ରକ୍ତଚାପ, କୋଲେଷ୍ଟ୍ରଲ, ନିଦ୍ରାହୀନତା, ଦୃଷ୍ଟି ଶକ୍ତି ଭଳି ଅନେକ ରୋଗ ଠିକ ହେଇଯାଏ, କେବଳ ଏହି ଶାଗ ଖାଇବା ଦ୍ବାରା।

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସବୁଜ ପନିପରିବା ତଥା ଶାଗ ଖାଇବା ନିହାତି ଆବଶ୍ୟକ। ସେହିପରି ପାଳଙ୍ଗ (Spinach) ଏକ ପ୍ରକାର ଶାଗ। ପାଳଙ୍ଗ ଶାଗ ପ୍ରାୟତଃ ଶୀତ ଦିନରେ (winter season ) ଅଧିକ ମିଳିଥାଏ। ଯେଉଁଥିରେ କି ସମସ୍ତ ପ୍ରକାର ଔଷଧୀୟ ( medicated ) ଭରି ରହିଛି।

ପାଳଙ୍ଗର ଫାଇଦା :

ଯେଉଁମାନଙ୍କ ଶରୀରରେ ରକ୍ତ( blood level ) ଅଭାବ ହୋଇଥାଏ ସେମାନଙ୍କୁ ନିଶ୍ଚୟ ତାଙ୍କ ଖାଦ୍ୟ ରେ ଏହି ପାଳଙ୍ଗକୁ ସାମିଲ କରିବା ଜରୁରୀ। ଏହା ଦ୍ବାରା ରକ୍ତ ଅଭାବ ଦୂର ହୋଇଥାଏ।

ରକ୍ତଚାପ ( blood pressure) ନିୟନ୍ତ୍ରଣ କରିବା ପାଇଁ ପାଳଙ୍ଗ ଖାଇଲେ ଏହା ନିୟନ୍ତ୍ରଣ ହୋଇଥାଏ।

କୋଲେଷ୍ଟ୍ରଲ (cholesterol)ନିୟନ୍ତ୍ରଣ କରିବାରେ ମଧ୍ୟ ପାଳଙ୍ଗ ଲାଭଦାୟକ । ଆପଣଙ୍କ ଶରୀରରେ ଭଲ ଏବଂ ଖରାପ କୋଲେଷ୍ଟ୍ରଲକୁ ଏହା ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିବ। ଏହାଦ୍ୱାରା ହୃଦଘାତର ବିପଦ ମଧ୍ୟ କମ୍ ରହିବ।

ଆପଣ ଖାଦ୍ୟରେ ନୀତିଦିନ ପାଳଙ୍ଗକୁ ସାମିଲ କରିବା ଦ୍ୱାରା ଆପଣଙ୍କ ହାଡ ମଜଭୁତ( bone strong ) ହେବ।

ଦୃଷ୍ଟି ଶକ୍ତି( eyesight power ) ପାଇଁ ପାଳଙ୍ଗ ଅତ୍ୟନ୍ତ ମହତ୍ବପୂର୍ଣ୍ଣ।

ପାଳଙ୍ଗ ଶାଗ ଖାଇବା ଦ୍ୱାରା ମନରେ ଶାନ୍ତ ଭାବନା( concentration ) ଆସିଥାଏ ଏବଂ ନିଦ୍ରାହୀନତା ଦୂର ହୋଇଥାଏ କରିବାରେ ସହାୟକ ହୋଇଥାଏ ।

ପାଳଙ୍ଗ ଶାଗ ପତ୍ରକୁ ସିଝାଇ ସେହି ପାଣିକୁ ପିଇଲେ କୋଷ୍ଠକାଠିନ୍ୟରୁ(constipation ) ଉପଶମ ମିଳେ।

ଏହି ଶାଗକୁ ଦହି ଏବଂ ଭାତ ସହ ମିଶାଇ ଖାଇବା ଦ୍ୱାରା ହଜମ ଶକ୍ତି ( digestion )ବୃଦ୍ଧି ପାଏ ।

ମଧୁମେହ (diabetes)ରୋଗୀମାନେ ନିୟମିତ ପାଳଙ୍ଗ ଶାଗକୁ ଖାଇଲେ ଉପଶମ ମିଳେ।

ମହିଳାମାନେ ନିୟମିତ ଭାବେ ଏହି ଶାଗ ଖାଇଲେ ତ୍ୱଚାରେ ଏକ ପ୍ରକାର ଚମକ( glow skin ) ଆସିଥାଏ । ଏହାସହ କେଶର ଘନତ୍ୱ ମଧ୍ୟ ବଢ଼ିଥାଏ।

ସବୁଠାରୁ ବଡ କଥା ହେଲା ଏହା ଖାଇବା ଦ୍ୱାରା ମହିଳାଙ୍କୁ ଓଭାରି କ୍ୟାନ୍ସର ( ovary cancer ) ହେବା ଡର ୪୦ % କମ ରହିଥାଏ ।