ସଂସ୍କାର :ଅନୁଗୁଳ ଜିଲ୍ଲା କଣଲଇ ଗାଁରେ ପ୍ରେମିକର ଘର ଆଗରେ ପ୍ରେମିକାର ଧାରଣା। ଗତ କିଛି ବର୍ଷ ହେଲା ପ୍ରେମ ସମ୍ପର୍କ ରଖିବା ପରେ ଏବେ ବାହା ହେବାକୁ ମନା କରୁଥିବାରୁ ଗତ ୧୩ ତାରିଖ ରାତିରୁ ଯୁବତୀ ଜଣକ ନିଜ ପ୍ରେମିକର ଦୁଆରେ ବସିଛନ୍ତି। ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କଣଲଇ ଗାଁର ପ୍ରଶାନ୍ତ ମାଝି ଙ୍କ କିଶୋର ନଗର ଥାନା ଉରୁକୂଳା ଅଂଚଳର ଟୁନି ପ୍ରଧାନ ନାମକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା।
ପ୍ରାୟ ୪ ରୁ ୫ ବର୍ଷ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ବେଳେ ଟୁନିଙ୍କ ପାଇଁ ବାହାରୁ ବିବାହ ପାଇଁ ପ୍ରସ୍ତାବ ଆସୁଥିଲେ ତାକୁ ପ୍ରଶାନ୍ତ ଭାଙ୍ଗି ଦେଉଥିଲା ଏବେ ଆଉ ପ୍ରଶାନ୍ତ ଧାରା ଛୁଆଁ ଦେଉନାହିଁ। ସବୁ ପ୍ରକାର ସମ୍ପର୍କ ରଖିବା ପରେ ଏବେ ବାହା ହେବାକୁ ମନା କରୁଥିବାରୁ ପ୍ରେମିକା ଟୁନି ଅଭିଯୋଗ କରିଛନ୍ତି । ଏଥି ପାଇଁ ଟୁନି ଧାରଣା ରେ ବସି ରହିବ ସହ ପ୍ରଶାନ୍ତଙ୍କୁ ବାହା ହେବାକୁ ଜିଦି ଧରିଛନ୍ତି। ବର୍ତ୍ତମାନ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।