ପ୍ରେମ ବିବାହକୁ ବିରୋଧ : ଝିଅ-ଜ୍ୱାଇଁକୁ ହତ୍ୟା କଲା ବାପା, ଆଉ ତାପରେ..

ସଂସ୍କାର : ପ୍ରେମ ବିବାହକୁ ବିରୋଧ କରି ନିଜ ଝିଅ-ଜ୍ୱାଇଁକୁ ଅତି ନିର୍ମମ ଭାବେ ହତ୍ୟା କରିଛି ବାପା । ଏହାପରେ ନିଜେ ପୋଲିସ ଷ୍ଟେସନରେ ପହଁଚି ଆତ୍ମ ସର୍ମପଣ କରିବା ଖବର ଏବେ ଚାରିଆଡ଼େ ଚାଞ୍ଚଲ୍ୟ ଖେଳାଇଦେଇଛି । ଜ୍ୱାଇ କମ ଶିକ୍ଷିତ ଥିବାରୁ ଅଭିଯୁକ୍ତ ବାପା ଜଣକ ଏଭଳି କାଣ୍ଡ ଭିଆଇଥିବା ପୋଲିସକୁ କହିଛି। ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ତାମିଲନାଡ଼ୁର ତୁତୁକୋରିନ ସହରରେ ।

ପରିବାର ଲୋକଙ୍କ ବିରୋଧରେ ଯାଇ ପ୍ରେମବିବାହ କରିଥିଲା ଝିଅ । ବିବାହ କରିବା ପରେ ଫେରାର ହୋଇଯାଇଥିଲେ । ତେବେ ଏନେଇ ଝିଅ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା। ଅନ୍ୟପକ୍ଷରେ ବିବାହିତ ଦମ୍ପତି ମଦୁରାଇରେ ପୋଲିସ ନିକରେ ନିଜସ୍ୱ ଇଚ୍ଛାରେ ବିବାହ କରିଥିବା ୨ ଜଣ ଯାକ ସ୍ୱୀକାର କରିଥିଲେ । ପୋଲିସ ଷ୍ଟେସନରୁ ଭିଡ଼ିଓ କଲ ମାଧ୍ୟମରେ ଦମ୍ପତି ମହିଳାଙ୍କ ମାତାପିତାଙ୍କ ସହ ମଧ୍ୟ କଥା ହୋଇଥିଲେ । ହେଲେ ଯୁବତୀଙ୍କ ବାପାଙ୍କ ମନରେ ରାଗ ପୂର୍ବଭଳି ରହିଥିଲା । ତେଣୁ ସେ ଉଭୟଙ୍କୁ ମାରିଦେବାର ଯୋଜନା କରିଥିଲେ ।

ଏକଥା ଜଣାପଡ଼ିବା ପରେ ଗାାଁ ଲୋକେ ତାଙ୍କୁ ବୁଝାଇଥିଲେ । ହେଲେ ଯୁବତୀଙ୍କ ବାପା ନିଜଜିଦରେ ଅଟଳ ରହିଥିଲେ । ପୋଲିସର ସୂଚନାନୁଯାୟୀ ନବଦମ୍ପତିଙ୍କୁ ଭଡ଼ାଘରେ ହତ୍ୟା କରାଯାଇଛି । ଏହି ନବଦମ୍ପତି ଉଭୟ ଅନୁସୂଚିତ ଜାତିର । ନବବିବାହିତା ଜଣକ କଲେଜରେ ପାଠ ପଢୁଥିବାବେଳେ ତାଙ୍କ ସ୍ୱାମୀ ସ୍କୁଲ ପରେ ଆଉ ପଢିନଥିଲେ । କମ ପାଠପଢିଥିବାରୁ ତାଙ୍କୁ ଶ୍ୱଶୁର ପସନ୍ଦ କରୁନଥିଲେ । ତେଣୁ ସେ ହତ୍ୟାକାଣ୍ଡର ଷଡଯନ୍ତ୍ର ରଚିଥିବା ପୋଲିସ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *