ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର 13 ତମ ସିଜନ୍ ପରେ ପୂର୍ବତନ ଭାରତ ଦଳର କ୍ରିକେଟର ଆକାଶ ଚୋପ୍ରା ପ୍ରାୟ ସମସ୍ତ ଫ୍ରାଞ୍ଚାଇଜ୍ ଦଳର ସମୀକ୍ଷାକୁ ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ଆକାଶ ଚୋପ୍ରା ଏଥର କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ର ସମୀକ୍ଷା କରିଛନ୍ତି ଯେଉଁଥିରେ ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମାନ ଗିଲଙ୍କୁ ଆସନ୍ତା ସିଜନରେ ଦଳର ଅଧିନାୟକ ହେବାକୁ ପରାମର୍ଶ ଦେଇଛନ୍ତି। ଏହା ବ୍ୟତୀତ ଆକାଶ ଚୋପ୍ରା କହିଛନ୍ତି ଯେ ଏହି ଦୁଇ ବିଦେଶୀ କ୍ରିକେଟରଙ୍କୁ କେକେଆର ବାହାର କରିଦେବା ଉଚିତ।
କେକେଆର୍ 14 ଟି ମ୍ୟାଚ୍ ମଧ୍ୟରୁ ସାତୋଟି ଜିତିଥିଲା, କିନ୍ତୁ ଖରାପ ନେଟ୍ ରନ୍ ରେଟ୍ କାରଣରୁ ଦଳ ପ୍ଲେ ଅଫ୍ ରେ ପ୍ରବେଶ କରିପାରି ନଥିଲା, ପ୍ୟାଟ୍ କମିନ୍ସ ଙ୍କୁ କିଣିବାରେ କେକେଆର୍ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲା। ଆକାଶ ଚୋପ୍ରା କହିଛନ୍ତି ଯେ କେକେଆର କମିନ୍ସ ଏବଂ ସ୍ପିନର ସୁନୀଲ ନାରିନଙ୍କୁ ବାହାର କରିଦେବା ଉଚିତ। ସେ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି, ‘ମୁଁ ଭାବୁଛି କେକେଆର ଅନେକ ଖେଳାଳିଙ୍କୁ ରଖିବା ଉଚିତ୍ ନୁହେଁ। ମୁଁ କେବଳ ତିନିଜଣ ଖେଳାଳିଙ୍କ ନାମ କହୁଛି ଶୁବମାନ ଗିଲ, ଆଣ୍ଡ୍ରେ ରସେଲ ଏବଂ ବରୁଣ ଚକ୍ରବର୍ତ୍ତୀ ଏହି ତିନିଜଣଙ୍କୁ ରଖାଯିବା ଉଚିତ ଏବଂ ଶୁବମାନ ଗିଲଙ୍କୁ ଅଧିନାୟକ କରାଯିବା ଉଚିତ୍ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ‘ଯଦି କେକେଆର ଶୁଭମନ୍ ଗିଲଙ୍କୁ ଅଧିନାୟକ ନକରି ଏବଂ ଅନ୍ୟ ଦଳକୁ ଯିବାକୁ ଦିଅନ୍ତି, ତେବେ ସେ ଆଉ ଏପରି ସୁଯୋଗ ପାଇବେ ନାହିଁ ଏବଂ ତେବେ ଆଗାମୀ ବର୍ଷରେ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କରିଥିବା ଭଳି ଅନ୍ୟ ଦଳ ପାଇଁ ମଧ୍ୟ ସେପରି କରୁଥିବା ଦେଖିବାକୁ ମିଳିବ। ସେମାନେ ବରୁଣ ଚକ୍ରବର୍ତ୍ତୀଙ୍କୁ ରଖିବା ଉଚିତ ଏବଂ ଆଣ୍ଡ୍ରେ ରସେଲଙ୍କୁ ମଧ୍ୟ ବାହାର କରିବା ଉଚିତ ନୁହଁ, କାରଣ ତାଙ୍କୁ ପୁଣି କିଣିବା ଅତ୍ୟନ୍ତ ମହଙ୍ଗା ହେବ। ‘
ସେ ଆହୁରି ମଧ୍ୟ କହିଛନ୍ତି, ‘କେକେଆର ସୁନୀଲ ନରେନ ଏବଂ ପ୍ୟାଟ କମିନ୍ସଙ୍କୁ ବାହାର କରିପାରିବେ, ଫଳରେ ବହୁ ଟଙ୍କା ସଂଚୟ ହୋଇପାରିବ। ଏପରିକି ଇଏନ୍ ମୋର୍ଗାନ୍ ଙ୍କୁ ମଧ୍ୟ, ଯଦି ସେ ତାଙ୍କୁ ଅଧିନାୟକ ଭାବେ ରଖିବାକୁ ଚାହାଁନ୍ତି, ମୁଁ ଭାବୁନାହିଁ ଯେ ଏହା ଏକ ଭଲ ଧାରଣା ହେବ ଏବଂ ଯଦି ପୁନର୍ବାର ଏହି ଖେଳାଳିଙ୍କୁ କିଣାଯିବ ତେବେ ସେମାନଙ୍କ ମୂଲ୍ୟ 12-15 କୋଟି ପର୍ଯ୍ୟନ୍ତ ଯିବ ନାହିଁ, ତେଣୁ ମୁଁ ଭାବୁଛି ଦଳ ସେମାନଙ୍କୁ ବାହାର କରି ପୁନର୍ବାର କାମ ଟଙ୍କା ଖର୍ଚ କରି କିଣି ମଧ୍ୟ ପାରିବେ।