କ୍ଷୀର ଗାଡ଼ି ଭିତରେ ଲକ୍ଷାଧିକ ଟଙ୍କାର ଗୁଟୁକା ଜବତ, ଧରାପଡ଼ିଲା ପରେ ପ୍ରଶାସନ ନେଲା ଏହି ପଦକ୍ଷେପ

ସମ୍ବଲପୁର : ଧନୁପାଲି ଥାନା ଅନ୍ତର୍ଗତ କୁମ୍ଭାରପଡ଼ାରୁ ଏକ ଓମଫେଡ଼ ଗାଡ଼ି ଗୋଶାଳା ଯାଉଥିବା ସମୟରେ ପୋଲିସ ଦ୍ଵାରା ଚଢଉ କରାଯାଇଥିଲା ଓ ମିଳିଥିଲା ଚାଲାଣ କରାଯାଉଥିବା ବିଭିନ୍ନ ପ୍ରକାରର ଗୁଟୁକା । ଏକ ବିଶେଷ ସୂତ୍ରରୁ ଖବର ପାଇ ଏହି ଚଢଉ କରାଯାଇଥିଲା ଓ ପ୍ରାଥମିକ ଆକଳନରେ ଚାଲାଣ ଗୁଟୁକାର ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ପୋଲିସ ଯାଞ୍ଚ ସମୟରେ ସମସ୍ତ ଚୋରା ଗୁଟୁକାକୁ ଜବତ କରିବା ସହିତ ଉକ୍ତ ଓମଫେଡ଼ ଗାଡ଼ି ଚାଳକ ଶ୍ରୀନିବାସ ରାଓକୁ ଚୋରା କାରବାର ଅଭିଯୋଗରେ ଗିରଫ କରିଛି । ଏହାସହିତ ମଇ ୩୧ ତାରିଖ ସୋମବାର ଦିନ ଏନେଇ ଜି.ଏସ.ଟି. ବିଭାଗକୁ ଖବର ଦେବା ସହିତ ଓମଫେଡ଼ କର୍ତ୍ତୁପକ୍ଷକୁ ମଧ୍ୟ ଏକ ଚିଠି ଲେଖାଯାଇଥିଲା ।

ମଙ୍ଗଳବାର ଜୁନ ୧ ତାରିଖରେ ଜି.ଏସ.ଟି. ବିଭାଗର ଏକ ସ୍ଵତନ୍ତ୍ର ଦଳ ଏହି ଘଟଣାର ଯାଞ୍ଚ କରି କୁମ୍ଭାରପଡ଼ା ନିବାସୀ ଗୁଟୁକା ହୋଳସେଲର ବିକାଶ ପଣ୍ଡାଙ୍କଠାରୁ ୬ ଲକ୍ଷ ୯୪ ହଜାର ଜରିମାନା ଆଦାୟ କରିଛି । ବେଆଇନ ଗୁଟୁକା ଚାଲାଣ ସୂଚନା ମିଳିବା ପରେ ଏପରି ପଦକ୍ଷେପମାନ ନିଆଯାଇଛି ।

Leave a Reply

Your email address will not be published. Required fields are marked *