ସ୍ୱାଧୀନ ଭାରତର ପ୍ରଥମ ମହିଳା ଯିଏ ପାଇବ ଫାଶୀ : ପ୍ରେମ ପାଇଁ ପରିବାରର ୭ ଜଣ ସଦସ୍ୟଙ୍କ କାଟିଥିଲା ବେକ

ଭାରତ ସ୍ଵାଧୀନତା ପରେ ଇତିହାସରେ ପ୍ରଥମ ଥର ପାଇଁ ଘଟିବାକୁ ଯାଉଛି ଏଭଳି ଘଟଣା । ମଥୁରା ସ୍ଥିତ ଉତ୍ତର ପ୍ରଦେଶର ଜଣେ ମହିଳା କଏଦୀ ଶବମନଙ୍କୁ ଫାଶୀଦଣ୍ଡ ଦିଆଯିବ ଯେଉଁଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହି ଫାଶୀକୁ ପରିଣାମ ଦେବାକୁ ନିର୍ଭୟାର ଅଭିଯୁକ୍ତଙ୍କୁ ଫାଶୀ ଦେଇଥିବା ମିରଟର ପବନ ଜହ୍ଲାଦଙ୍କୁ ଦ୍ଵିତୀୟ ଥର ପାଇଁ ଫାଶୀଘରକୁ ଡକା ସରିଛି । ସୂଚନାନୁସାରେ କିନ୍ତୁ ଫାଶୀ ତାରିଖ ଏଯାବତ ଧାର୍ଯ୍ୟ ହୋଇ ନାହିଁ ।  

ତେବେ ଅମରୋହର ଶବନମ ପ୍ରେମିକ ସହଯୋଗରେ ଅପ୍ରେଲ ୨୦୦୮ରେ ନିଜ ପରିବାରର ୭ ଜଣଙ୍କୁ କୁରୁଢୀରେ ହାଣି ହତ୍ୟା କରିଥିବା ମାମଲାର ଶୁଣାଣି ଅପରିବର୍ତ୍ତିତ ରହିଛି । ରାଷ୍ଟ୍ରପତି ତାଙ୍କ ରାଜକ୍ଷମା ଆବେଦନକୁ ଖାରଜ କରିଥିଲେ ଏବଂ ଦେଶ ସ୍ଵାଧୀନ ହେବା ପରେ ଶବନମ ହେବେ ପ୍ରଥମ ମହିଳା କଏଦୀ ଯାହାକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି ।

ସୂଚନାଥାଉ ଯେ ୧୫୦ ବର୍ଷ ପୂର୍ବେ ମଥୁରା ଜେଲରେ ଏକ ମହିଳା ଫାଶୀଘର ତିଆରି କରାଯାଇଥିଲା । ମାତ୍ର ସ୍ଵାଧୀନତା ପରେ ଆଜି ଯାଏଁ କୌଣସି ମହିଳାଙ୍କୁ ଫାଶୀ ଦିଆଯାଇ ନଥିଲା । ବରିଷ୍ଠ ଜେଲ୍ ଅଧୀକ୍ଷକ ଶୈଳେନ୍ଦ୍ର କୁମାର ମୈତ୍ରେୟଙ୍କ କହିବାନୁସାରେ ଯଦିଓ ଫାଶୀ ତାରିଖ ସ୍ଥିର ହୋଇ ନାହିଁ, ତଥାପି ଫାଶୀ ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ତେବେ ଡେଥ୍ ୱାରେଣ୍ଟ ଜାରି ହେବା ମାତ୍ରେ ଫାଶୀ ଦିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ଜେଲ୍ ଅଧୀକ୍ଷକ ଶୈଳେନ୍ଦ୍ର କୁମାର । ସେପଟେ ବିହାରର ବକ୍ସରରୁ ଫାଶୀ ଦେବା ପାଇଁ ରଶି ମଗାଯାଉଥିବା ବେଳେ ଅନ୍ତିମ ସମୟରେ କୌଣସି ଅସୁବିଧା ଯେପରି ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଉଛି ।

Leave a Reply

Your email address will not be published. Required fields are marked *