ସଂସ୍କାର : ପ୍ରାୟ ୧୨୧ ବର୍ଷ ପରେ ଅଲିମ୍ପିକ୍ସରେ ଭାରତକୁ ଏକ ସ୍ୱର୍ଣ୍ଣ ପଦକ ଦେଇଥିବା ହରିୟାଣା ରାଜ୍ୟର ଜାଭେଲିନ୍ ଥ୍ରୋର ନିରଜ୍ ଚୋପ୍ରାଙ୍କୁ ସମଗ୍ର ଭାରତ ବର୍ଷ ଆଜି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। କିନ୍ତୁ ବଲିଉଡର ଆଇଟମ୍ ଗାର୍ଲ ରାକ୍ଷୀ ସାୱନ୍ତ କିଛି ଅଲଗା ଅନ୍ଦାଜରେ ନିରଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବୋଲି ସୋସିଆଲ୍ ମିଡ଼ିଆର ୟୁଜର ମାନେ ମତ ଦେଇଛନ୍ତି।
ଘଟଣାକ୍ରମ ଏହା ଯେ, ରାକ୍ଷୀ ସାୱନ୍ତଙ୍କ ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରଲ୍ ହେବାରେ ଲାଗିଛି। ଯେଉଁ ଭିଡ଼ିଓ ରେ ସେ (ରାକ୍ଷୀ ସାୱନ୍ତ) ଜାଭେଲିନ୍ ଥ୍ରୋ କରୁଥିବାର ନଜର ଆସିଛନ୍ତି। କେହି କେହି କହୁଛନ୍ତି ଯେ, ରାକ୍ଷୀ, ନିରଜଙ୍କ ନକଲ କରୁଛନ୍ତି।
ବାହାନା ଖୋଜି ହେଡଲାଇନ୍ ତିଆରି କରିବାରେ ଅଭ୍ୟସ୍ତ ଥିବା ରାକ୍ଷୀ ସାୱନ୍ତ ବର୍ତ୍ତମାନ ଜାଭେଲିନ୍ ଥ୍ରୋରେ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିଥିବା ନିରଜ୍ ଚୋପ୍ରାଙ୍କ ନକଲ କରି ଚର୍ଚ୍ଚାରେ ଅଛନ୍ତି।
ଭିଡିଓ ଦେଖିବା ପାଇଁ ଏଠାରେ କ୍ଲିକ କରନ୍ତୁ :-
ଭାଇରଲ୍ ହେଉଥିବା ଭିଡ଼ିଓରେ ଦେଖାଯାଇଛି ଯେ, ରାକ୍ଷୀ ସାୱନ୍ତ ରାସ୍ତା ଉପରେ ନୀରଜ ଚୋପ୍ରାଙ୍କ ଶୈଳୀରେ ବର୍ଚ୍ଛା ପକାଇବାକୁ ଚେଷ୍ଟା କରିଛନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କେବଳ ଏତିକି ନୁହେଁ, ତାଙ୍କ ପ୍ରଶଂସକ ଏବଂ ଦର୍ଶକମାନେ ମଧ୍ୟ ଏହି ଭିଡିଓରେ ବିଭିନ୍ନ ଉପାୟରେ ପ୍ରତିକ୍ରିୟା କରୁଛନ୍ତି |