ମାନସ ହତ୍ୟା ମାମଲା : କେଉଁ ଭିଡ଼ିଓ ସୁଟ ହେଉଥିଲା ବୃଦ୍ଧାଶ୍ରମରେ, କହିଲେ କେୟାର ଟେକର୍ , ଦେଖନ୍ତୁ ଭିଡ଼ିଓ, ଶୁଣିଲେ ଆପଣଙ୍କର ହୋସ ଉଡିଯିବ…

ସଂସ୍କାର: ରାଜ୍ୟରେ ବର୍ତ୍ତମାନ ଚର୍ଚ୍ଚାରେ ରହିଛି ଭିଡ଼ିଓ ସାମ୍ବାଦିକ ମାନସଙ୍କ ହତ୍ୟା ଘଟଣା। ଭିଡ଼ିଓ ସାମ୍ବାଦିକ ତଥା କ୍ୟାମେରା ମ୍ୟାନ ମାନସ ହତ୍ୟାର ଷଡ଼ଯନ୍ତ୍ରକାରୀ ସାମ୍ବାଦିକାଙ୍କୁ ଖୋଜୁଛି ପୋଲିସ । ପୋଲିସକୁ ଚକମା ଦେଖାଇ କେଉଁ ଆଡେ ଫେରାର ହୋଇ ଯାଇଛନ୍ତି ଏହି ହତ୍ୟାକାରୀ ସାମ୍ବାଦିକା? ତେବେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ କହିବାନୁଯାୟୀ ଫେରାର୍ ଥିବା ସମ୍ବାଦିକା ହିଁ ସେମାନଙ୍କୁ କହିଥିଲେ ମାନସଙ୍କୁ ହତ୍ୟା କରିବା ପାଇଁ। ତେଣୁ ବର୍ତ୍ତମାନ ପୋଲିସ ସ୍କାନରରେ ରହିଛନ୍ତି ସାମ୍ବାଦିକା। ଏହିଭଳି ଏକ ଜଘନ୍ୟ ହତ୍ୟାକାଣ୍ଡରେ ସାମ୍ବାଦିକାଙ୍କ ସିଧାସଳଖ ହାତ ରହିଛି । ସାମ୍ବାଦିକାଙ୍କ ରହିଥିବା ଦୟାଲ ବୃଦ୍ଧାଶ୍ରମ ହିଁ ଖୋଲିବ ମାନସ ହତ୍ୟାର ରହସ୍ୟ।

କଣ ଚାଲିଥିଲା ଏହି ବୃଦ୍ଧାଶ୍ରମ ର ଉପର ମହଲାରେ? କି ଭିଡିଓ ସୁଟିଂ କରୁଥିଲେ ସେହିଠାରେ କ୍ୟାମେରାମ୍ୟାନ ମାନସ । ଏୟାର ଫିଲଡ଼ରେ ରହିଛି ସାମ୍ବାଦିକା ମ୍ୟାଡାମଙ୍କ ବୃଦ୍ଧାଶ୍ରମ। ଯାହାକୁ ଅଭିଯୁକ୍ତା ସାମ୍ବାଦିକା ପରିଚାଳନା କରୁଛନ୍ତି। ଆଉ ଏହି ଆଶ୍ରମର୍ ଉପର ମହଲାରେ ଚାଲୁଥିଲା ସବୁ କିଛି। ସେଠାରେ ହିଁ ତାଙ୍କର ଥିଲା ଅଫିସ। ଏହି ଘରେ ହିଁ ମାନସଙ୍କୁ ହତ୍ୟା କରାଯାଇଥିଲା। ହତ୍ୟା କରିବା ପରେ ରଣପୁର ନିଆଯାଇ ସେଠାରେ ତାଙ୍କ ମର ଶରୀରକୁ ପୋତି ଦିଆଯାଇଥିଲା ।

ଫେବୃଆରୀ ୭ ତାରିଖରେ ମାନସଙ୍କୁ ଚାରିରୁ ପାଞ୍ଚଜଣ ବ୍ୟକ୍ତି ଡାକି ଆଣିଥିଲେ ଏବଂ ଭିଡିଓ କ୍ଲିପ ଦେବାକୁ କହିଥିଲେ । ପରେ ଆରମ୍ଭ ହୋଇଥିଲା ବଚସା ଏବଂ ଏହାପରେ ଏହି ବଚସା ହତ୍ୟାର ରୂପ ନେଇଥିଲା । ଦୟାଲ ବୃଦ୍ଧାଶ୍ରମକୁ ଚଳାଉଥିଲେ ସାମ୍ବାଦିକା । ଆଶ୍ରମର ଉପର ମହଲା ରେ ହିଁ ସାମ୍ବାଦିକା ଚଳାଉଥିଲେ ତାଙ୍କର ୱେବପୋର୍ଟାଲ ଅଫିସ । ସେଠାରେ ହିଁ ଚଳାଉଥିଲେ ତାଙ୍କର କଳା ସାମ୍ରାଜ୍ୟ ।

ଏହି ସମ୍ବନ୍ଧରେ ଯେତେବେଳେ ବୃଦ୍ଧାଶ୍ରମର କେୟାର ଟେକରଙ୍କୁ ପଚରା ଯାଇଥିଲା ସେ କହିଥିଲେ ଯେ, ଏଠାରେ ଉଭୟ ଆସି ଷ୍ଟୋରି ସୁଟିଂ କରନ୍ତି । ସ୍କାଏ ଟାୱାରର ସମ୍ପୂର୍ଣ୍ଣ ଅଫିସରେ ମଧ୍ୟ ଷ୍ଟୋରି ସୁଟିଂ ହୋଇଥାଏ । ସେ କହିଛନ୍ତି ଯେ, ଚାରି ଜଣ ସିଭିଲ ଡ୍ରେସ ରେ ଏବଂ ଜଣେ ପୋଲିସ ଡ୍ରେସରେ ଆସି ଉକ୍ତ ସାମ୍ବାଦିକାଙ୍କ ସମ୍ବନ୍ଧରେ ପଚରାଉଚରା କରି ଚାଲିଗଲେ ।

ସେହି ଭିଡିଓ କ୍ଲିପ ରେ କଣ ଥିଲା ?  କାହିଁକି ଅତି ଜଘନ୍ୟ ଭାବରେ ମାନସଙ୍କୁ ହତ୍ୟା କରିଲେ ସାମ୍ବାଦିକା? କେବଳ ସାମ୍ବାଦିକା ନା ଆଉ କେହି ବଡ଼ବଡ଼ିଆଙ୍କ ହାତ ରହିଛି ଏହି ହତ୍ୟା ପଛରେ । ଯାହା ସାଧାରଣରେ ପ୍ରଶ୍ନ ଉଠିଛି। ଯାହା ସାମ୍ବାଦିକା ଧରା ପଡ଼ିଲେ ସବୁକିଛି ପଦା କୁ ଆସିବ। କାରଣ ଅଭିଯୁକ୍ତା ସାମ୍ବାଦିକା ଫେରାର୍ ଅଛନ୍ତି।

Leave a Reply

Your email address will not be published. Required fields are marked *