ନେଇଥିବା ଟଙ୍କା ସୁଝି ନପାରିବାରୁ ଜିଅନ୍ତା ଜାଳି ଦେଲେ ଆଦିବାସୀ ଯୁବକଙ୍କୁ : ଜାଣନ୍ତୁ ପୁରା କାହାଣୀ

ନିକଟରେ ମଧ୍ୟପ୍ରଦେଶରୁ ଆସିଛି ଏକ ଛାତିଥରା ଖବର । ଜଣେ ଆଦିବାସୀ ଯୁବକଙ୍କୁ ଜୀଅନ୍ତା ଜାଳି ଦେଇଛନ୍ତି କେତେକ ଦୁର୍ବୃତ୍ତ ଏବଂ ସେ ଘଟଣାକୁ କିଛି ଲୋକ ଭିଡ଼ିଓ ବନେଇ ଥିଲେ । ଏହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଗାଁ ପଞ୍ଚାୟତ ସଭାରେ କୁଟା ଲଗେଇ ଜଣେ ଆଦିବାସୀ ଯୁବକଙ୍କୁ ଜିଅନ୍ତା ଜାଳି ଦିଆଯାଇଛି ।

ମୃତକଙ୍କ ନାମ ବିଜୟ ସାହାରା ବୋଲି ଜଣାପଡ଼ିଛି । ମୃତ୍ୟୁ ପୂର୍ବରୁ ସେ ଅବଶ୍ୟ ରାଧେଶ୍ୟାମଙ୍କ ନାଁ ନେଇଥିଲେ । ଜିଅନ୍ତା ଜଳିଲା ପରେ ବିଜୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା ହେଲେ ବିଳମ୍ବିତ ଚିକିତ୍ସା ଏବଂ ବିଶ୍ରାମ ଅଭାବରୁ ସେ ଶେଷରେ ମୃତ୍ୟୁବରଣ କଲେ । ପୋଲିସ ଦେଇଥିବା ସୂଚନା ଅନୁଯାୟୀ କାମ କରୁଥିବା ସମୟରେ ବିଜୟଙ୍କୁ ରାଧେଶ୍ୟାମଙ୍କ ନିକଟକୁ ନିଆଯାଇଥିଲା ଓ ସେଠାରେ ବିଜୟ ଧାର ନେଇଥିବା ଟଙ୍କା ନଫେରେଇବାରୁ ରାଧେଶ୍ୟାମ ବିଜୟଙ୍କୁ ଜୀବନ୍ତ ଜାଳି ଦେଲେ । ମୃତ୍ୟୁ ବେଳକୁ ବିଜୟଙ୍କୁ ୨୮ ବର୍ଷ ହେଇଥିଲା ।

ଅପରପକ୍ଷରେ କଂଗ୍ରେସ ଦାବି କରିଛି ଯେ ଆଦିବାସୀ ଯୁବକ ବିଜୟ ସାହାରା ଜଣେ ଶ୍ରମିକ ଥିଲେ ଏବଂ ୫ ହଜାର ଟଙ୍କା ଧାର ନେଇ ସୁଝି ନପାରିବାରୁ ଗୁଣ୍ଡାମାନେ ତାଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ଏହି ମାମଲାକୁ ଗମ୍ଭୀରତାର ସହ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ଘଟଣାର ତଦନ୍ତ ହେବ ଏବଂ ଦୋଷୀଙ୍କୁ ଉଚିତ୍ ଦଣ୍ଡ ମିଳିବ ।

ଏହିପରି ଅତ୍ୟନ୍ତ ନିନ୍ଦନୀୟ ଘଟଣା ଘଟିଯାଇଛି ମଧ୍ୟପ୍ରଦେଶରେ । ତେବେ ଗୁନା ଜିଲ୍ଲା ଅଧିକାରୀ କୁମାର ପୁରୁଷୋତ୍ତମ କହିଛନ୍ତି ଯେ, ମୃତକଙ୍କ ପରିବାରକୁ ୮.୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯିବ ଏବଂ ପ୍ରଶାସନ ମୃତକଙ୍କ ଶିଶୁଙ୍କ ଶିକ୍ଷା ବ୍ୟବସ୍ଥା କରିବ ।

Leave a Reply

Your email address will not be published. Required fields are marked *