ଆଜି ପୂର୍ବାହ୍ନ ୧୧ ଟାରେ ହେବ ୧ କୋଟି ୭୫ ଲକ୍ଷ ଲୋକଙ୍କ ‘ଗୃହ ପ୍ରବେଶ’ : ଚାବିକାଠି ଦେବେ ନିଜେ ପ୍ରଧାନମନ୍ତ୍ରୀ

ସ୍ଵପ୍ନ ପରି ଲାଗୁଥିଲେ ବି ଏହା ସତ୍ୟ । ମଧ୍ୟପ୍ରଦେଶରେ ଆଜି ଏକ କୋଟି ୭୫ ଲକ୍ଷ ଲୋକ ନିଜର ଗୃହରେ ପ୍ରବେଶ କରିବାକୁ ଯାଉଛନ୍ତି । ରାଜ୍ୟ ଶ୍ରମିକ ବର୍ଗଙ୍କ ପାଇଁ ନିର୍ମାଣ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହ ମାଲିକମାନଙ୍କୁ ଆଜି ସେମାନଙ୍କର ଗୃହ ଚାବିକାଠି ହସ୍ତାନ୍ତର କରିବେ ।

ତେବେ ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଏକ ଭିଡ଼ିଓ କନଫରେନ୍ସି ଜରିଆରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ ଚାବିକାଠି ହସ୍ତାନ୍ତର କରିବେ । ବର୍ଷ ୨୦୨୨ ପର୍ଯ୍ୟନ୍ତ ଆବଶ୍ୟକ କରୁଥିବା ସମସ୍ତ ଶ୍ରମିକ ବର୍ଗ ଲୋକମାନଙ୍କୁ ସେମାନଙ୍କର ନିଜ ଘର ଉପଲବ୍ଧ କରାଇବାକୁ ଯାଇ ୨୦୧୬ ନଭେମ୍ବର ୨୦ ତାରିଖ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣର ଶୁଭାରମ୍ଭ ହୋଇଥିଲା ।

ଯୋଜନା ଅନ୍ତର୍ଗତ ଏଯାବତ୍ ଦେଶରେ ୧ କୋଟି ୧୪ ଲକ୍ଷ ଘର ନିର୍ମିତ ହୋଇସାରିଛି । କେବଳ ମଧ୍ୟପ୍ରଦେଶରେ ୧୭ ଲକ୍ଷ ଗରିବ ପରିବାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ନିଜ ନିଜର ଘର ପାଇସାରିଛନ୍ତି । ଅର୍ଥାତ ଯେଉଁ ଲୋକଙ୍କ ପାଖରେ ଘର ନଥିଲା, ସେମାନେ ଯୋଜନାର ଅନ୍ତର୍ଭୁକ୍ତ ହେଲାପରେ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ସରକାର ଯୋଗାଇ ଦେଇଛନ୍ତି । ଏଇ ୧ ଲକ୍ଷ ୨୦ ହଜାର ଟଙ୍କାରେ ୬୦ ପ୍ରତିଶତ କେନ୍ଦ୍ର ଏବଂ ୪୦ ପ୍ରତିଶତ ରାଜ୍ୟ ସରକାରଙ୍କ ଅବଦାନ ରହିଛି ।

ତେବେ ବର୍ଷ ୨୦୨୨ ଶେଷ ପର୍ଯ୍ୟନ୍ତ ୨ କୋଟି ୯୫ ଲକ୍ଷ ଗୃହ ନିର୍ମାଣର ଲକ୍ଷ୍ୟ ଥିଲାବେଳେ ମଧ୍ୟପ୍ରଦେଶର ୧ କୋଟି ୭୫ ଲକ୍ଷ ଲୋକଙ୍କ ‘ଗୃହ ପ୍ରବେଶ’ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନ ୧୧ ଟା ବେଳେ ଆରମ୍ଭ ହେବାକୁ ଯାଉଛି । ଏହି ଶୁଭ କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଉପସ୍ଥିତ ରହି ଯୋଗ ଦେବେ ।

Leave a Reply

Your email address will not be published. Required fields are marked *