ହ୍ରିତିକ ରୋଶନଙ୍କ ” ରାମାୟଣ” ଚଳଚ୍ଚିତ୍ରରୁ ଆଉଟ୍ ହେଲେ ମହେଶ ବାବୁ, କାରଣ..

ସଂସ୍କାର :- ଆସନ୍ତା ୨୦୨୨ ମସିହାରୁ ସୁଟିଂ ଆରମ୍ଭ ହେବ “ରାମାୟଣ”ର ୩ଡି ଚଳଚ୍ଚିତ୍ର । ଯାହାକି ହିନ୍ଦୀ ଭାଷାରେ ରିଲିଜ କରାଯିବ। ତେବେ ଏହି ଚଳଚ୍ଚିତ୍ରରେ ବଲିଉଡ ଓ ଟଲିଉଡ଼ ର ଅନେକ ଜଣାଶୁଣା ଅଭିନେତା ଓ ଅଭିନେତ୍ରୀ ଅଭିନୟ କରିବେ। ତେବେ ବଲିଉଡର ଫ୍ଲାଇଙ୍ଗ୍ ଷ୍ଟାର୍ ହ୍ରିତିକ ରୋଶନଙ୍କ ଏହା ଏକ ମେଗା ବଜେଟ ପ୍ରୋଜେକ୍ଟ।

ଏହିକ୍ରମରେ ଏକ ବଡ଼ଖବର ସାମ୍ନାକୁ ଆସିଛି। ଏହି ଚଳଚ୍ଚିତ୍ରରେ ଭଗବାନ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିବା ପାଇଁ ଟଲିଉଡ଼ର ସୁପରଷ୍ଟାର ମହେଶ ବାବୁଙ୍କୁ ଅଫର ଦେଇଥିଲେ ହ୍ରିତିକ ରୋଶନ । ଏହି ଅଫରକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ହଁ କରିଥିଲେ ମହେଶ ବାବୁ। କିନ୍ତୁ ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ, ମହେଶ ବାବୁ ଏହି ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ମନା କରିଦେଇଛନ୍ତି।

ପ୍ରକୃତରେ ଚଳଚ୍ଚିତ୍ର ନିର୍ମାତା ମଧୁ ମଣ୍ଟେନା, ନୀତୀଶ ତିୱାରୀଙ୍କ ସହ ଫିଲ୍ମ ‘ରାମାୟଣ ୩ଡି’ କରିବେ ବୋଲି ଘୋଷଣା କରିଥିଲେ। ଅନ୍ୟପଟ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କୁ ‘ରାମାୟଣ’ରେ ଏକାଠି ଦେଖିବାକୁ ମିଳିବ। ଏଥି ସହିତ ନିର୍ମାତାମାନେ ସାଉଥ୍ ସୁପରଷ୍ଟାର ମହେଶ ବାବୁଙ୍କୁ ‘ରାମାୟଣ’ ରେ ଅଭିନୟ କରିବା ପାଇଁ କହିଥିଲେ। କିନ୍ତୁ, ବର୍ତ୍ତମାନ ଖବର ଆସୁଛି ଯେ ମହେଶ ବାବୁ ହ୍ରିତିକ ରୋଶନଙ୍କ ‘ରାମାୟଣ’ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ମନା କରି ଦେଇଛନ୍ତି।

ସୂତ୍ରରୁ ଜଣାପଡିଛି ଯେ, “ମଧୁ ମଣ୍ଟେନା ଏବଂ ନୀତୀଶ ତିୱାରୀ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୨ ମଧ୍ୟଭାଗରୁ ‘ରାମାୟଣ’ ପାଇଁ ସୁଟିଂ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। କିନ୍ତୁ ଏହି ସମୟ ମଧ୍ୟରେ ମହେଶ ବାବୁଙ୍କୁ ଚଳଚ୍ଚିତ୍ର ନିର୍ମାତା ଏସ୍ ରାଜାମୌଲି କୌଣସି ଏକ ଫିଲ୍ମ ଅଫର୍ କରିଛନ୍ତି। ତେଣୁ ଏହା ସ୍ପଷ୍ଟ ଯେ ମହେଶ ବାବୁ ରାମାୟଣ ଅପେକ୍ଷା ରାଜାମୌଲିଙ୍କ ଫିଲ୍ମ କରିବାକୁ ପସନ୍ଦ କରିଛନ୍ତି।

ଅନ୍ୟପଟେ ହ୍ରିତିକ୍ ମଧୁ ମଣ୍ଟେନାଙ୍କ ରାମାୟଣ ଚଳଚ୍ଚିତ୍ରରେ ରାବଣ ଭୂମିକାରେ ଅଭିନୟ କରିବେ। ଯେଉଁଠାରେ ଦୀପିକା ସୀତା ମା ଭୂମିକାରେ ନଜର ଆସିବେ। କିନ୍ତୁ ବର୍ତ୍ତମାନ ମହେଶ ବାବୁଙ୍କ ପ୍ରତ୍ୟାଖ୍ୟାନ ପରେ ନିର୍ମାତାମାନେ ପ୍ରଭୁ ଶ୍ରୀରାମ ଙ୍କ ଭୂମିକାରେ ଅଭିନୟ କରିବାକୁ ଅନ୍ୟ ଜଣେ ଅଭିନେତା ଖୋଜୁଛନ୍ତି।

Leave a Reply

Your email address will not be published. Required fields are marked *