବା ଜଣେ ଯୁବକ ସହିତ ବନ୍ଧୁତା ସ୍ଥାପନ କରିଥିଲେ।

ରୁଚି, ନୀରଜ ନାମକ ଜଣେ ଯୁବକଙ୍କ ସହ ବନ୍ଧୁତା କରିଥିଲେ। ପରେ ଏହି ଦୁହିଁଙ୍କର ବନ୍ଧୁତା ପ୍ରେମର ରୂପ ନେଲା। ଆଉ ପ୍ରେମ ପରେ ଦୁହେଁ ଘରକୁ ନ ଜଣାଇ ବିବାହ କରିନେଲେ। ୨୦୧୯ ମସିହାରେ, ରୁଚି ସିଂ ତାଙ୍କ ପରିବାରର ଇଚ୍ଛା ବିରୁଦ୍ଧରେ କନଷ୍ଟେବଳ ନୀରଜଙ୍କୁ ବିବାହ କରିଥିଲେ।

ରୁଚି ସିଂଙ୍କ ବିବାହରେ ପରିବାର ଅତ୍ୟନ୍ତ କ୍ରୋଧିତ ହୋଇ ତାଙ୍କ ସହ ସମ୍ପର୍କ ବିଛିନ୍ନ କରିଥିଲେ। କିନ୍ତୁ ନୀରଜଙ୍କ ସହ ରୁଚି ସିଂଙ୍କ ସମ୍ପର୍କ ଅଧିକ ଦିନ ରହିପାରିଲା ନାହିଁ ଏବଂ ଗୋଟିଏ ବର୍ଷ ମଧ୍ୟରେ ଉଭୟଙ୍କ ସମ୍ପର୍କ ଭାଙ୍ଗିଗଲା। ଦୁହେଁ ଛାଡପତ୍ର ଜରିଆରେ ଅଲଗା ହୋଇଗଲେ। ଅନ୍ୟପଟେ ନୀରଜଙ୍କୁ ବିବାହ କରିବା ସମୟରେ ରୁଚି ସିଂ ଫେସବୁକରେ ତହସିଲଦାର ପଦୋଶ୍ର ଶ୍ରୀବାସ୍ତବଙ୍କ ସହ ବନ୍ଧୁତା କରିଥିଲେ।

ଛାଡପତ୍ର ପ୍ରକ୍ରିୟା ଆରମ୍ଭ ହେବା ପରେ ରୁଚି ସିଂ ତହସିଲଦାର ପଦୋଶ୍ରଙ୍କ ସହ ଅଧିକ ସମୟ ରହି ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ଏହା ପରେ ରୁଚି ସିଂଙ୍କ ପୋଷ୍ଟିଂ ଲକ୍ଷ୍ନୌକୁ କରାଯାଇଥିଲା। ଅନ୍ୟପଟେ ନିଜ ବଡ଼ ଭଉଣୀର ଏହି କାରନାମାର ସୂଚନା କେବଳ ରୁଚିଙ୍କର ସାନଭାଇ ଶୁଭମଙ୍କୁ ଜଣା ଥିଲା, କାରଣ ପରିବାରର ଅନ୍ୟ ସଦସ୍ୟମାନେ ରୁଚି ସିଂଙ୍କ ସହ ସମ୍ପର୍କ ରଖିନଥିଲେ। ଆଉ ସାନଭାଇ ଶୁଭମ୍ ତାଙ୍କ ସହିତ ନିରନ୍ତର ଯୋଗାଯୋଗରେ ଥିଲେ।

ରୁଚି ସିଂଙ୍କ ହତ୍ୟା ପରେ ସାନଭାଇ ଶୁଭମ୍ ଭଉଣୀର ମୃତ ଦେହକୁ ସଂଗ୍ରହ କରିବା ପାଇଁ ଲକ୍ଷ୍ନୌରେ ପହଞ୍ଚିଥିଲେ। ଅନ୍ୟପଟେ ରୁଚି ସିଂଙ୍କ ହତ୍ୟା ପରେ ପରିବାର ଲୋକେ ଏକଜୁଟ ହୋଇ ରୁଚି ସିଂଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ଦେବା ପାଇଁ ପୋଲିସ ନିକଟରେ ଅପିଲ କରିଛନ୍ତି। ସମସ୍ତ ପ୍ରମାଣ ସଂଗ୍ରହ କରିବା ସହିତ ତାଙ୍କ କନେଷ୍ଟବଳ ଝିଅଙ୍କର ହତ୍ୟାକାରୀ କିଏ , ତାକୁ ଶାସ୍ତୀ ଦେବା ପାଇଁ ବର୍ତ୍ତମାନ ପରିବାର ଲୋକେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *