ସଂସ୍କାର : ଆପଣ ମାନେ ନିଶ୍ଚୟ ଜାଣିଥିବେ ମଲ୍ଲିକା ଶେରାୱାତ ବଲିଉଡରେ ନିଜର ବୋଲ୍ଡ ଲୁକ ଓ ସୁନ୍ଦରତା ପାଇଁ ଲୋକପ୍ରିୟ। ତାଙ୍କର ଚଳଚିତ୍ରରେ ପ୍ରାୟ ଅନ୍ତରଙ୍ଗ ଦୃଶ୍ୟର ସିନ ରହିଥାଏ । ହେଲେ ବାସ୍ତବ ଜୀବନରେ ସେ ପୂରା ଅଲଗା । ସେ ସବୁବେଳେ ନିଜର ବ୍ୟବହାର ଭଲ ରଖିବାକୁ ପସନ୍ଦ କରନ୍ତି। କିନ୍ତୁ ଗତ କିଛି ଦିନ ହେବ ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟକୁ ନେଇ ସମାଲୋଚନା ହୋଇଆସୁଛନ୍ତି ।

ଏହି ଅଭିନେତ୍ରୀ ବଲିଉଡର ଗୁମର ଖୋଲି କହିବାରେ ଲାଗିଛନ୍ତି । ଏବେ ସେ ଏମତି ଏକ କିଛି କଥା କହିଛନ୍ତି ଯାହାକୁ ନେଇ ସବୁଠି ଚର୍ଚ୍ଚା । ସେ ସାକ୍ଷାତକାରରେ ଆସି ଇଣ୍ଡ୍ରଷ୍ଟିର ସବୁ ଗୁମର ଖୋଲିଛନ୍ତି । ଇଣ୍ଡ୍ରଷ୍ଟିରେ କିପରି କାଷ୍ଟି କାଉଚ୍ ହେଉଛି ସେ ବିଷୟରେ କହିଥିଲେ । ତାଙ୍କୁ ମଧ୍ୟ ଏ ସବୁ କରିବାକୁ କୁହାଯାଉଥିଲା । ହେଲେ ସେ ମନା କରିବାପରେ ତାଙ୍କ ହାତରୁ ସବୁ ପ୍ରୋଜେକ୍ଟ ଚାଲିଯାଉଥିଲା , କାରଣ ସେ କମ୍ପ୍ରମାଇଜ କରିନଥିଲେ। ସେଥିପାଇଁ ସେ ବହୁତ କ୍ଷତି ସହିଥିଲେ ।

ସେ କହିଥିଲେ ସବୁ ଷ୍ଟାର ଅଭିନେତା କାମ କରିବାକୁ ମନା କରିଦେଇଥିଲେ । କାରଣ ସେମାନଙ୍କୁ ସେହିମାନେ ପସନ୍ଦ ଥିଲେ ଯେଉଁମାନେ ତାଙ୍କ କଥାରେ ନାଚୁଥିଲେ । କିନ୍ତୁ ମୁଁ ସେମାନଙ୍କ ପରି ନଥିଲି । ସେ ପୁଣି କହିଛନ୍ତି କି ଯଦି ହିରୋ ରାତି ଅଧରେ ଡାକିବ ତମେ ତୁମ କ୍ୟାରିୟର ଚାହୁଁଥିଲେ ସେଠିକୁ ଯିବାକୁ ପଡିବ ଆଉ ତାଙ୍କ ସହ କମ୍ପ୍ରାମାଇଜ କରିବାକୁ ପଡେ । ଯେହେତୁ ମୁଁ ସେମିତିକା ନୁହେଁ ହୁଏତ ଏଥିପାଇଁ ମୁଁ ଆଗକୁ ବଢିପାରିନଥିଲି ।