Vitality Blast T20 : ଆଜିକାଲି ବ୍ରିଟେନରେ ଟି -20 ଭାଇଟାଲିଟି ବ୍ଲାଷ୍ଟ ଟୁର୍ନାମେଣ୍ଟ ଖେଳାଯାଉଛି । ଏହି ଲିଗରେ 25 ଜୁନ୍ ଦିନ ଲଣ୍ଡନର କ୍ୟାନିଂଟନ୍ ଓଭାଲରେ ମିଡଲ୍ସେକ୍ସ (Middlesex) ଏବଂ ସୁରେ (Surrey) ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇଥିଲା । 5 ୱିକେଟ୍ ବ୍ୟବଧାନରେ ଏହାର ଉତ୍କୃଷ୍ଟ ପ୍ରଦର୍ଶନ ଆଧାରରେ ସୁରେ ଦଳ ଏହି ମ୍ୟାଚ୍ ଜିତିଥିଲା ଏବଂ ଏହି ମ୍ୟାଚ୍ ସହିତ ସୁରେ ଦଳ ପଏଣ୍ଟ ଟେବୁଲରେ 2 ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ହାସଲ କରିଥିଲା। ଏହି ଲାଇଭ୍ ମ୍ୟାଚ୍ ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ଚର୍ଚ୍ଚାର ବିଷୟ ପାଲଟିଛି ।

ଦୁର୍ଭାଗ୍ୟବଶତ।, ମ୍ୟାଚ୍ ଏକ ରୋମାଞ୍ଚକର ଶେଷରେ ପହଞ୍ଚିବା ପରେ ଜଣେ କ୍ୟାମେରାମ୍ୟାନ ଜଣେ ମହିଳା ଆଡ଼କୁ କ୍ୟାମେରା ବୁଲାଇଥିଲେ। ସେତେବେଳେ ଜଣେ ବ୍ୟକ୍ତି ଜଣେ ମହିଳା ଦର୍ଶକଙ୍କ ସହ ଖରାପ ବ୍ୟବହାର କରୁଥିବା କ୍ୟାମେରାରେ କଏଦ ହୋଇଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ମହିଳାଙ୍କ ପ୍ରାଇଭେଟ ପାର୍ଟକୁ ଚୁମ୍ବନ ଦେଇଦେଲେ ବଦମାସ
ନୀଳ ରଙ୍ଗର ପୋଷାକ ପିନ୍ଧିଥିବା ଏହି ମହିଳା ଜଣଙ୍କ ପଛରେ ଥିବା ଭଦ୍ରଲୋକଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି ଏବଂ ଏହି ସମୟରେ ସେହି ମହିଳା ଜଣଙ୍କ ଏହି ବଦମାସ ବ୍ୟକ୍ତିଙ୍କ କାନ୍ଧରେ ଆଉଜି ପଛପଟେ ଜଣେ ବନ୍ଧୁଙ୍କ ସହ କଥା ହେଉଥିବା ବେଳେ ମହିଳାଙ୍କ ପ୍ରାଇଭେଟ୍ ପାର୍ଟରେ କିସ୍ କରିଦେଇଥିଏ ବ୍ୟକ୍ତି ଜଣଙ୍କ ଯାହା କ୍ୟାମେରାରେ କଏଦ ହୋଇଥିଲା।