ସଂସ୍କାର : ଚଳିତବର୍ଷର ଶେଷ ଚନ୍ଦ୍ରଗ୍ରହଣ କାର୍ତ୍ତିକ ଶୁକ୍ଳପକ୍ଷର ପୂର୍ଣ୍ଣିମା ତିଥିରେ ଲାଗିବ। ଆସନ୍ତାକାଲି ଅର୍ଥାତ ୮ ତାରିଖ ମଙ୍ଗଳବାର ଦିନ ଚନ୍ଦ୍ରଗ୍ରହଣ ଲାଗିବ। କାର୍ତ୍ତିକ ପୂୂର୍ଣ୍ଣିମା ତିଥିରେ ଲାଗିବାକୁ ଥିବା ଏହି ଗ୍ରହଣ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ।
ଭାରତୀୟ ସମୟ ଅନୁସାରେ, ବର୍ଷର ଏହି ଶେଷ ଚନ୍ଦ୍ରଗ୍ରହଣ ୨୦୨୨ ମସିହା ନଭେମ୍ବର ୮ ତାରିଖରେ ସଂଧ୍ୟା ୫ଟା ୩୨ ମିନିଟ୍ରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ୧୮ ମିନିଟ୍ରେ ଶେଷ ହେବ। ଚନ୍ଦ୍ର ଗ୍ରହଣ ଆରମ୍ଭ ହେବାର ୧୨ ଘଂଟା ପୂର୍ବରୁ ଅର୍ଥାତ୍ ସକାଳ ୫ଟା ୩୮ ମିନିଟରୁ ହାଣ୍ଡିଛାଡ଼ ବା ପାକନିଷେଧ ଓ ଦେବପୂଜା ବନ୍ଦ କରିବାକୁ ଜ୍ୟୋତିଷ କହିଛନ୍ତି। ଆହୁରି ଏହି ଚନ୍ଦ୍ର ଗ୍ରହଣର ପ୍ରଭାବ ସବୁ ରାଶି ଉପରେ ପଡ଼ିବ ବୋଲି ଜ୍ୟୋତିଷଙ୍କ ଗଣନାରୁ ଜଣାପଡ଼ିଛି।
କୋଲକାତା, କୋହିମା, ପାଟନା, ପୁରୀ, ରାଂଚୀ, ଇଟାନଗର ଓ ତା’ର ଆଖପାଖ ଅଂଚଳରେ ପୂର୍ଣ୍ଣଚନ୍ଦ୍ର ଗ୍ରହଣ ଦେଖିବାକୁ ମିଳିବ । ଅନ୍ୟାନ୍ୟ ସହର ଓ ଗ୍ରାମାଂଚଳରେ ଆଂଶିକ ଚନ୍ଦ୍ର ଗ୍ରହଣ ଦେଖିବାକୁ ମିଳିବ । ପୂର୍ଣ୍ଣଗ୍ରାସ ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ରକ୍ତିମ ବର୍ଣ୍ଣ ଧାରଣ କରିବ।