ପୁଣିଥରେ ବାପା ହେଲେ ଅଭିନେତା ତଥା ବିଜେପି ସାଂସଦ ମନୋଜ ତିୱାରୀ : ଟ୍ଵିଟ୍ କରି କହିଲେ ଝିଅ …

ନୂଆବର୍ଷ ସାଙ୍ଗରେ ନୂଆ ଆଶା ଓ ଖୁସି ଆସି ପହଞ୍ଚିଛି ଭୋଜପୁରୀ ସିନେମା ଇଣ୍ଡଷ୍ଟ୍ରିର ଅଭିନେତା ତଥା ବିଜେପି ସାଂସଦ ମନୋଜ ତିୱାରୀଙ୍କ ଘରେ । ୫୦ ବର୍ଷ ବୟସରେ ସେ ପୁଣିଥରେ ପିତା ହୋଇଛନ୍ତି । ପତ୍ନୀ ସୁରଭି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଲା ପରେ ସାଂସଦ ମନୋଜଙ୍କ ଖୁସି ତାଙ୍କ ମୁହଁରେ ଦିଶିଛି । ତାଙ୍କ କହିବାନୁଯାୟୀ ତାଙ୍କ ଝିଅ ‘ଜିୟା’ ତାଙ୍କୁ ଦ୍ୱିତୀୟ ବିବାହ ପାଇଁ ରାଜି କରାଇଥିଲେ ଯେତେବେଳେ କି ତାଙ୍କ ପ୍ରଥମ ପତ୍ନୀ ରାନୀଙ୍କ ଠାରୁ ୧୦ ବର୍ଷ ପୂର୍ବେ ତାଙ୍କର ଛାଡ଼ପତ୍ର ହୋଇସାରିଛି ।

ସାଂସଦ ମନୋଜଙ୍କ କହିବା କଥା ଯେ ସେ ଦିଲ୍ଲୀରେ ରହିବା ସତ୍ତ୍ୱେ ତାଙ୍କ ଝିଅ ଜିୟା ସହିତ ତାଙ୍କର କଥାବାର୍ତ୍ତା ଜାରି ରହିଛି । ଯଦିଓ ତାଙ୍କ ଝିଅ ଜିୟା ମୁମ୍ବାଇରେ ନିଜ ମାଆ ରାନୀଙ୍କ ସହିତ ରୁହନ୍ତି । ଝିଅ ଜିୟା ହିଁ ଥିଲା ଯିଏ ମୋତେ ଆଉ ଥରେ ବିବାହ କରିବା ପାଇଁ ବାରମ୍ବାର ଜିଦ୍ କରିଥିଲା ଏବଂ ଶେଷରେ ରାଜି କରାଇବାରେ ସଫଳ ବି ହୋଇଥିଲା ।

Leave a Reply

Your email address will not be published. Required fields are marked *