ସଂସ୍କାର : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଣିଷର ଜନ୍ମ ସମୟ, ନକ୍ଷତ୍ର ଏବଂ କାଳକୁ ନେଇ ତାର ରାଶି ଧାର୍ଯ୍ୟ କରାଯାଏ। ଏହି ରାଶି ଆଧାରରେ କୌଣସି ବ୍ୟକ୍ତିର ସ୍ୱଭାବ, ଗୁଣ, ଦୋଷ , ତାର ଭଲମନ୍ଦ ବିଷୟରେ ଜଣାପଡିଥାଏ। ତେବେ ଏମିତି ରାଶିର ପୁରୁଷ ଅଛନ୍ତି ଯେଉଁମାନଙ୍କୁ କି ମହିଳା କିମ୍ବା ଯୁବତୀମାନେ ଶୀଘ୍ର ଆକର୍ଷିତ ହୋଇଥାନ୍ତି। ଚାଲନ୍ତୁ ଜାଣିବା ସେହି ରାଶିର ପୁରୁଷଙ୍କ ବିଷୟରେ….
୧) ତୁଳା: ଏହି ରାଶିର ଲୋକମାନଙ୍କ ସ୍ୱଭାବ ସମସ୍ତଙ୍କ ଠାରୁ ଭିନ୍ନ ହୋଇଥାଏ। ଏମାନେ ନିଜ ସାଥିଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାଆନ୍ତି । ଏହି ରାଶିର ଯୁବକଙ୍କ ସହ ଯୁବତୀମାନେ କିଛି ସମୟ ବିତାଇଲେ , ତାଙ୍କ ପ୍ରେମରେ ପଡିଯାଆନ୍ତି। ଆଉ ଏହି ରାଶିର ପୁରୁଷଙ୍କ ନିକଟରେ ଯୁବତୀ ମାନଙ୍କୁ ଆକର୍ଷିତ କରିବାର କୌଶଳ ମଧ୍ୟ ଭରପୁର ହୋଇ ରହିଛି।
୨) ମିଥୁନ ରାଶି: ଏହି ରାଶିର ପୁରୁଷ ବେଶ ରୋମାଣ୍ଟିକ ହୋଇଥାନ୍ତି। କାହାକୁ କେଉଁଭଳି ବ୍ୟବହାର କରାଯାଏ, ଏହି ରାଶିର ବ୍ୟକ୍ତି ବେଶ୍ ଭଲ ଭାବରେ ଜାଣନ୍ତି । ଏମାନଙ୍କ ବ୍ୟକ୍ତିତ୍ୱ ଦେଖି ଝିଅମାନେ ସ୍ୱତଃପ୍ରବୃ ଭାବେ ସେମାନଙ୍କର ପ୍ରେମରେ ପଡିଯାଆନ୍ତି।
୩) ସିଂହ ରାଶି: ଏହି ରାଶିର ବ୍ୟକ୍ତିମାନେ ସମ୍ପର୍କକୁ ନେଇ ବହୁତ ସଚ୍ଚୋଟ ଓ ସମ୍ବେଦନଶୀଳ ହୋଇଥାନ୍ତି । ଏମାନେ ସମ୍ପର୍କକୁ ନେଇ ବେଶ ଭଲ ହୋଇଥାନ୍ତି ଓ ନିଜ ସାଥିମାନଙ୍କୁ ଖୁବ୍ ଭଲ ପାଇଥାନ୍ତି । ଯୁବତୀମାନେ ଏମାନଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି। କିନ୍ତୁ ଏହି ରାଶିର ବ୍ୟକ୍ତିମାନଙ୍କର ଗୋଟିଏ ଖରାପ ଗୁଣ ଏହା ଯେ, ସେମାନେ ଶୀଘ୍ର ରାଗି ଯାଆନ୍ତି।
୪) ମକର ରାଶି: ଏହି ରାଶିର ପୁରୁଷମାନେ ଦେଖିବାକୁ ଖୁବ ସୁନ୍ଦର ହୋଇଥାନ୍ତି । ଏମାନଙ୍କ କଥା କହିବାର ଶୈଳୀ ମଧ୍ୟ ନିଆରା ହୋଇଥାଏ । ଏହି ରାଶିର ଯୁବକମାନେ ଅଧିକ ଆକ୍ଟିଭ ଓ ସ୍ମାର୍ଟ ହୋଇଥାନ୍ତି। ଏହି କାରଣରୁ ଯୁବତୀ ଓ ମହିଳାମାନେ ଏମାନଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି।