ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କୁ ମା ଗଙ୍ଗା କାହିଁକି ଦେଇଥିଲେ ଅଭିଶାପ?

ମହାଭାରତ ଯୁଦ୍ଧ ସମୟରେ ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କ ଏକ କୂଟନୀତି ରେ ମା ଗଙ୍ଗା କ୍ରୋଧିତ ହୋଇ ଅର୍ଜୁନଙ୍କୁ ଏକ ଭୟଙ୍କର ଅଭିଶାପ ଦେଇଥିଲେ। ତେବେ ଆସନ୍ତୁ ଜାଣିବା ସେ ଅଭିଶାପ କଣ ଥିଲା।

ମହାଭାରତ ଯୁଦ୍ଧରେ ପିତାମହ ଭୀଷ୍ମ ଙ୍କ ବାଣ ଆଗରେ ପଞ୍ଚୁ ପାଣ୍ଡବ ସାମ୍ନା କରିବା ଅସମ୍ଭବ ଥିଲା। ଯେତେବେଳେ ପାଣ୍ଡବଙ୍କ ସେନା ପିତାମହ ଭୀଷ୍ମ ଙ୍କ ବାଣ ରେ ଆହତ ହେବାକୁ ଲାଗିଲେ, ସେତେବେଳେ ଅର୍ଜୁନ ଶ୍ରୀକୃଷ୍ଣଙ୍କ ସହାୟତା ମାଗିଲେ। ସେତେବେଳେ ଶ୍ରୀକୃଷ୍ଣ ଏକ କୂଟନୀତି କରିଥିଲେ। ସେ ଶ୍ରୀଖଣ୍ଡି ଯିଏ କି ଜଣେ କିନ୍ନର ଥିଲେ ତାଙ୍କୁ ଭୀଷ୍ମ ଙ୍କ ସହ ଯୁଦ୍ଧ କରିବାକୁ ଆଣିଲେ। ଶ୍ରୀଖଣ୍ଡି କିନ୍ନର ଥିଲେ, କିନ୍ତୁ ଭୀଷ୍ମ ତାଙ୍କୁ କନ୍ୟା ହି ଭାବୁଥିଲେ।

ଭୀଷ୍ମ କନ୍ୟାଙ୍କ ଉପରେ ଅସ୍ତ୍ର ଶସ୍ତ୍ର ରେ ପ୍ରହାର କରୁନଥିଲେ। ତେଣୁ ଯେତେବେଳେ ଶ୍ରୀଖଣ୍ଡି ତାଙ୍କ ସହ ଯୁଦ୍ଧ କରିବାକୁ ଆସିଲେ, ଭୀଷ୍ମ ନିଜ ହତିଆର କୁ ତ୍ୟାଗ କରିଦେଇଥିଲେ। ସେତେବେଳେ ଅର୍ଜୁନ ଅନେକ ବାଣ ସହ ଭୀଷ୍ମ ଉପରେ ପ୍ରହାର କରିଥିଲେ ଏବଂ ବାଣ ର ଏକ ସେଜ ଉପରେ ଶୁଆଇ ଦେଇଥିଲେ।

ଏହା ଦେଖି ମା ଗଙ୍ଗା ବହୁତ କ୍ରୋଧିତ ହୋଇଥିଲେ। ସେ ଯୁଦ୍ଧ କ୍ଷେତ୍ରରେ ପ୍ରକଟ ହୋଇ ଅର୍ଜୁନ କୁ ନିଜ ପୁତ୍ର ହାତରେ ତୁମର ମୃତ୍ୟୁ ହେବ ବୋଲି ଅଭିଶାପ ଦେଇଥିଲେ।

ମାତା ଗଙ୍ଗା ମଧ୍ୟ ଏକ କୂଟନୀତି କରି ଅର୍ଜୁନ ଙ୍କ ପୁତ୍ର ବିବ୍ରୁବହନ କୁ ଭ୍ରମିତ କରିଦେଇଥିଲେ। ଯାହା ଫଳରେ ବିବ୍ରୁବହନ ଅର୍ଜୁନ ଙ୍କ ଶିର କାଟି ତାଙ୍କର ବଦ୍ଧ କରିଦେଇଥିଲେ।

ମାତ୍ର ପରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତାଙ୍କ ଜୀବନ ଫେରାଇ ଦେଇଥିଲେ ଏବଂ ବିବ୍ରୁବହନ କୁ ମା ଗଙ୍ଗା ଙ୍କ ଭ୍ରମରୁ ମୁକ୍ତ କରିଦେଇଥିଲେ।