ଦେହରେ ବାଣକୁ ଢାଙ୍କି ନିଆଁ ଲଗାଇଲେ ଏହି ବ୍ୟକ୍ତି , ତାପରେ ଯାହା ହେଲା ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ସଂସ୍କାର : ଆମ ଓଡ଼ିଆରେ ଏକ ଲୋକକଥା ରହିଛି ଯେ, କେବେବି ଅଗ୍ନି ଦେବତା ଏବଂ ଜଳ ଦେବତା ସହିତ ଖେଳିବା ଉଚିତ୍ ନୁହଁ। ଆଉ ଯଦି ଆପଣ ଦୁଃସାହସ କରି ସେମାନଙ୍କ ସହିତ ଲାଗନ୍ତି ତେବେ ଆପଣଙ୍କର ପତନ ସୁନିଶ୍ଚିତ। ତେବେ ଏହି ଲୋକକଥାର ଏକ ଜ୍ଵଳନ୍ତ ଉଦାହରଣ ବର୍ତ୍ତମାନ ଦେଖିବାକୁ ମିଳିଛି।

ଆମେ ଦୀପାବଳି, ବିବାହ କିମ୍ବା କୌଣସି ପାର୍ଟିରେ ଫାୟାର କ୍ରାକର ବା ବାଣ ବ୍ୟବହାର କରୁ। ତେବେ ନିଜ ଖୁସି ଆଉ ଐଶ୍ୱରୀୟ ପାଇଁ ବ୍ୟବହୃତ ଫାୟାର କ୍ରାକର ବେଳେବେଳେ ସାଂଘାତିକ ପ୍ରମାଣିତ ହୋଇଥାଏ। ଯଦିଓ ଚଳିତ ବର୍ଷର ଦୀପାବଳି ବହୁତ ଦୂରରେ, କିନ୍ତୁ ଏହାପୂର୍ବରୁ, ଇଣ୍ଟରନେଟରେ ଏକ ଭିଡ଼ିଓ ଭାଇରାଲ ହେଉଥିବା ଦେଖାଯାଇଛି। ତେବେ ଏହି ଭିଡିଓ ଦେଖିବା ପରେ ଆପଣଙ୍କର ମଧ୍ୟ ହୋସ୍ ଉଡ଼ିଯିବ। ଆମେ ଜାଣିଛେ ଯେ, ଫାୟାରକ୍ରାକର ବ୍ୟବହାର କରିବା ସମୟରେ ଭୂମିରେ ରଖିବା ଉଚିତ୍, କିନ୍ତୁ ଜଣେ ବ୍ୟକ୍ତି ଏହାକୁ ନିଜ ଛାତିରେ ରଖିଛନ୍ତି। ଯାହାଦ୍ୱାରା ସେ ଫାୟାର କ୍ରାକର ନିଆଁରେ ଜଳିଯାଇଛନ୍ତି।

ବର୍ତ୍ତମାନ ଆପଣ ଭାବିବାକୁ ବାଧ୍ୟ ହେବେ ଯେ ସେହି ଲୋକଟିର ଛାତିରେ ଫାୟାର ଫ୍ରାକର୍ ରଖିବାର ଆବଶ୍ୟକତା କ’ଣ ଥିଲା। ଯେତେବେଳେ କି ସେ ଜାଣିଥିଲା ଯେ, ଏହା କରିବା ତାଙ୍କୁ କ୍ଷତି କରିବ। ତେବେ ଏହି ଭାଇରାଲ୍ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ବ୍ୟକ୍ତି ତାଙ୍କ ଛାତିରେ ଫାୟାରଫ୍ରାକ୍ସର ଏକ ପ୍ୟାକେଟ ଗୁଡ଼ାଇ ତା’ପରେ ନିଆଁ ଲଗାଇ ଦେଇଛନ୍ତି। ସେ ଭାବିଥିଲେ ଯେ ତୁଷାରପାତରେ ପଡିଥିବା ବରଫରେ ପ୍ରବେଶ କରି ସେ ବଞ୍ଚିବେ, କିନ୍ତୁ ତାହା ହୋଇପାରିଲା ନାହିଁ। ଶେଷରେ ସେ ବାଣ ଯୋଗୁଁ ପ୍ରାଣତ୍ୟାଗ କରିଛନ୍ତି ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *