ପ୍ରସିଦ୍ଧ ଗଜଲ ଓ ସାୟର ଲେଖକ ରାହତ ଇନ୍ଦୌରୀ ଙ୍କ ହେଲା ନିଧନ, ଜାଣନ୍ତୁ କେମିତି ହେଲା ତାଙ୍କର ମୃତ୍ୟୁ

Lyricist and poet Rahat Indori has passed away

ପ୍ରସିଦ୍ଧ ଗଜଲ ଲେଖକ ରାହତ ଇନ୍ଦୌରୀ ଙ୍କର 70 ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ଘଟିଛି। ସେ ଇନ୍ଦୋରର ଅରୋବିନ୍ଦୋ ହସ୍ପିଟାଲରେ କରୋନା ପାଇଁ ମଧ୍ୟ ଚିକିତ୍ସିତ ହେଉଥିଲେ। କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ ଅରୋବିନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ପୁଅ ସତଲେଜ ଏହି ବିଷୟରେ ସୂଚନା ଦେଇଛନ୍ତି,ପରେ ନିଜେ ରାହତ ଇନ୍ଦୌରୀ ମଧ୍ୟ ଏବିଷୟରେ ଟ୍ବିଟ୍ କରି ଜଣାଇଥିଲେ ଯେ କୋଭିଡ-୧୯ର ପ୍ରାଥମିକ ଲକ୍ଷଣ ଦେଖାଦେବାରୁ କାଲି ତାଙ୍କର କରୋନା ଟେଷ୍ଟ କରାଯାଇଥିଲା,ଯାହା ଫଳରେ ସେ କରୋନାରେ ସଂକ୍ରମିତ ଥିବା ଜଣା ପଡ଼ିବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛି।

କହିବାକୁ ଗଲେ ରାହତ ଇନ୍ଦୌରୀ ଉର୍ଦ୍ଦୁର ଜଣେ ପ୍ରସିଦ୍ଧ କବି ହେବା ସହିତ ବଲିଉଡର ଜଣେ ପ୍ରସିଦ୍ଧ କବି ଥିଲେ। ସେ 1 ଜାନୁଆରୀ 1950 ରେ ଇନ୍ଦୋରର ରାଫୁତୁଲ୍ଲା କୁରେଶିଙ୍କ ଘରେ ଜନ୍ମଗ୍ରହଣ କରିଥିଲେ। ସେ ଏକ ଟେକ୍ସଟାଇଲ୍ ମିଲରେ କାମ କରୁଥିଲେ, ତାଙ୍କ ମାତାଙ୍କ ନାମ ଥିଲା ମକବୁଲ ଉନ୍ ନିସା ବେଗମ୍ , ସେ ଇନ୍ଦୋରର ନ୍ୟୁଟାନ ସ୍କୁଲରୁ ଦଶମ ପରୀକ୍ଷା ଶେଷ କରିଥିଲେ। ଏହା ପରେ ସେ ଇନ୍ଦୋରର ଇସଲାମିଆ କରିମିୟା କଲେଜରୁ ଏବଂ ଭୋପାଳର ବରକାତୁଲ୍ଲା ବିଶ୍ୱବିଦ୍ୟାଳୟରୁ ଉର୍ଦ୍ଦୁରେ ସ୍ନାତକ ହାସଲ ମଧ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *