ମୁଗ ଡାଲି ପ୍ରାୟତଃ ଘରେ ଓ ବଜାରରେ ସହଜରେ ମିଳିଯାଏ । କିନ୍ତୁ ଜାଣନ୍ତି କି କେତେ ଉପକାରୀ ମୁଗଡାଲି ? ଏଥିରେ କଣ ରହିଛି ଭିଟାମିନ।
ମୁଗ ଡାଲିରେ ଭରପୁର ରହିଛି ଆଣ୍ଟିଅକ୍ସିଡାଣ୍ଟ। ଏହା ସହିତ ଫେନୋଲିକ ଏସିଡ଼, ଫ୍ଲୋବୋନାଇଡସ, କୈଫିକ ଏସିଡ଼ ଭରପୁର ରହିଥାଏ । ଆଣ୍ଟିଅକ୍ସିଡାଣ୍ଟ ହାନିକାରର ରୋଗଜୀବାଣୁକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ । ଯାହାଦ୍ଵାରା ଗମ୍ଭୀର ରୋଗରୁ ଆମକୁ ମୁକ୍ତି ମିଳିଥାଏ।
କୋଲେଷ୍ଟ୍ରୋଲ ସ୍ତର ଅନିୟମିତ ହେଲେ ହୃଦୟ ସହ ଜଡ଼ିତ ସମସ୍ୟା ଦେଖାଦେଇଥାଏ । ତେଣୁ ଡାଲି କୋଲେଷ୍ଟ୍ରୋଲ ସ୍ତରକୁ ଠିକ ରଖିବାରେ ବଡ଼ ଭୂମିକା ଗ୍ରହଣ କରିଥାଏ । ଗବେଷଣା ଅନୁଯାୟୀ, ଡାଲି କୋଲେଷ୍ଟ୍ରୋଲ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।
ଆଜିକାଲି ଅନିୟନ୍ତ୍ରିତ ଜୀବନଶୈଳୀ କାରଣରୁ ବ୍ଲଡ଼ ପ୍ରେସର ଏକ ସାଧାରଣ ସମସ୍ୟା । ମୁଗ ଡ଼ାଲି ଖାଇବା ଦ୍ବାରା ବ୍ଲଡ଼ ପ୍ରେସର କଣ୍ଟ୍ରୋଲରେ ରହିଥାଏ । ଏଥିରେ ଥିବା ପୋଟାସିୟମ, ମାଗ୍ନେସିୟମ ଓ ଫାଇବର ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
ଏହାଛଡା ଗରମ ଦିନରେ ହିଟ ଷ୍ଟ୍ରୋକ ଏକ ବଡ଼ ସମସ୍ୟା । ଏହି ରୋଗରେ ଅନେକ ଥର ସ୍ଥିତି ଗମ୍ଭୀର ହୋଇ ଜୀବନ ମଧ୍ୟ ଯାଇପାରେ । ଡାଲି ଖାଇବା ଦ୍ବାରା ହିଟ ଷ୍ଟ୍ରୋକ ହେବାର ଆଶଙ୍କା ହ୍ରାସ ପାଇଥାଏ । ଆଣ୍ଟି ଇନଫ୍ଲାମେଟାରୀ ଗୁଣ ଯୋଗୁଁ ଶରୀରରେ ଉଚ୍ଚ ତାପମାତ୍ରା ରୋକିବାରେ ସାହାଯ୍ୟ କରିଥାଏ।