ଶୁକ୍ରବାର ଅପରାହ୍ନରେ ମହାରାଷ୍ଟ୍ରର ମୁମ୍ବାଇ ସ୍ଥିତ ମାନଖୁର୍ଦ ଅଞ୍ଚଳରେ ଥିବା ଏକ ଗୋଦାମରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ନିଆଁକୁ ଆୟତ୍ତ କରିବା ପାଇଁ ୧୯ ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାକୁ ପ୍ରାୟାସ ଜାରି ରଖିଛନ୍ତି । ତେବେ ଏହି ଦୁର୍ଘଟଣାରେ କୌଣସି ଜନଜୀବନ କ୍ଷତି ହୋଇ ନାହିଁ ବୋଲି ଜଣାପଡ଼ିଛି ।
ଖବର ଅନୁଯାୟୀ, ରାତି ପ୍ରାୟ ୨ଟା ବାଜି ୪୫ ମିନିଟ ସମୟରେ ଉପାନ୍ତ ସହର ମାନଖୁର୍ଦ ଇଲାକାରେ ଗୋଦାମ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ତେବେ ଗୋଦାମ ଚାରିପାଖରେ ଅନେକ ଛୋଟ ଛୋଟ ବସ୍ତି ଅଛି ଯାହା ଅଗ୍ନି ଦ୍ୱାରା ପ୍ରଭାବିତ ହୋଇପାରେ । ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗକୁ ସଚେତନ କରାଯିବା ମାତ୍ରେ ସେମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରାୟ ଏକ ଡଜନ ଅଗ୍ନିଶମ ବାହିନୀଙ୍କୁ ଘଟଣାସ୍ଥଳରେ ପହଞ୍ଚାଇଥିଲେ ।
ନିଆଁର ଭୟାବହ ବୃଦ୍ଧି ସହିତ ଅଗ୍ନିଶମ ବିଭାଗ ଅଗ୍ନି ନିର୍ବାପକ କାର୍ଯ୍ୟରେ ସହାୟତା କରିବାକୁ ଆଉ ଆଠଟି ଅଗ୍ନିଶମ ବାହିନୀ ପଠାଇଛି । ଅଗ୍ନିଶମ ବିଭାଗର ଅଧିକାରୀ ଆହୁରି ମଧ୍ୟ ନିଶ୍ଚିତ କରିଛନ୍ତି ଯେ ଏପର୍ଯ୍ୟନ୍ତ କାହାରି ଆଘାତ କିମ୍ବା ଜୀବନ ହାନି ହେବାର ଖବର ନାହିଁ । ଏଥିସହ ଅଗ୍ନିକାଣ୍ଡର କାରଣ ଜାଣିବାକୁ କର୍ତ୍ତୃପକ୍ଷ ଚେଷ୍ଟା କରୁଛନ୍ତି ଏବଂ ଏନେଇ ତଦନ୍ତ ଆରମ୍ଭ କରିଛନ୍ତି ବୋଲି ସେ କହିଛନ୍ତି ।