ଶାଶୂ-ବୋହୂର ନିତିଦିନିଆ କଳିରୁ ଉଭୟ ଉଭୟଙ୍କ ଗଳା କାଟିଲେ : ପୁଅର ବି କଟିଲା ଗଳା, ଜଣଙ୍କର ମୃତ୍ୟୁ …

ମଧ୍ୟପ୍ରଦେଶର ଜବଲପୁରରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ବୁଧବାର ଦିନ ନୁନସରର ଜରୋନ୍ଦ ଗାଁରେ ଶାଶୂ-ବୋହୂ ପରସ୍ପରର ଗଳା କାଟିଲେ । ୟା ମଝିରେ କିନ୍ତୁ ପୁଅ ଚାଲିଆସିଲା । ଆକ୍ରୋଶଭରା ଏ ଆକ୍ରମଣରେ ଶାଶୂଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ-ବୋହୂ ଉଭୟ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଘଟଣାଟି ଏହିପ୍ରକାର ଘଟିଥିଲା । ୭୫ ବର୍ଷୀୟ ବିଧବା ବୃଦ୍ଧା ମୋଙ୍ଗା ବାଇ ବିଶ୍ୱକର୍ମାଙ୍କ ସହିତ ତାଙ୍କ ପୁଅ ରାଜେନ୍ଦ୍ର ଏବଂ ବୋହୂ ଅର୍ଚ୍ଚନା ରୁହନ୍ତି । ରାଜେନ୍ଦ୍ରଙ୍କର ଦୁଇ ପୁଅ, ୧୦ ବର୍ଷର କାର୍ତ୍ତିକ ଏବଂ ଅଢେଇ ବର୍ଷର ମୁନ୍ନା । ବୁଧବାର ଦିନ ସକାଳେ ଉଭୟ ପିଲା ବାହାରେ ଖେଳୁଥିଲେ ଏବଂ ରାଜେନ୍ଦ୍ର, ପତ୍ନୀ ଅର୍ଚ୍ଚନା ଏବଂ ମାଆ ମୋଙ୍ଗା ବାଇ ଘରେ ଥିଲେ । ପୋଲିସକୁ ଦେଇଥିବା ପଡ଼ୋଶୀଙ୍କ ବୟାନ ଅନୁଯାୟୀ ପ୍ରାୟ ୧୦ଟା ବାଜି ୧୫ ମିନିଟରେ ଚିତ୍କାର କରି ବୋହୂ ଅର୍ଚ୍ଚନା ବାହାରକୁ ଆସିଥିଲେ । ତାଙ୍କ ବେକ କଟି ସାରିଥିଲା ଓ ଝରଝର ରକ୍ତ ବୋହି ଯାଉଥିଲା । ଅର୍ଚ୍ଚନା ପାଟି କରି କହୁଥାନ୍ତି ଯେ ତାଙ୍କ ସ୍ଵାମୀ କିଛି କରିନାହାନ୍ତି ମୁଁ ତାକୁ ହତ୍ୟା କରିଛି ।

ଗାଁ ବାଲା ପୁରା ମାମଲାକୁ ବୁଝିବା ପୂର୍ବରୁ ରାଜେନ୍ଦ୍ର ମଧ୍ୟ ଘରୁ ବାହାରକୁ ଆସିଥିଲେ । ତାଙ୍କ ଗଳା ମଧ୍ୟ କାଟି ଦିଆଯାଇଥିଲା । ରକ୍ତରେ ଭିଜିଥିବା ରାଜେନ୍ଦ୍ର ବାହାରକୁ ଆସି ଚେତାଶୁନ୍ୟ ହେଇଗଲା । ଯେତେବେଳେ ଗାଁ ଲୋକେ ଘର ଭିତରକୁ ଗଲେ, ଦେଖିଲେ ମୋଙ୍ଗା ବାଇଙ୍କର ମଧ୍ୟ ଗଳା କଟି ଯାଇଛି । ତୁରନ୍ତ ଆମ୍ବୁଲାନ୍ସକୁ ଫୋନ କରି ୩ ଜଣଙ୍କୁ ପାଟନ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ଗାଁ ଲୋକେ । ହସ୍ପିଟାଲରେ ମୋଙ୍ଗା ବାଇଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲାବେଳେ ରାଜେନ୍ଦ୍ର ଏବଂ ତାଙ୍କ ପତ୍ନୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା ।

ପୋଲିସ ପଚରାଉଚରାବେଳେ ଗାଁ ଲୋକେ କହିଲେ ଯେ ମୋଙ୍ଗାବାଇ ଏବଂ ବୋହୂ ଅର୍ଚ୍ଚନା ଭିତରେ ପ୍ରାୟତଃ କଜିଆ ଲାଗନ୍ତି । ଯେଉଁଥିପାଇଁ ଘରେ ସବୁବେଳେ ଅଶାନ୍ତି ଲାଗି ରୁହେ । ତେବେ ଘରୁ ପୋଲିସକୁ ମିଳିଥିବା ତୀକ୍ଷ୍ଣ ଦାଆର ଧରିବା ଜାଗାରେ ରକ୍ତ ଲାଗିଥିଲା ଏବଂ ଧାରରେ ରକ୍ତର କୌଣସି ଚିହ୍ନ ନଥିଲା ।

ଏହି ପରିପ୍ରେକ୍ଷୀରେ ଏଏସପି ଶିବ ସିଂ ବାଘେଲ କହିଛନ୍ତି ଯେ ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ସେ ମଧ୍ୟ ଘଟଣାସ୍ଥଳକୁ ଯାଇଥିଲେ । ସେ ତାଙ୍କ ଶାଶୁ, ବୋହୂ ଏବଂ ପୁଅର ଗଳା କଟିଥିବା ଦେଖିଲେ । ଏହି ୩ ଜଣଙ୍କ ଗଳା କିଏ କାଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *