ଇ-ନିଲାମରେ ନୀରଜ ଚୋପ୍ରାଙ୍କ ବର୍ଚ୍ଛା କିଣିଲା BCCI, ଏହାର ମୂଲ୍ୟ ଜାଣି ଆପଣ ମଧ୍ଯ ଆଶ୍ଚର୍ଯ୍ୟ ହୋଇଯିବେ..

ସଂସ୍କାର : ଗତ ବର୍ଷ ଟୋକିଓ ଅଲିମ୍ପିକ୍ସ 2020 ରେ ଜାଭେଲିନ୍ ଥ୍ରୋ ରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଥିଲେ। ଟୋକିଓ ଅଲିମ୍ପିକ୍ସ ଶେଷ ହେବା ପରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖେଳାଳିଙ୍କୁ ଭେଟିଥିଲେ, ସେତେବେଳେ ନୀରଜ ଚୋପ୍ରା ପିଏମ ମୋଦୀଙ୍କୁ ଏକ ବର୍ଚ୍ଛା ଉପହାର ଦେଇଥିଲେ।

ବିଶେଷ କଥା ହେଉଛି ନିଲାମରେ ନୀରଜ ଚୋପ୍ରାଙ୍କ ବର୍ଚ୍ଛା ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଦ୍ୱାରା 1.5 କୋଟି ଟଙ୍କାରେ କିଣାଯାଇଛି। ଜଣେ ବୋର୍ଡ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ଅଧିକାରୀ କହିଛନ୍ତି, ‘ବିସିସିଆଇ ନୀରଜଙ୍କ ବର୍ଚ୍ଛା ଉପରେ ଟେଣ୍ଡର କରିଥିଲା। ଏହା ବ୍ୟତୀତ ଅନ୍ୟ କିଛି ଆଇଟମ୍ ଉପରେ ବିଡ୍ ମଧ୍ୟ ଲଗାଇଥିଲା BCCI। ବୋର୍ଡର ଜଣେ ଅଧିକାରୀ କହିଛନ୍ତି ଯେ ଦେଶର ଏକ ପ୍ରମୁଖ କ୍ରୀଡ଼ା ସଂଗଠନ ହେବା କାରଣରୁ ଦେଶ ପ୍ରତି ଆମର ଏହା କର୍ତ୍ତବ୍ୟ।

ଅନ୍ୟପଟେ କରୋନା ମହାମାରୀ ସମୟରେ ବିସିସିଆଇ ‘ପିଏମ କେୟାର ଫଣ୍ଡ’କୁ 51 କୋଟି ଟଙ୍କା ଦେଇଥିଲା। ଚୋପ୍ରାଙ୍କ ବର୍ଚ୍ଛା ବ୍ୟତୀତ ବୋର୍ଡ ଭାରତୀୟ ପାରାଲିମ୍ପିକ୍ କଣ୍ଟିଜେଣ୍ଟ୍ ଦ୍ୱାରା ସ୍ୱାକ୍ଷରିତ ଏକ ଅଙ୍ଗଭେଷ୍ଟ୍ରାକୁ 1 କୋଟି ଟଙ୍କାରେ କିଣିଛି।

ଚୋପ୍ରାଙ୍କ ବର୍ଚ୍ଛା ଇ-ନିଲାମରେ ସବୁଠାରୁ ମହଙ୍ଗା ହୋଇଥିବାବେଳେ ଭବାନୀ ଦେବୀଙ୍କ ଖଣ୍ଡା 1.25 କୋଟିରେ ଏବଂ ପାରାଲିମ୍ପିକ୍ ଚାମ୍ପିଅନ୍ ସୁମିତ ଆଣ୍ଟିଲଙ୍କ ବର୍ଚ୍ଛା 1 କୋଟି 20 ହଜାର ଟଙ୍କାରେ ବିକ୍ରି ହୋଇଥିଲା। ଲୋଭଲିନା ବୋର୍ଗୋହେନଙ୍କ ବକ୍ସିଂ ଗ୍ଲୋଭସ୍ 91 ଲକ୍ଷ ଟଙ୍କାରେ ବିକ୍ରି ହୋଇଛି ।

Leave a Reply

Your email address will not be published. Required fields are marked *