ସଂସ୍କାର : ଭଉଣୀର ବାହାଘର କହି ଭାଇ ନିଜେ ଦ୍ୱିତୀୟ ବିବାହ କରୁଥିଲେ । ଆଉ ଖବର ପାଇ ପ୍ରଥମ ସ୍ତ୍ରୀ ଓ ପୁଅ ପହଂଚିବା ପରେ ଜାଣିବାକୁ ପାଇଲେ ନିଜ ସ୍ୱାମୀଙ୍କ ଦ୍ୱିତୀୟ ବାହାଘର କଥା । ନଣନ୍ଦ ବାହାଘର ନାଁ କହି ଲୁଚାଛପାରେ ସ୍ୱାମୀଙ୍କ ବାହାଘର ଚାଲିଥିଲା । ବାହାଘର ବି ବଡ ଧୁମଧାମରେ ଚାଲିଥିଲା । ଏତିକିବେଳେ ପହଂଚି ଯାଇଥିଲେ ପ୍ରଥମ ସ୍ତ୍ରୀ ଓ ତାଙ୍କର ପୁଅ । ଏହି ଦୃଶ୍ୟ ଭଦ୍ରକ ଜିଲ୍ଲାର ଭଣ୍ଡାରୀ ପୋଖରୀ ଶରଶଦା ଅଂଚଳର।
ଅଭିଯୋଗ ଅନୁସାରେ ଏହି ଗାଁର ପିନା ସାମଲଙ୍କ ସହ ଜ୍ୟୋସ୍ନାଙ୍କ ସହ ଗଢିଉଠିଥିଲା ପ୍ରେମ ସମ୍ପର୍କ । ବାହାଘର ପାଇଁ କଥା ମଧ୍ୟ ହୋଇଥିଲା । କିନ୍ତୁ ପିନା ଜ୍ୟୋସ୍ନାକୁ ଅପହରଣ କରି ନେଇଯାଇଥିଲେ ଯାହାଫଳରେ ସେ ଜେଲ ବି ଯାଇଥିଲେ । ପରେ ଜ୍ୟୋସ୍ନାକୁ ବିବାହ କରିବା ପରେ ଜେଲରୁ ମୁକୁଳିଥିଲେ । କିନ୍ତୁ ଜ୍ୟୋସ୍ନାକୁ ପିନାଙ୍କ ପରିବାର ଲୋକେ ଗ୍ରହଣ କରିନଥିଲେ । ଯାହାଫଳରେ ସେମାନେ ବାହାରେ ଭଡା ନେଇ ରହୁଥିଲେ । ଶଶ୍ୱରଘର ଲୋକେ ମାରପିଟ କରୁଥିବାରୁ ଜ୍ୟୋସ୍ନା ତାଙ୍କ ବାପାଙ୍କ ଠାରୁ ମାସିକ ଖର୍ଚ୍ଚ ଆଣି ପିନାଙ୍କ ସହ ଭଡା ଘରେ ରହୁଥିଲେ।
ସ୍ୱାମୀଙ୍କର ଦ୍ଵିତୀୟ ବିବାହ ନାଁ ଶୁଣି ତାଯୁବ ହେଲେ ମହିଳା :
ପିନାଙ୍କ ଭଉଣୀଙ୍କ ବିବାହ ଦିନ ପିନାଙ୍କ ପୁଣି ଥରେ ବିବାହ କରୁଛନ୍ତି ଖବର ପାଇଁ ଚାଲିଆସିଥିଲେ ଜ୍ୟୋସ୍ନା ଏବଂ ତାପରେ ହୋଇଥିଲା ହାଇଡ୍ରାମା । ଶଶ୍ୱର ଘର ଲୋକେ ଜ୍ୟୋସ୍ନାକୁ ଘରେ ନ ପୂରାଇବାରୁ ଏମିତି ଦାଣ୍ଡ ଦୁଆରେ ବସିରହିଥିଲେ ଜ୍ୟୋସ୍ନା । ଜ୍ୟୋସ୍ନାଙ୍କ ମତ ଅନୁଯାୟୀ ସେ ୧ ତାରିଖରୁ ସେଠି ଥିଲେ। ତାଙ୍କୁ ପଳେଇଯିବାକୁ ଶଶୁର ଘର ଲୋକ ଧମକ ଦେଇଥିଲେ ଏବଂ ସେ ନଯିବାରୁ ତାଙ୍କୁ ମାରଧର ମଧ୍ୟ କରିଥିଲେ । ତାପରେ ସେ ଥାନାରେ ଏତଲା ଦେଇଥିଲେ ତା ସହିତ ମେଡିକାଲ ରିପୋର୍ଟ ମଧ୍ୟ ଦେଇଥିଲେ।
ରାତିସାରା ଶଶ୍ୱର ଘର ପିଣ୍ଡାରେ ବସି ରହିଥିଲେ ମାତ୍ର ଶଶ୍ୱର ଘର ଲୋକେ ତାଙ୍କୁ ଘରକୁ ନେଇନଥିଲେ, ଯାହାକୁ ନେଇ ଗାଁ ଲୋକ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଜ୍ୟୋସ୍ନାଙ୍କୁ ଘର ଭିତରେ ପଶିବାକୁ ସାହାର୍ଯ୍ୟ ମଧ୍ୟ କରିଥିଲେ ।ଜ୍ୟୋସ୍ନାକୁ ଜାତିଆଣ ଭାବ ଥିବାରୁ ଶାଶୁ ଘରେ ପୂରାଇ ନଥିଲେ ବୋଲି ଅଭିଯୋଗ କରିଥିଲେ । ଏହାକୁ ନେଇ କୋର୍ଟରେ ମଧ୍ୟ ମାମଲା ଚାଲିଛି । କୋର୍ଟରେ ଏହି ମାମଲା ଥିବାରୁ କାହିଁକି ପିନାଙ୍କ ଦ୍ୱିତୀୟ ବିବାହ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି ।