ସଂସ୍କାର : ଦିନ ଦୁଇଟା ହୋଇନି ଶ୍ବଶୁର ଘରେ ପାଦ ଦେଉ ଦେଉ ପ୍ରାଣ ହରାଇଲା ଅପରାଜିତା । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ନାହୁଲ ଗ୍ରାମରେ। ହତ୍ୟା ଅଭିଯୋଗ ଆଣିଛନ୍ତି ଅପରଜିତାଙ୍କ ବାପଘର ଲୋକ । ସୂଚନାଯୋଗ୍ୟ ୨ ମାସ ତଳେ ଗ୍ରାମର ସୁଦର୍ଶନ ଦାସଙ୍କ ପୁଅ ପ୍ରମୋଦ ଦାସଙ୍କ ସହ ଅପରାଜିତାଙ୍କ ବିବାହ ରୀତିନୀତିରେ ହୋଇଥିଲା ।
ତେବେ ବିବାହର କିଛିଦିନ ପରେ ଅପରାଜିତାଙ୍କୁ ତାଙ୍କ ସ୍ୱାମୀ ବାପା-ମାଙ୍କ ନିକଟରେ ଛାଡି କାମ କରିବା ପାଇଁ ବାହାରକୁ ଚାଲିଯାଇଥିଲେ । କିନ୍ତୁ ଏମିତି କଣ ହେଲା ଯେ ହଠାତ ଅପରାଜିତାଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ସନ୍ଦେହ ବଢିବାରେ ଲାଗିଛି। ମଙ୍ଗଳବାର ଦିନ ଶ୍ବଶୁର ଘରେ ଅପରାଜିତାଙ୍କ ମୃତ୍ୟୁ ବର୍ତ୍ତମାନ ରହସ୍ୟ ଘେରରେ ରହିଛି।
ଗ୍ରାମବାସୀମାନେ କହୁଛନ୍ତି କି ଅପରାଜିତା ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । କବାଟ ଭାଙ୍ଗି ଶ୍ବଶୁର ଘର ଲୋକ ଗ୍ରାମବାସୀଙ୍କ ସହାୟତାରେ ସେ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଥିଲେ ବୋଲି ଶ୍ବଶୁର ଘର ଲୋକ କହିଛନ୍ତି । କିନ୍ତୁ ଅଫରାଜିତାଙ୍କ ଖୁଡୀ କହୁଛନ୍ତି କି ତାଙ୍କ ଶ୍ବଶୁର ଘର ଲୋକ ତାଙ୍କ ସ୍ୱାମୀକୁ ବାହାରକୁ ପଠାଇଦେଇ ତାଙ୍କୁ ମାରିଦେଇ ଆତ୍ମହତ୍ୟାର ମିଛ ଆରୋପ ଲାଗାଇଦେଇଛନ୍ତି। ବର୍ତମାନ ଏହା ସନ୍ଦେହ ଘେରରେ ରହିଛି।