ଡାକ୍ତରଖାନାରେ ସନ୍ତାନ ପ୍ରସବ କଲେ ନାବାଳିକା , ନାବାଳିକାଙ୍କୁ ବାଧ୍ୟ କରୁଥିବା ୨୧ ବର୍ଷୀୟ ଯୁବକ ଗିରଫ…ପଢନ୍ତୁ ପୁରା ଘଟଣା

ସଂସ୍କାର : ମଧ୍ୟପ୍ରଦେଶ ରାଜ୍ୟରୁ ଆସିଛି ଏକ ସମ୍ବେଦନଶୀଳ ଘଟଣା। ଏଠାରେ ଜଣେ ନାବାଳିକାଙ୍କୁ ବାରମ୍ବାର ବଳାତ୍କାର କରି ଗର୍ଭବତୀ କରାଇଛି ଜଣେ ୨୧ ବର୍ଷୀୟ ଯୁବକ। ନାବାଳିକା ଜଣକ ୧୭ ବର୍ଷର ହୋଇଥିବା ଜଣାପଡିଛି। ତେବେ ଗତ ସୋମବାର ଦିନ ନାବାଳିକା ଜଣକ ସ୍ଥାନୀୟ ମେଡିକାଲରେ ଗୋଟିଏ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଆଉ ବର୍ତ୍ତମାନ ଏହି ଘଟଣା ସ୍ଥାନିୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପଟେ ଯୁବକ ଜଣକ ନାବାଳିକାଙ୍କୁ ବାରମ୍ବାର ବଳାତ୍କାର କରିବା ସହିତ ଧର୍ମ ପରିବର୍ତ୍ତନ କରିବାକୁ ବି ବାଧ୍ୟ କରୁଥିଲେ।

ତେବେ ଏହି ଘଟଣା ବାବଦରେ ପୋଲିସ ଗଣମାଧ୍ୟମକୁ ସୂଚନା ଦେଇଛି ଯେ, ଏହି ମାମଲାରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ବିରୋଧରେ ବଳାତ୍କାର ଓ ଅପହରଣ ମାମଲା ରୁଜୁ ହୋଇଛି। ମଙ୍ଗଳବାର ଦିନ ପୋଲିସ କହିଛି ଯେ ଇନ୍ଦୋରରେ ଜଣେ ୧୭ ବର୍ଷର ନାବାଳିକା ଏକ ସନ୍ତାନ ଜନ୍ମ ଦେଇଛନ୍ତି। ଶିଶୁ କଲ୍ୟାଣ କମିଟିର ଅପିଲ ଆଧାରରେ ସୋମବାର POCSO ଆକ୍ଟ ଏବଂ ଭାରତୀୟ ଦଣ୍ଡବିଧି ସଂହିତା ଧାରା ୩୬୩, ୩୬୬ ଅନୁଯାୟୀ ଅଭିଯୁକ୍ତ ଯୁବକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ତେବେ ନାବାଳିକା ଜଣକ ଫେବୃଆରୀ ୧୭ ତାରିଖରେ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଉଭୟ ଭିନ୍ନ ସମ୍ପ୍ରଦାୟର ବୋଲି ପୋଲିସ କହିଛି। ଯାହା ପରେ ଏହି ମାମଲାରେ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା। ଜଣେ ସବ୍-ଇନ୍ସପେକ୍ଟର ପଦବୀ ଅଧିକାରୀ କହିଛନ୍ତି ଯେ ଏଫ୍ଆଇଆର୍ ପଞ୍ଜୀକୃତ ହେବା ପୂର୍ବରୁ ଯୁବକଙ୍କୁ ଫେବୃଆରୀ ୧୮ ରେ ଗିରଫ କରାଯାଇଥିଲା। କିନ୍ତୁ ସେ ବେଲ୍ ରେ ଆସିଥିଲେ। ପୁଣି ଏହି ଯୁବକ ନାମରେ ନୂଆ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଛି। ଆଉ ବର୍ତ୍ତମାନ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ପୁଣି ଗିରଫ କରିଛି।

Leave a Reply

Your email address will not be published. Required fields are marked *