ଆରମ୍ଭ ହେଲା ମେକ୍ ଇନ୍ ଓଡିଶା କନକ୍ଲେଭ-୨୦୨୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ

ସଂସ୍କାର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଜନତା ମୈଦାନରେ ଶିଳ୍ପ ମହାକୁମ୍ଭ ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ର ତୃତୀୟ ସଂସ୍କରଣକୁ ଉଦଘାଟନ କରିଛନ୍ତି। ଓଡ଼ିଶାର ଯୁବପିଢ଼ିଙ୍କୁ ଆଗାମୀ ଦିନରେ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି କନକ୍ଳେଭକୁ ଉଦଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ସେଠାରେ ଆୟୋଜିତ ପ୍ରଦର୍ଶନୀକୁ ବୁଲି ଦେଖିଛନ୍ତି।

ସୂଚନା ଅନୁଯାୟୀ, ଏହି ୫ଦିନିଆ କନକ୍ଲେଭରେ ୧୩୦ରୁ ଅଧିକ ବଡ଼ ଓ ମଧ୍ୟମ ଶିଳ୍ପ ସାମିଲ ହେବେ। ଏପର୍ଯ୍ୟନ୍ତ ୧୧ ହଜାର ୬୦୦ରୁ ଅଧିକ ସଂସ୍ଥା ପଞ୍ଜୀକରଣ ଗ୍ରହଣ କରିସାରିଛନ୍ତି । କନକ୍ଲେଭରେ ୧୨୪ ଜଣ ବକ୍ତା ଭାଗ ନେବାକୁ ଯାଉଛନ୍ତି। ଆୟୋଜିତ ହେବାକୁ ଥିବା ଏହି କ ନକ୍ଲେଭରେ ୩୮ଟି କାର୍ଯ୍ୟକ୍ରମ ମଧ୍ୟ ନିର୍ଦ୍ଧାରଣ ହୋଇଛି।

ଏହି କନକ୍ଲେଭର ସଫଳ ନିରୂପଣ ହେବାକୁ ଯୋଜନା ଏବଂ କାର୍ଯ୍ୟକାରିତା ପାଇଁ ୨୨ଟି ବିଭାଗ ପକ୍ଷରୁ କାର୍ଯ୍ୟଭାର ଗ୍ରହଣ କରାଯାଇଛି। ଏହି କନକ୍ଲେଭରେ ଜାପାନ ଓ ନରୱେର ଶିଳ୍ପ ଉଦ୍ୟୋଗୀ ଯୋଗଦେଇ ଥିବାବେଳେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ବିଶି‌ଷ୍ଟ ଶିଳ୍ପପତିମାନେ ଯୋଗ ଦେବେ।

Leave a Reply

Your email address will not be published. Required fields are marked *