ରାଜଧାନୀରେ ମର୍ଡର , ବିଳମ୍ବିତ ରାତିରେ ପ୍ରେମିକାଙ୍କୁ ତଣ୍ଟିଚିପି ହତ୍ୟା କଲା ପ୍ରେମିକ !

ସଂସ୍କାର : ରାଜ୍ୟ ରାଜଧାନୀରେ ମର୍ଡର। ରାଜଧାନୀର ତାରିଣୀ ବସ୍ତିରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଏହି ହତ୍ୟାକାଣ୍ଡ। ଭୁବନେଶ୍ୱରର ଭରତପୁର ଅଂଚଳର ତାରିଣୀ ବସ୍ତିରୁ ଉଦ୍ଧାର ହେଲା ଜଣେ ଯୁବତୀଙ୍କର ମୃତଦେହ। ଭରତପୁର ଥାନା ଅନ୍ତର୍ଗତ ତାରିଣୀ ବସ୍ତିରେ ଜଣେ ଯୁବତୀଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତ ୯ ତାରିଖ ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ସୂଚନା ରହିଛି।

ରାଜ୍ୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ତାରିଣୀ ବସ୍ତିର ସୁରେଖା ପଲେଇ ନାମକ ଯୁବତୀଙ୍କୁ ହତ୍ୟା କରାଯାଇଛି। ତାଙ୍କୁ ତଣ୍ଟିଚିପି ହତ୍ୟା କରଯାଇଥିବା ଅଭିଯୋଗ ହୋଇଛି। ସେପଟେ ଭରତପୁର ଥାନାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଛି। ଆଉ ଶବକୁ ବ୍ୟବଛେଦ ପାଇଁ ପଠାଯାଇଛି। ସ୍ପେଶାଲ ସ୍କ୍ୱାର୍ଡ ଓ ସାଇଣ୍ଟିଫିକ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି।

ସୂଚନା ଅନୁଯାୟୀ ମୃତ ସୁରେଖା ତାରିଣୀ ବସ୍ତିରେ ରହୁଥିଲେ , ଆଉ ତାଙ୍କର ଘର ସାମ୍ନାରେ ଜଣେ ଯୁବକ ଘର ଭଡା ନେଇ ରହୁଥିଲେ। ତେବେ ସୁରେଖା ଆଉ ସେହି ଯୁବକ ଉଭୟେ ଉଭୟଙ୍କୁ ଭଲ ପାଇ ବସିଲେ। ତାଙ୍କର ପ୍ରେମ ସମ୍ପର୍କ ଆଉ କେତେଦିନ ଗଲେ ବାହାଘରର ରୂପ ନେଇଥାନ୍ତା ବୋଲି ଶୁଣିବାକୁ ମିଳିଛି । ଦୁହେଁ ଅଲଗା ଅଲଗା ଘର ଭଡା ନେଇଥିଲେ ମଧ୍ୟ ଅନେକ ସମୟରେ ଏକାଠି ରହୁଥିଲେ ଓ ପାର୍ଟି କରୁଥିଲେ। ଉଭୟ ବିବାହ କରିବାର ସ୍ୱପ୍ନ ମଧ୍ୟ ଦେଖିଥିଲେ। କିନ୍ତୁ ଗତ ୯ ତାରିଖର ରାତିରେ କିନ୍ତୁ ସବୁ ଛାରଖାର ହୋଇଯାଇଥିଲା । ତାଙ୍କ ପୁରୁଷ ବନ୍ଧୁ ଓ ଅନ୍ୟ ଚାରିଜଣ ଘର ନିକଟରେ ଭୋଜିଭାତ କରିଥିଲେ ଓ ନିଶାର ବଶବର୍ତ୍ତୀ ହୋଇ ଯୁବତୀ ଜଣଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ଏହା ସହିତ ଯୁବତୀଙ୍କର ଶରୀରରେ ଦାଗ ରହିଥିବା ଜଣାପଡିଛି। ଯୁବତୀଙ୍କୁ ଦୁଷ୍କର୍ମ କରିବା ପାଇଁ ଚେଷ୍ଟା କରାଯାଇଥିବା ଜଣାପଡିଛି। ତେବେ ତାଙ୍କର ପୁରୁଷ ବନ୍ଧୁ ବର୍ତ୍ତମାନ ଫେରାର୍ ଅଛି। ଯାହାକି ପୋଲିସ ସୁତ୍ରରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *