ଶବ ସାଙ୍ଗରେ ଦୁଷ୍କର୍ମ : ଘୃଣ୍ୟ ଗୋଟେ ଅପରାଧ ନା ଗଭୀର ମାନସିକ ଅସୁସ୍ଥତା ! ପଢନ୍ତୁ ପୁରା ରିପୋର୍ଟ

ଦିସପୁର : ଆସାମର ଧେମାଜି ଜିଲ୍ଲା ଶିଳାପଥର ପୋଲିସ ଷ୍ଟେସନ ଅଧୀନରେ ଥିବା ଅଞ୍ଚଳରେ ଘଟିଛି ଏକ ଘୃଣ୍ୟ ଅପରାଧ । ଜଣେ ୫୦ ବର୍ଷର ବ୍ୟକ୍ତି ମୃତ ନାବାଳିକାର ଶବ ସହିତ କରିଛି ଦୁଷ୍କର୍ମ । ସୂଚନା ଅନୁଯାୟୀ ମଇ ୧୭ ତାରିଖ ରାତିରେ ନାବାଳିକାର ମୃତ୍ୟୁ ହୋଇଥିଲା, ପରିବାରବର୍ଗଙ୍କ ଦ୍ଵାରା ତେଣୁ ଦେମଗାଓଁ ନିକଟସ୍ଥ ସିମେନ ନଦୀକୂଳରେ ତାକୁ ସମାଧି ଦିଆଯାଇଥିଲା ।

ମୃତ୍ୟୁବେଳକୁ ନାବାଳିକାକୁ ୧୪ ବର୍ଷ ହୋଇଥିଲା । ଶବକୁ ସମାଧି ଦେବାର ପରଦିନ ଅପରାହ୍ନରେ ଜଣେ ବ୍ୟକ୍ତିଙ୍କୁ ସେହି ଶବ ସହିତ ଦୁଷ୍କର୍ମ କରିବାର ଚେଷ୍ଟା କରୁଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ କେତେଜଣ ମତ୍ସଜୀବୀ । ଘଟଣା ଘଟାଉଥିବା ଅଭିଯୁକ୍ତକୁ ତୁରନ୍ତ ପୋଲିସ ଜିମା ଦେଇଥିଲେ ।

ଅଭିଯୁକ୍ତଙ୍କ ନାଁ ଅକନ ସାଇକିଆ ଓ ସେ ଦୁଷ୍କର୍ମ କରିବା ଉଦ୍ଦେଶ୍ୟରେ ନାବାଳିକା ଶବକୁ ନଈକୂଳ ମାଟି ତଳୁ ଖୋଳି ବାହାର କରିଥିଲା ବୋଲି ପୋଲିସ ସାମ୍ନାରେ ସ୍ଵୀକାର କରିଥିଲା । ଏହାପରେ ପୋସ୍କୋ ଆକ୍ଟର ସେକ୍‌ସନ୍‌ ୮ ଅଧିନରେ ଥିବା ଆଇ.ପି.ସି. ଧାରା ୩୦୬ ଓ ୩୭୭ ଧାରାରେ ଅଭିଯୁକ୍ତ ଗିରଫ ହୋଇଛି ବୋଲି ଜିଲ୍ଲା ଏସ୍‌.ପି. ଧନଞ୍ଜୟ ଘଣୱତ୍‌ ସୂଚନା ଦେଇଛନ୍ତି ।

ଅଭିଯୁକ୍ତ ଅକନ ସାଇକିଆ ନିକଟରେ ଜେଲ୍‌ରୁ ମୁକୁଳିଥିଲା । କରୋନାଭାଇରସ ସଂକ୍ରମଣ ଯୋଗୁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସାଇକିଆକୁ ଜେଲ୍‌ରୁ ମୁକ୍ତ କରାଯାଇଥିଲା ବୋଲି ଧିମାଜି ଜିଲ୍ଲା ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍‌ ପୋଲିସ ହେଡ୍‌କ୍ୱାର୍ଟର୍ ପ୍ରଦୀପ କୱଁର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *