ମା’ ସାଜିଲା ପିଶାଚିନୀ : ଜନ୍ମକଲା ୩ ସନ୍ତାନକୁ ଛୁରୀ ଭୁଷି କଲା ହତ୍ୟା, ୬ ମାସର ଶିଶୁ ବି ବର୍ତ୍ତିଲାନି

ମା’ର ସଜ୍ଞା ବି କ୍ରମେ ବଦଳି ଗଲାଣି । ଜନ୍ମ କଲା ସନ୍ତାନକୁ ନିଜ ହାତରେ ହତ୍ୟା କରିବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ଘରୋଇ ହିଂସା ଯୋଗୁଁ ନିଜ ଛୁଆଙ୍କୁ ହତ୍ୟା କରିବାକୁ ପଛାଇଲାନି ନିର୍ଦ୍ଦୟୀ ମା’ । ଏମିତି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି କାଲିଫର୍ଣ୍ଣିଆର ରେସେଡ଼ା ଠାରେ, ଯେଉଁଠି ଜଣେ ମହିଳା ନିଜର ୩ ଜଣ ଶିଶୁଙ୍କୁ ଅତି ନିର୍ମମ ଭାବେ ଛୁରୀ ଭୁଷି ହତ୍ୟା କରିଛି । ପିଲାଙ୍କ ବୟସ ଥିଲା ୩ ବର୍ଷ, ୨ ବର୍ଷ ଏବଂ ୬ ମାସ ।

ସୂଚନା ଅନୁସାରେ ଗତ ଶନିବାର ଦିନ ୩ ଶିଶୁଙ୍କୁ ହତ୍ୟା କରି ମା’ ଲିଲିୟାନା କାରିଲୋ ଫେରାର ହୋଇଯାଇଛି । ମୃତ ୩ ଶିଶୁଙ୍କ ଜେଜେମା’ ପ୍ରଥମେ ଘଟଣା ବାବଦରେ ସୂଚନା ପାଇଥିଲେ ଏବଂ ପରେ ପିତା ଇରିକ୍‌ ଡେନ୍‌ଣ୍ଟନ୍‌ ସେସବୁ ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଏଭଳି ମର୍ମନ୍ତୁଦ ଘଟଣାକୁ ନେଇ ପୋଲିସ ମଧ୍ୟ ଭାବବିହ୍ଵଳ ହୋଇପଡ଼ିଥିଲା । ପୋଲିସ ଅଫିସର ରାଉଲ ଜୋଏଲ କହିଛନ୍ତି ଯେ ନିଜ ଚାକିରି କ୍ୟାରିୟର ମଧ୍ୟରେ ଏଭଳି ଘଟଣା କେବେ ଘଟିଥିବା ସେ ଦେଖି ନଥିଲେ ।

ପିତା ଇରିକ୍‌ ଡେନ୍‌ଣ୍ଟନ୍ କହିଛନ୍ତି ଯେ ତାଙ୍କ ପତ୍ନୀ ଲିଲିୟାନା କାରିଲୋ ଏବଂ ତାଙ୍କର ପ୍ରାୟତଃ ଝଗଡ଼ା ଲାଗେ । ସମୟ କ୍ରମେ ଆମ ଦୁହିଁଙ୍କୁ ଅଲଗା ବି ରହିବାକୁ ପଡ଼ିଲା । ଏ ସମୟରେ ପିଲାଙ୍କ ଦାୟିତ୍ଵ କିଏ ନେବ ସେ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଘଟଣାକୁ ନେଇ ଟେନ୍‌ଣ୍ଟନ୍‌ଙ୍କ ସମ୍ପର୍କୀୟ ଟେରୀ ମିଲର କହିଛନ୍ତି ଯେ ଲିଲିୟାନା ଅସୁସ୍ଥ ଥିଲେ । ଗତ କିଛି ମାସ ହେବ ସେ ମାନସିକ ଭାବେ ଦୁର୍ବଳ ଥିଲେ । ଲିଲିୟାନାଙ୍କ ମାନସିକ ଭାରସାମ୍ୟ ଧିରେଧିରେ ବିଗିଡ଼ିବାରୁ ଇରିକ୍‌ ଶିଶୁ ସୁରକ୍ଷା ବିଭାଗରେ ଅଭିଯୋଗ ମଧ୍ୟ କରିଥିଲେ । ସେପଟେ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଛି ପୋଲିସ । ପୋଲିସ ପକ୍ଷରୁ ଅଭିଯୁକ୍ତ ଲିଲିୟାନା କାରିଲୋକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ ଜାରି ରଖିଛି ।

Leave a Reply

Your email address will not be published. Required fields are marked *