‘ଚଣ୍ଡାଳ ବଞ୍ଚିଥିଲେ ଦ୍ଵିତୀୟ ମିହିର ଦାସ ହୋଇଥାନ୍ତା, ହେଲେ ସେ କାହାରି କଥା ନ ଶୁଣି…’: ନମ୍ରତା ଦାସ

ସଂସ୍କାର: ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଆଉ ଆମ ମାନଙ୍କ ଗହଣରେ ନାହାନ୍ତି। ଗତ 2 ମାସରୁ ଅଧିକ ଦିନ ଲିଭର ଶିରୋସିସ ରୋଗରେ ପୀଡିତ ହେବା ପରେ ବର୍ତ୍ତମାନ ବୁଧବାର ଦିନ ପିଣ୍ଟୁଙ୍କ ମୃତ୍ୟୁ ହୋଇଛି। ତେବେ ଗତ କାଲି ରାତିରେ ପିଣ୍ଟୁଙ୍କ ମୃତ ଶରୀରକୁ ହାଇଦ୍ରାବାଦରୁ ଭୁବନେଶ୍ଵର ଅଣା ଯାଇ ଥିଲା। ତେବେ ରାତିରେ ପିଣ୍ଟୁଙ୍କ ମୃତ ଶରୀର କିମ୍ସ ମେଡିକାଲରେ ରହିଲା ଆଉ ଆଜି ପୁରୀ ସ୍ଵର୍ଗଧାମରେ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ସୂଚନା ରହିଛି।

ପିଣ୍ଟୁ ଯିବା ପରେ ସାରା ଓଡିଶାରେ ଶୋକର ମାହୋଲ ରହିଛି। ଆଉ ଏହାରି ମଧ୍ୟରେ ଓଡିଆ ଅଭିନେତ୍ରୀ ନମ୍ରତା ଦାସ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ଦୁଃଖ ପ୍ରକାଶ କରିଛନ୍ତି। ନମ୍ରତା ଗଣମାଧ୍ୟମ ଆଗରେ କହିଛନ୍ତି-‘ମୁଁ ତା ସାଙ୍ଗରେ ବହୁତ ସିନେମା କରିଛି ବହୁତ ସିରିଏଲ ବି କରିଛି। ପିଣ୍ଟୁ ନନ୍ଦ ଯେତେବେଳେ ପ୍ରଥମେ ତାଙ୍କୁ ଲୋକ ଚିହ୍ନିଲେ ସେ ହେଉଛି ଗୌରା ଗୋଟେ ମୁଜିକ ଆଲବମ କରିଥିଲା। ତା ପରେ ଗୋଟେ ବଢିଆ ସିରିଏଲ ସମାନ୍ତର ସେଥିରେ ସେ ମୋର ପୁଅ ଚରିତ୍ର କରୁଥିଲା। ଏହି ସିରିଏଲରେ ସେ ସବୁଠାରୁ ଭଲ ରୋଲ କରିଥିଲା। ଯାହାବି ହେଉ ପିଲା ଖରାପ ହେଉ ବଦମାଷ ହେଉ ଦୁଷ୍ଟ ହେଉ ହେଲେ ଭଲ କଳାକାର ଥିଲା।

ମୁଁ ତାକୁ ସେକେଣ୍ଡ ମିହିର ଦାସ ଭଳି ଭାବେ ସେ ଯଦି ବଞ୍ଚିକି ଥାନ୍ତା ତେବେ ସେ ଆଗକୁ ସେକେଣ୍ଡ ମିହିର ଦାସ ହେଇପାରି ଥାନ୍ତା। ହେଲେ ଚଣ୍ଡାଳ ନିଜକୁ ନିଜେ ନଷ୍ଟ କରି ଦେଲା ନିଜର କେୟାର ନେଲାନି। ସବୁବେଳେ କଥା ଥଟାରେ ଉଡେଇ ଦିଏ ସବୁ ବେଳେ ଗାଳି ଦିଏ। ଏବେ ଦିନେ ଆମର ଜଣେ ରାଇଟର ମରିଗଲେ ସେଠି ବି ମତେ ସକାଳେ ଦେଖା ହେଲା ମୁଁ ଗାଳି ଦେଲି ବୋଲି ମତେ କହୁଛି ତୋର ତ ଖାଲି ସବୁବେଳେ କେଉଁଠି ମଦ ଖାଇଲି କେଉଁଠି ଗୁଟୁକା ଖାଇଲି କେଉଁଠି ପାନ ଖାଇଲି ସବୁବେଳେ ଖାଲି ଇଏ ଆଉ। ମୁଁ କହିଲି ହଉ ହଉ ବୁଝିବୁ ଦିନେ ଆଉ ଯେ ଏତେ ଶୀଘ୍ର ସେ ବୁଝିବ ବୋଲି ମୁଁ ଭାବି ପାରୁନି କି ବିଶ୍ଵାସ କରିପାରୁନି’।

ଦେଖନ୍ତୁ ଭିଡ଼ିଓ:

Leave a Reply

Your email address will not be published. Required fields are marked *