ସଂସ୍କାର: ବହୁ ଚର୍ଚ୍ଚିତ ମାନସ ହତ୍ୟା ମାମଲାରେ ମୁହଁ ଖୋଲିଛନ୍ତି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଏବଂ ନିରଞ୍ଜନ ସେଠୀ। ସେମାନେ ମାନସକୁ ହତ୍ୟା କରି ପୋତି ଦେଇଥିବା ନେଇ ସତ ମନିଥିବା ବେଳେ କେସ୍ ସହିତ ଜଡିତ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଏହାରି ଭିତରେ ନିରଞ୍ଜନଙ୍କର ରସିକିଆ ପ୍ରବୃତ୍ତିକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚା ହେଉଛି।

ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ ଏବଂ ଶର୍ମିଷ୍ଠାଙ୍କର ଅନେକ ଦିନର ସମ୍ପର୍କ ରହିଛି। ତେବେ, ନିରଞ୍ଜନ ବାବୁ ଅବସର ନେବା ପରେ ଶର୍ମିଷ୍ଠାଙ୍କ ସହିତ ମିଶି ଚଳଚିତ୍ର ନିର୍ମାଣ କରିବା ପାଇଁ ଲାଗି ପଡ଼ିଥିଲେ। ନିରଞ୍ଜନଙ୍କର କବିତା ଲେଖିବା ଏବଂ ଅଭିନୟ କରିବା ପ୍ରତି ପ୍ରବଳ ଅଗ୍ରହ ରହିଥିବା କୁହାଯାଉଛି।
ତେବେ, ଶର୍ମିଷ୍ଠା ନଗ୍ନ ଚଳଚିତ୍ର ସୁଟିଂ କରୁଥିବା ବେଳେ ଏଥିରେ ହିରୋ ସାଜୁଥିଲେ ନିରଞ୍ଜନ। ଏଥିପାଇଁ ପୂର୍ବ ପ୍ରସ୍ତୁତି ମଧ୍ୟ କରୁଥିଲେ। ଖାସ୍ କରି ରେପ୍ ସିନ୍ ସୁଟିଂ ହେଉଥିବା ଦିନ ନିରଞ୍ଜନ ଗୋଲାପ ଜଳରେ ଗାଧୋଇ ହେଉଥିଲେ ଏବଂ ଦେହ ସାରା ଅତର ଲଗାଇ ଆସୁଥିଲେ। ସୁଟିଂ ସମୟରେ ମଧ୍ୟ ଯୁବକଙ୍କ ପରି ଅନ୍ତରଙ୍ଗ ମୁହୂର୍ତ୍ତରେ ମଜ୍ଜି ଯାଉଥିଲେ ନିରଞ୍ଜନ। ତେବେ, ବାବୁଙ୍କର ଏଭଳି ରସିକିଆ ପ୍ରବୃତ୍ତିକୁ ନେଇ ସବୁଆଡ଼େ ଚର୍ଚ୍ଚା ହେଉଛି।