ଏକାବେଳେ ୨୨ ଜଣ ରୋଗୀଙ୍କ ଚାଲିଗଲା ଜୀବନ : ହସ୍ପିଟାଲର ଅକ୍ସିଜେନ ଟାଙ୍କି ଲିକ୍ ହେଲାପରେ ସପ୍ଲାଇ …

ଗୋଟିଏ ପଟେ ଦେଶରେ ଅକ୍ସିଜେନ ସିଲିଣ୍ଡରର ଅଭାବ ଦେଖା ଦେଉଥିବା ବେଳେ ମହାରାଷ୍ଟ୍ରର ନାସିକରେ ଥିବା ଜାକିର ହୁସେନ ହସ୍ପିଟାଲରେ ଘଟିଛି ଏକ ବଡ଼ ଅଘଟଣ । ହସ୍ପିଟାଲରେ ଅକ୍ସିଜେନ୍ ଲିକ୍ କାରଣରୁ ଏକାବେଳେ ୨୨ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ଅକ୍ସିଜେନ ଟାଙ୍କି ଲିକ୍ ହେବା କାରଣରୁ ଅକ୍ସିଜେନ୍ ସପ୍ଲାଇ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଥିଲା ବୋଲି ସ୍ଥାନୀୟ ପ୍ରଶାସନର କହିଛି । ମାତ୍ର ସେପଟେ ଏହି କାରଣରୁ ଭେଣ୍ଟିଲେଟରରେ ଥିବା ୨୨ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି ।

ସୂଚନାଥାଉ ଯେ ଏହି ଦୁର୍ଘଟଣା ସମୟରେ ହସ୍ପିଟାଲ ଭେଣ୍ଟିଲେଟରରେ ଥିଲେ ମୋଟ ୨୩ ଜଣ ରୋଗୀ । ଭେଣ୍ଟିଲେଟର ରୋଗୀଙ୍କୁ ଛାଡ଼ି ଦେଲେ ହସ୍ପିଟାଲରେ ଥିଲେ ୧୭୧ ଜଣ ରୋଗୀ । ତେବେ ଅକ୍ସିଜେନ୍ ଲିକ୍ ଘଟଣା ପରେ ହସ୍ପିଟାଲରେ ଭର୍ତ୍ତି ଥିବା ସମସ୍ତ ରୋଗୀଙ୍କ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରି ଦିଆଯାଇଛି ।

ଘଟଣା ସମ୍ପର୍କରେ ଖବର ପାଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ଦେଶର ପ୍ରଧାନମନ୍ତ୍ରୀ ଏ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସୂଚନାଥାଉ ଯେ ନାସିକର ଜାକିର ହୁସେନ ହସ୍ପିଟାଲଟି ସମ୍ପୂର୍ଣ୍ଣ କୋଭିଡ଼ ହସ୍ପିଟାଲ ଥିଲା । ସକାଳ ୧୦ ଟା ବେଳେ ହସ୍ପିଟାଲରେ ୧୫୭ ଜଣ ରୋଗୀ ଥିଲେ ଯେଉଁମାନଙ୍କ ଭିତରୁ ୧୩୧ ଅକ୍ସିଜେନରେ ଥିଲେ ଏବଂ ୧୫ ଜଣ ଭେଣ୍ଟିଲେଟରରେ ଥିଲେ । ଏମାନଙ୍କ ଭିତରୁ ୬୩ ଜଣ ଗୁରୁତର ଅବସ୍ଥାରେ ଥିଲେ ।

Leave a Reply

Your email address will not be published. Required fields are marked *