ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍ ମହେଲା ଜୟବର୍ଦ୍ଧନେ ସୋମବାର କହିଛନ୍ତି ଯେ ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସିଜିନର ପ୍ରଥମ ତିନୋଟି ମ୍ୟାଚରେ ବୋଲିଂ କରିନଥିବା ମୁମ୍ବାଇର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଇଂଲଣ୍ଡ ବିପକ୍ଷ ଶେଷ ODI ରେ କାନ୍ଧରେ ସାମାନ୍ୟ ଆଘାତ ପାଇଛନ୍ତି ଏବଂ ସେ ଆହତ ଅବସ୍ଥାରୁ ବର୍ତମାନ ସେ ସୁସ୍ଥ ହୋଇ ଆସୁଛନ୍ତି । ଏହି ସିଜନରେ ଆମେ ମଧ୍ୟ ତାଙ୍କ ବୋଲିଂ ଦେଖିବାକୁ ଅପେକ୍ଷା କରିଛୁ, ଏବଂ ସେ କହିଛନ୍ତି ଯେ ହାର୍ଦ୍ଦିକ ଶୀଘ୍ର ବୋଲିଂ କରିବେ।
ସେ କହିଛନ୍ତି ଯେ ଆମେ ଏପର୍ଯ୍ୟନ୍ତ କୌଣସି ରିସ୍କ ନେବାକୁ ଚାହୁଁନାହୁଁ। ଆମେ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ସେ ବୋଲିଂରେ ଭଲ ପଦର୍ଶନ କରିବେ, ଆସନ୍ତା କିଛି ସପ୍ତାହ ମଧ୍ୟରେ ସେ ବୋଲିଂ କରିବେ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଏହା ନୁହେଁ ଯେ ଆମେ ଜାଣିଶୁଣି ତାଙ୍କୁ ବୋଲିଂ କରିବାକୁ ଦେଉ ନାହୁଁ। ଆହତ କାରଣ ରୁ ସୁସ୍ଥ ହେବା ମାତ୍ରେ ତାଙ୍କୁ ବୋଲିଂ କରିବାକୁ ଅନୁମତି ଦିଆଯିବ। 27 ବର୍ଷୀୟ ବରୋଦା ଖେଳାଳି ଡେଭିଡ ୱାର୍ଣ୍ଣର ଏବଂ ଅବଦୁଲ ସମାଦଙ୍କୁ ରନ ଆଉଟ କରି ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଦଳର 13 ରନ୍ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଜୟବର୍ଦ୍ଧନେ କହିଛନ୍ତି ଯେ ଆମେ ହାର୍ଦ୍ଦିକଙ୍କୁ ବାଉଂଡେରୀ ନିକଟରେ ଫିଲ୍ଡିଂ କରିବାକୁ ଚାହୁଁଛୁ କାରଣ ସେ ଥ୍ରୋ ବହୁତ ଦ୍ରୁତ ଗତିରେ କରିଥାନ୍ତି ଏବଂ ସେ ଅବିଶ୍ୱାସନୀୟ କ୍ୟାଚ୍ ମଧ୍ୟ ଧରିଥାନ୍ତି, କିନ୍ତୁ କାନ୍ଧରେ ଆଘାତ ହେତୁ ଆମେ ତାଙ୍କୁ 30 ୟାର୍ଡ଼ ସାରକିଲ୍ ମଧ୍ୟରେ ଫିଲ୍ଡିଂ କରିବାକୁ କୁହାଯାଉଛି । ଆଇପିଏଲର ଚଳିତ ସିଜନରେ ଚେପକ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ପ୍ରାଧାନ୍ୟ ବିସ୍ତାର କରିଛି, କିନ୍ତୁ ଜୟୱାର୍ଡେନେ କହିଛନ୍ତି ଯେ ଏହି ପିଚ୍ ରେ ଖେଳିବା ଅସମ୍ଭବ ନୁହେଁ କିନ୍ତୁ ଏହା ମନ୍ଥର ଅଟେ, ସାମାନ୍ୟ ଧିମା ପିଚ୍ ଅଟେ।
ଏପର୍ଯ୍ୟନ୍ତ ଏଠାରେ ଖେଳାଯାଇଥିବା 6 ଟି ମ୍ୟାଚ୍, କେବଳ ତିନିଥର ଦଳ 150 ରୁ ଅଧିକ ରନ୍ ସଂଗ୍ରହ କରିଥିବାବେଳେ ପାଞ୍ଚଟି ମ୍ୟାଚ୍ ରେ ପ୍ରଥମ ବ୍ୟାଟିଂ କରୁଥିବା ଦଳ ଜିତିଛନ୍ତି। ରବିବାର ଦିନ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଏକ ଉଚ୍ଚ ସ୍କୋର ବିଶିଷ୍ଟ ଥିଲା, ବିରାଟ କୋହଲିଙ୍କ ଦଳ ପ୍ରଥମେ ଚାରିଟି ୱିକେଟ୍ ହରାଇ 204 ସ୍କୋର କରିବା ପରେ 38 ରନରେ ବିଜୟୀ ହୋଇଥିଲା ।