ନୂଆଦିଲ୍ଲୀ : କରୋନାଭାଇରସ ସଂକ୍ରମିତ ହୋଇଥିବା ସନ୍ଦିଗ୍ଧ ଜଣେ ବ୍ୟକ୍ତି ବୁଧବାର ଦିନ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲର ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ବୋଲି ଦିଲ୍ଲୀ ପୋଲିସ କହିଛନ୍ତି ।
ଉକ୍ତ ବ୍ୟକ୍ତିଙ୍କୁ କରୋନାଭାଇରସ ସନ୍ଦିଗ୍ଧ ଭାବି ବିମାନବନ୍ଦର କର୍ତ୍ତୃପକ୍ଷ ତୁରନ୍ତ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ନେଇ ଆସିଥିଲେ । ହସ୍ପିଟାଲରେ ମଧ୍ୟ ତାଙ୍କୁ ତୁରନ୍ତ ବିଚ୍ଛିନ୍ନ ୱାର୍ଡରେ ଭର୍ତ୍ତି କରିଦେଇଥିଲେ ବୋଲି ହସ୍ପିଟାଲ ସୂତ୍ରରୁ ପ୍ରକାଶ ।
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରରୁ ସନ୍ଦିଗ୍ଧ କରୋନାଭାଇରସ ରୋଗୀ ଭାବରେ ଅଣାଯାଇଥିବା ୩୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ବିଷୟରେ ନୋଡାଲ ଅଧିକାରୀ ଆମକୁ ସୂଚନା ଦେଇଛନ୍ତି । ଆଜି ରାତି ପ୍ରାୟ ୯ଟା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ସୁପର୍ ସ୍ପେସିଆଲିଟି ବ୍ଲକ୍ ବିଲଡିଂରୁ ଡେଇଁ ଆତ୍ମହତ୍ୟା କରିଥିଲେ ବୋଲି ପୋଲିସ ନିଜ ବକ୍ତବ୍ୟରେ କହିଛନ୍ତି ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଉକ୍ତ ବ୍ୟକ୍ତି ପଞ୍ଜାବର ବାସିନ୍ଦା ଥିଲେ । ଗତ ଏକ ବର୍ଷ ଧରି ସେ ସିଡନୀରେ ରହିଥିଲେ ଏବଂ ଏୟାର ଇଣ୍ଡିଆ ବିମାନରେ ଦିଲ୍ଲୀ ଆସିଥିଲେ । ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା ଓ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି । ସେ କହିଛନ୍ତି ଯେ ଉକ୍ତ ଯୁବକ ଜଣକ ବାଧ୍ୟ କରିଥିଲେ ସେ ବିଚ୍ଛିନ୍ନତା ୱାର୍ଡ ଖୋଲିବାକୁ ଓ ଖୋଲୁ ଖୋଲୁ ସେ ଡେଇଁ ପଡିଥିଲେ ସାତ ମହଲା ଉପରୁ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି ।