ଏହି ସ୍ଥାନରେ ମାତ୍ର ୧୦ ବର୍ଷର ଝିଅକୁ ବଳାତ୍କାର କରି ତାଡ଼ି ଦିଆଗଲା ଆଖି : ପୋଲିସର ଅବହେଳା !

ବଳାତ୍କାର ଭଳି ନିର୍ମମ ଘଟଣା ନିତିଦିନ ଘଟୁଥିଲେ ସୁଦ୍ଧା ହରିୟାଣାର ପଲବଲରୁ ଆସିଛି ଏକ ଛାତିଥରା ଖବର । ମାତ୍ର ୧୦ ବର୍ଷର ନାବାଳିକାଙ୍କୁ ଅତି ଅମାନୁଷିକ ଭାବରେ ହତ୍ୟା କରିଦିଆଯାଇଛି । ଅଭିଯୋଗ ଅନୁଯାୟୀ ନାବାଳିକାକୁ ବଳତ୍କାର କରାଯାଇଛି ଓ ପରେ ହତ୍ୟା । ସେତିକି ମେଣ୍ଟିନି ଦୁର୍ବୃତ୍ତର ମନ ଯେ ହତ୍ୟା କଲାପରେ ତାଡ଼ି ନେଇଛି ଆଖି ।

ଚକିତ କଲାଭଳି ଘଟଣା ତ ସେତେବେଳେ ଘଟିଲା ଯେବେ ମୃତ ନାବାଳିକା ପରିବାରବର୍ଗ ଏନେଇ ହୋଡ଼ଲ୍ ଥାନାରେ ମୋକଦ୍ଦମା ରୁଜୁ କରିବାକୁ ଗଲେ ପୋଲିସ ସଫା ସଫା ମନା କରିଦେଲା । ଫଳରେ ପରିବାର ଲୋକଙ୍କ ସହିତ ଗାଁଲୋକେ ଥାନାକୁ ଘେରାଉ କରିଥିଲେ ଏବଂ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କଲେ ।

ସୂଚନା ଅନୁସାରେ ନାବାଳିକା ସୋମବାର ଦିନ ଦ୍ଵିପ୍ରହରରୁ ଘରୁ କୁଆଡ଼େ ନିଖୋଜ ହୋଇଯାଇ ଥିଲେ । ପରିବାର ଲୋକେ ତାକୁ ପଡ଼ୋଶୀ ଘରେ ଖୋଜାଖୋଜି କରିଥିଲେ ହେଲେ କେଉଁଠି ବି ତାକୁ ପାଇଲେ ନାହିଁ । ତାପର ଦିନ ଅର୍ଥାତ୍ ମଙ୍ଗଳବାର ଦ୍ଵିପ୍ରହର ପରେ କିଛି ମହିଳା କ୍ଷେତ ଆଡ଼କୁ ଯାଇଥିଲେ ଯେଉଁଠି ଉକ୍ତ ନିଖୋଜ ନାବାଳିକାର ଶବ ପଡ଼ିଥିବା ଦେଖି ଚିତ୍କାର କରିଥିଲେ । ସେଇମାନେ ଆସି ପରିବାର ଲୋକଙ୍କୁ ଜଣାଇଥିଲେ ।

ତେବେ ଗାଁଲୋକଙ୍କ ଅଭିଯୋଗ ଯେ ଯଦି ପୋଲିସ ଅଭିଯୋଗ କରିବା ସମୟରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିଥାନ୍ତା ହୁଏତ  ଏ ଘଟଣା ଆଉ ଘଟି ନଥାନ୍ତା । ମୃତ ନାବାଳିକାର ପୋଷାକ ରକ୍ତ ଜୁଡୁବୁଡୁ ଥିବାବେଳେ ତାର ଆଖି ତଡ଼ା ହୋଇଥିଲା । ସୂଚନା ଅନୁଯାୟୀ ପୋଲିସ ନାବାଳିକାର ମୃତଦେହକୁ ସରକାରୀ ହସ୍ପିଟାଲକୁ ପଠାଇ ଦେଇଛି ।

Leave a Reply

Your email address will not be published. Required fields are marked *