ସଂସ୍କାର : ଝାଡ଼ଖଣ୍ଡର ଡୁମକା ଜିଲ୍ଲାରୁ ଆସିଛି ଏକ ଲଜ୍ୟାଜନକ ଘଟଣା। ଏହି ଜିଲ୍ଲାର ଏକ ଗ୍ରାମରେ ଜଣେ ମହିଳାଙ୍କୁ ନିବସ୍ତ୍ର ବା ଉଲଗ୍ନ କରିବା ସହିତ ବେକରେ ଚପଲ ମାଳ ଓ ମୁହଁରେ କଳା କାଳୀ ବୋଳି ସମଗ୍ର ଗାଁ ବୁଲାଯାଇଛି। ଝାଡ଼ଖଣ୍ଡର ଡୁମକା ଜିଲ୍ଲାର ରାନୀଶ୍ୱର ଥାନା ଅଞ୍ଚଳରେ ଘଟିଛି ଏହିଭଳି ଏକ ଲଜ୍ୟାଜନକ ଘଟଣା। ଏହିଭଳି ଏକ ଘୃଣ୍ୟ କାର୍ଯ୍ୟ ସେହି ମହିଳାଙ୍କ ସମ୍ପର୍କିୟ ମାନେ ହିଁ କରିଛନ୍ତି । ତେବେ ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳ ସହ ସୋସିଆଲ୍ ମିଡ଼ିଆରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି।
ରାନୀଶ୍ୱର ଥାନା ଅଧିକାରୀଙ୍କ ସୂଚନା ମୁତାବକ; ଗତ ଗୁରୁବାର ଦିନ ପୀଡିତାଙ୍କ ବୟାନ ଆଧାରରେ ଉକ୍ତ ଅଞ୍ଚଳର ଦୁଇ ଜଣ ମହିଳାଙ୍କ ସମେତ ୧୨ ଜଣଙ୍କୁ ଗିରଫ କରାଯାଇଥିଲା । ଏମାନଙ୍କ ବିରୋଧରେ ଅଭିଯୋଗ ରହିଥିଲା ଯେ, ଏହି ଗିରଫ ହୋଇଥିବା ଅପରାଧୀମାନେ ଜଣେ ମହିଳାଙ୍କୁ ଉଲଗ୍ନ କରାଇ ସମଗ୍ର ଗାଁ ବୁଲାଇଥିଲେ। ଏହି କାମ ଯୋଗୁଁ ସେମାନଙ୍କ ବିରୋଧରେ ଏକ ଏଫଆଇଆର୍ ଦିଆଯାଇଥିଲା । ଥାନା ଅଧିକାରୀ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ପୀଡ଼ିତାଙ୍କ ବିବାହ ରାନୀଶ୍ୱରର ଏକ ଗାଁରେ ମାଣିକ ମିର୍ତାଙ୍କ ସହିତ ହୋଇଥିଲା ।
ହେଲେ ୬ ମାସ ପରେ ମାଣିକ ଓ ଆଉ ଏକ ଗାଁର ଜରେ ବିବାହିତ ମହିଳାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଆଉ ଏକ ମାସ ପରେ ସେ ଦୁହେଁ ପଶ୍ଚିମବଙ୍ଗକୁ ଚାଲି ଯାଇଥିଲେ । ଆଉ ଗତ ବୁଧବାର ଦିନ ସନ୍ଧ୍ୟାରେ ଗାଁକୁ ଫେରିଥିଲେ । ଆଉ ଏହାକୁ ନେଇ ମାଣିକଙ୍କ ପତ୍ନୀ ଏବଂ ପରିବାର ଲୋକେ ମହିଳାଙ୍କୁ ଧରିଥିଲେ ଏବଂ ଖୁବ୍ ମାଡ଼ ମାରିଥିଲେ । ପରେ ତାଙ୍କୁ ନିବସ୍ତ୍ର କରି, ଜୋତା ମାଳ ପିନ୍ଧାଇ ସମଗ୍ର ଗାଁ ବୁଲାଇଥିଲେ ।