କୋର୍ଟଙ୍କୁ ଅନୁରୋଧ କଲେ ଅନୁଭବ, କହିଲେ “ମୋତେ ମଧ୍ୟସ୍ଥତା ଦରକାର ନାହିଁ, ଶୁଣାଣି ଆରମ୍ଭ କରନ୍ତୁ”

ସଂସ୍କାର : ପତ୍ନୀ ବର୍ଷାଙ୍କ ସହିତ ଚାଲିଥିବା ପାରିବାରିକ ବିବାଦରେ ମଧ୍ୟସ୍ଥତା ଚାହୁଁନାହାଁନ୍ତି ବିଜେଡି ସାଂସଦ ଅନୁଭବ ମହାନ୍ତି। ଏହା ବଦଳରେ ଶୁଣାଣୀ ଆରମ୍ଭ କରିବାକୁ କୋର୍ଟଙ୍କୁ ଅନୁରୋଧ କରି କହିଛନ୍ତି ନିଜେ ଓଲିଉଡ୍ ଭାଇଜାନ୍ ଅନୁଭବ। ସେପ୍ଟେମ୍ବର 27 ତାରିଖ ଦିନ ଉଭୟ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । କାନସେଲିଂ ସମୟରେ ମଧ୍ୟସ୍ଥତା ଚାହୁଁନଥିବା କୋର୍ଟକୁ ଜଣାଇଛନ୍ତି ଅନୁଭବ। ମଧ୍ୟସ୍ଥତା ବନ୍ଦ କରି ଶୁଣାଣି ଆରମ୍ଭ କରିବାକୁ ଅନୁଭବ ଆବେଦନ କରିଛନ୍ତି।

ଖୁବଶୀଘ୍ର ତାଙ୍କ ଆବେଦନକୁ କୋର୍ଟ ଗ୍ରହଣ କରି ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିବେ ବୋଲି ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି। କୋର୍ଟ ଯାହା ନିଷ୍ପତ୍ତି ନେବେ ସହଯୋଗ କରିବେ ବୋଲି ଜଣାଇଛନ୍ତି ବର୍ଷା। ଗତଥର କୋର୍ଟକୁ ଆସିଥିବାବେଳେ ନିଜେ ବିଚାରପତି ତାଙ୍କ ଚ୍ୟାମ୍ବରକୁ ଡାକି ଦମ୍ପତ୍ତି ଙ୍କ ସହିତ ଆଲୋଚନା କରିଥିଲେ । ଆପୋଷ ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା ।

Leave a Reply

Your email address will not be published. Required fields are marked *